Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

“ ତୁମ୍ ସେ ନା ହୋ ପାଏଗା “… ଉପମୁଖ୍ୟ ମନ୍ତ୍ରୀ ଅନ୍ଧାରରେ , ତାଙ୍କୁ ଆଗ ବିଜୁଳି ଦିଅ , ମନୋଜ ତିୱାରୀଙ୍କୁ ଆପ୍‌ର ଆକ୍ଷେପ

9/01/2020 at 4:07 PM

ନୂଆଦିଲ୍ଲୀ ୦୯/୦୧-  ଦିଲ୍ଲୀରେ ପ୍ରଚାର ଜୋର୍ , ନେତାଙ୍କ ପ୍ରତିଶ୍ରୁତି ବି ଏବେ  ପାହାଡ ଭଳି ।ଏହା ଭିତରେ ଆକ୍ଷେପ- ପ୍ରତିଆକ୍ଷେପ ବି ଜୋର ଧରିଛି । କେହି କାହାକୁ ଛାଡିବାକୁ ନାରାଜ । ଆମେ ଯଦି ବଲ କାମ କରିଛୁ , ତେବେ ଆମକୁ ଭୋଟ ଦିଅ ବୋଲି ଆମ ଆଦମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ କରିଛନ୍ତି ଭୋଟରଙ୍କୁ ଆହ୍ୱାନ ।  ସେପଟେ  ଲୋକସଭା ନିର୍ବାଚନର ସଫଳତା  ବିଧାନସଭାରେ ମଧ୍ୟ ଦେଖାଇବାକୁ ଆଶା ରଖି ବିଜେପି ଦେଉଛି ପ୍ରତିଶ୍ରୁତି । ଏମିତି ବେଳେ ଦିଲ୍ଲୀ ବିଜେପି  ନେତା ମନୋଜ ତିୱାରିଙ୍କୁ ଆକ୍,ଏପରି କରିଛି ଆପ୍ , କହିଛି …ତୁମସେ ନା ହୋ ପାଏଗା  ।

ମନୋଜ ତିୱାରି ଦିଲ୍ଲୀ ଭୋଟରଙ୍କୁ ଦେଇଥିବା  ପ୍ରତିଶ୍ରୁତିରେ କହିଥିଲେ, ଯଦି  ବିଜେପି କ୍ଷମତାକୁ ଆସିବ ତେବେ ଲୋକଙ୍କୁ ୫ ଗୁଣା ଫାଇଦା ମିଳିବ । ଆଉ ଏହାକୁ ହିଁ ସମାଲୋଚନା କରିଛି ଆପ୍ । ବଲିଉଡ୍ ମୁଭି “  ଗ୍ୟାଙ୍ଗ୍ ଅଫ୍ ୱାସେପୁର (ପାର୍ଟ ଟୁ)” ର ଲୋକପ୍ରିୟ ଡାଏଲଗ  “  ବେଟା ତୁମ୍ ସେ ନା ହୋ ପାଏଗା “ କୁ ଅନୁକରଣ କରି ଏପରି କହିଛି ଆପ୍ ।

 କେବଳ ଏତିକି ନୁହେଁ, ହରିୟାନା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ହ୍କ ଟ୍ୱିଟ୍‌କୁ ରି ଟ୍ୱିଟ୍ କରି ମନୋଜ ତିୱାରିଙ୍କୁ ଆହୁରି ଖେଞ୍ଚିଛି  ଆପ୍ । ଦୁଷ୍ୟନ୍ତ କରିଥିବା ଟ୍ୱିଟ୍ ରେ ସେ ତାଙ୍କ ଅଫିସରେ ବିନା ବିଜୁଳି ବତୀରେ କାମ କରୁଥିବା ଦେଖାଯାଇଛି । ଏହାକୁ ରିଟ୍ୱିଟ୍ କରିଛି  ଆପ୍ । ସେପଟେ ଆପ୍ ନେତା ସଂଜୟ ସିଂହ  ବିଜେପି ନେତା ମନୋଜ ତିୱାରୀଙ୍କୁ ତାଙ୍କ ପ୍ରତିଶ୍ରୁତି ନେଇ ପ୍ରଶ୍ନ କରିଛନ୍ତି । କହିଛନ୍ତି ,ପ୍ରଥମେ ବିଜେପି  ନିଜ ଶାସନାଧିନ ରାଜ୍ୟରେ ବିଜୁଳି ଶକ୍ତି ଯୋଗାଣ କରୁ ।  କାରଣ  ବିଜେପି ଶାସିତ ହରିୟାନାରେ ଖୋଦ ଉପମୁଖ୍ୟମନ୍ତ୍ରୀ ଅନ୍ଧାରରେ ଥିବା ବେଳେ , ବିଜେପି କିପରି ଦିଲ୍ଲୀରେ ୧୦୦୦ ୟୁନିଟ ବିଜୁଳି ମାଗଣା ଦେବାକୁ ପ୍ରତିଶ୍ରୁତି  ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ଆପ୍ ନେତା ସଂଜୟ ସିଂହ । େହା ସହ ସେ ମନୋଜ ତିୱାରିଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‌ରେ  କହିଛନ୍ତି ,,, ତୁମସେ ନା ହୋ ପାଏଗା  ।

 ବର୍ତ୍ତମାନ ଆପ୍ ସରକାର ଦିଲ୍ଲୀରେ ପ୍ରତି ଘରକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଣ ନିଶ୍ଚିତ କରିଛନ୍ତି । ତେବେ ବିଜେପି ନେତା ମନୋଜ ତିୱାରୀ ଏହାର ୫ ଗୁଣା ବିଜୁଳି ମାଗଣା ଦେବାକୁ ଦେଇଛନ୍ତି ପ୍ରତିଶ୍ରୁତି । ତାହାହିଁ ଦୁଇ ଦଳର ନେତାଙ୍କ ଭିତରେ ଟ୍ୱିଟ୍ ଯୁଦ୍ଧର କାରଣ ।

   Related Posts