ହାଥରସ ପୀଡ଼ିତା ପରିବାରକୁ ଆପ୍‌ ନେତା ସଞ୍ଜୟ ସିଂହ ଅଫର କଲେ ରହିବାକୁ ନିଜ ଘର, କହିଲେ- ଯୋଗୀ ସରକାରଙ୍କ ଭୟରେ ରହିବା କିଛି ଦରକାର ନାହିଁ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮/୧୦: ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ହାଥରସ ପୀଡ଼ିତାଙ୍କ ପରିବାରକୁ ସେ ତାଙ୍କ ଦିଲ୍ଲୀ ଘରେ ରହିବା ପାଇଁ ଅଫର କରିଛନ୍ତି। ଆପ୍ ସାଂସଦ ତଥା ଉତ୍ତର ପ୍ରଦେଶ ପ୍ରଭାରି ସଞ୍ଜୟ ସିଂହ କହିଛନ୍ତି ଦିଲ୍ଲୀ ଘରେ ପୀଡ଼ିତାଙ୍କ ପରିବାରକୁ ରଖିବାକୁ ସେ ପ୍ରସ୍ତୁତ। ପରିବାର ଲୋକଙ୍କୁ ୟୁପି ଯୋଗୀ ସରକାରରେ ରହିବା କିଛି ଦରକାର ନାହିଁ। ଅବଶ୍ୟ ପୂର୍ବରୁ ମଧ୍ୟ ଦିଲ୍ଲୀ ଆସିବାକୁ ଚାହୁଁଥିବା ପୀଡ଼ିତାଙ୍କ ପରିବାର କହିଥିଲେ। ଯାହା ପରେ ଆପ ନେତା ସଞ୍ଜୟ ସିଂହଙ୍କ ଏହି ଟ୍ବିଟ୍ ଆସିଛି।

ସଞ୍ଜୟ ଶନିବାର ଟ୍ବିଟ୍ କରି କହିଛନ୍ତି- ହାଥରସ ପୀଡ଼ିତାଙ୍କ ପରିବାରକୁ ଦିଲ୍ଲୀ ବାସଭବନ​‌ରେ ରଖିବାକୁ ପ୍ରସ୍ତୁତ। ସେମାନଙ୍କୁ ଯୋଗୀ ସରକାରଙ୍କ ଭୟରେ ରହିବା ଆଦୌ ଦରକାର ନାହିଁ। ଏନେଇ ସେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇ ଆଲୋଚନା ମଧ୍ୟ କରିଛନ୍ତି।

ଏବେ ସଞ୍ଜୟଙ୍କ ଏହି ଟ୍ବିଟ୍ ଭାଇରାଲ ହେଉଛି। ତାଙ୍କର ଏ ଟ୍ବିଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପୂରା ଦେଶ ସଞ୍ଜୟଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି କେଜରିଓ୍ବାଲ।

ଉଲ୍ଲେଖନୀୟ ଯେ ସେପ୍ଟେମ୍ବର ୧୪ରେ ହାଥରସରେ ୧୯ ବର୍ଷୀୟା ଦଳିତ ଝିଅ ସହ ଚାରି ଜଣ ଉଚ୍ଚଜାତିର ଯୁବକ ଗଣଦୁଷ୍କର୍ମ କରିଥିଲେ ଓ ସେପ୍ଯେମ୍ବର ୨୯ରେ ପୀଡ଼ିତା ପ୍ରାଣ ହରାଇ ଥିଲେ। ଏହାର କିଛି ଦିନ ପରେ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ ସଞ୍ଜୟ ସିଂହ । ସେହି ସମୟରେ ତାଙ୍କ ଉପରେ ସାହି ଫିଙ୍ଗାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.