Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପ୍ ଛାଡିବାକୁ ଅଳକା ଲାମ୍ବାଙ୍କ ଘୋଷଣା, କହିଲେ ଖୁବ୍ ଶୀଘ୍ର ଦେବେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା

ନୂଆଦିଲ୍ଲୀ:  ଚାନ୍ଦନୀ ଚୌକ ବିଧାୟିକା ଅଳକା ଲାମ୍ବା ଆମ ଆଦମୀ ପାର୍ଟି ଛାଡିବେ। ରବିବାର ଏଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମାନ ସମାରୋହ ଅବସରରେ ସେ ଏହି ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ତେବେ ଆଗାମୀ ବିଧାନସଭା ନିର୍ବାଚନରେ ସେ କୌଣସି ଦଳରୁ ପ୍ରାର୍ଥୀ ହେବାକୁ ମନା କରିଦେଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଳାଇବେ ବୋଲି ତାଙ୍କ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ କହିଛନ୍ତି।

ଅଳକା ପ୍ରାୟ ୨୦ ବର୍ଷ କଂଗ୍ରେସରେ  କାର୍ଯ୍ୟ କରିବା ପରେ ୨୦୧୪ ମସିହାରେ ଆପରେ ସାମିଲ ହୋଇଥିଲେ। ୨୦୧୫ ବିଧାନସଭା ନିର୍ବାଚନରେ ସେ ଆପ ର ଚାନ୍ଦିନୀ ଚୌକରୁ ପ୍ରାର୍ଥୀ ହେବା ସହ ବିଧାୟିକା ନିର୍ବାଚିତ ହୋଇଥିଲେ।  ତେବେ ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକଙ୍କ ରାୟ ନେବା ପରେ ସେ ଏବେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ପାର୍ଟିରୁ ଇସ୍ତଫା ଦେବା ପରେ ମଧ୍ୟ ବିଧାୟିକା ରହିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପ୍ରସଙ୍ଗରେ ମୋତେ ପ୍ରଥମେ ଲୋକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବା ଦରକାର ବୋଲି ମୁଁ ଚିନ୍ତା କଲି। ଏଣୁ ଲୋକଙ୍କ ସହ ଆଲୋଚନା କରିବା ବେଳେ ମୋତେ ତୁରନ୍ତ ଆପ୍ ରୁ ବାହାରିଯିବା ଦରକାର ବୋଲି ଅନୁଭବ କରିବା ସହ ଏହି ନିଷ୍ପତ୍ତି ନେଇଛି। ଏ ନେଇ ଖୁବ୍ ଶୀଘ୍ର ଲିଖିତ ଇସ୍ତଫା ଦେଇ ଦଳର ପ୍ରାଥମିକ ସଦସ୍ୟତା ସମାପ୍ତ କରିବା ଏବେ ମୋର ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଡିସେମ୍ବର ୨୦୧୮ରୁ ଅଳକା ଦଳର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ। ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିବା ଭାରତ ରତ୍ନ ପ୍ରତ୍ୟାହାର ନେଇ ଦିଲ୍ଲୀ ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ଯାହାକୁ ଅଳକା ବିରୋଧ କରିବା ସହ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସହ ଆଲୋଚନା କରିଥିଲେ। ସେତେବେଳେ କେଜରୀୱାଲ ତାଙ୍କୁ ଦଳ ଛାଡିଦେବାକୁ କହିଥିଲେ। ଏହାଛଡା ଗତ ଲୋକସଭା ନିର୍ବାଚନ ବେଳେ ଅଳକା ଓ ଆପ ନେତା ସୌରଭଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

313 Views

   ସମ୍ବନ୍ଧିତ ଖବର