Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦିଲ୍ଲୀ ବିଧାନସଭା ନିର୍ବାଚନ: ୨୪ ଘଣ୍ଟା ପରେ ବି ଘୋଷଣା ହେଲାନି ମତଦାନ ହାର, ECଙ୍କୁ ଅଙ୍ଗୁଳି ଉଠାଇଲେ କେଜରୀୱାଲ

9/02/2020 at 7:13 PM

ନୂଆଦିଲ୍ଲୀ ୯।୨:  ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଶନିବାର ଭୋଟ ଗ୍ରହଣ ହୋଇଥିଲା। ମତଦାନ ଶେଷ ହେବାର ୨୪ ଘଣ୍ଟା ପରେ ବି ମତଦାନ ହାର ଘୋଷଣା କରିନାହାନ୍ତି ନିର୍ବାଚନ କମିଶନ। ତେବେ ଏହାକୁ ନେଇ ଆପ୍ ମୁଖିଆ ଅରବିନ୍ଦ କେଜରୀୱାଲ ବ୍ୟତିବ୍ୟସ୍ତ ହୋଇଉଠିଛନ୍ତି। ରବିବାର କେଜରୀୱାଲ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରେ ଏ ନେଇ ପ୍ରଶ୍ନ କରିଥିବା ବେଳେ ୧୭ ଘଣ୍ଟା ପରେ ବି ମତଦାନ ପ୍ରତିଶତ ଘୋଷଣା ହୋଇନଥିବାରୁ ଭିତରେ କିଛି ଗଡବଡ କରାଯାଉଥିବାର ଆଶଙ୍କା କରିଛି ତାଙ୍କ ଦଳ।

କୌଣସି ରାଜ୍ୟ ହେଉ ବା ଲୋକସଭା ନିର୍ବାଚନ ଭୋଟ ଗ୍ରହଣର ମାତ୍ର କିଛି ଘଣ୍ଟା ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ମତଦାନ ପ୍ରତିଶତ ଘୋଷଣା କରିଦିଆଯାଏ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଆପ୍ ନେତା ସଞ୍ଜୟ ସିଂହ ଇସିଙ୍କୁ ଟାର୍ଗେଟ୍ କରିଛନ୍ତି। ତାଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଆପ ମୁଖିଆ ଅରବିନ୍ଦ କେରୀୱାଲ ବି ଏବେ ଚିନ୍ତିତ ହୋଇପଡିଥିବା ଜଣାପଡିଛି।

କେଜରୀୱାଲ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରେ ବାସ୍ତବିକ୍ ଏହା ଚିନ୍ତାର କାରଣ ବୋଲି କହିଛନ୍ତି। ଭୋଟ ଗ୍ରହଣର ଅନେକ ସମୟ ପରେ ବି ସେମାନେ କାହିଁକି ମତଦାନ ହାର ଘୋଷଣା କରୁନାହାନ୍ତି ବୋଲି ପ୍ରଶ୍ନ କରିଥିବା ବେଳେ ନିର୍ବାଚନ କମିଶନ ଏହାର ଜବାବ ଦେଇଛନ୍ତି। ଇସିଙ୍କ ପକ୍ଷରୁ ଅରବିନ୍ଦ ଗୁଣ ଶେଖର କେଜରୀୱାଲଙ୍କ ଟ୍ୱିଟ୍‌ରେ ରି ଟ୍ୱିଟ୍‌ କରି ପ୍ରଥମେ ମତଦାନ ନେଇ ପୋଲିଂ ବୁଥରେ ସୂଚନା ଏକତ୍ର କରାଯାଇଥାଏ। ସେ ସବୁ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିବା ପରେ ଆୟୋଗ ସୂଚନା ଜାରି କରିଥାନ୍ତି। ତେବେ ଦିଲ୍ଲୀରେ ୧୩ହଜାର ମତଦାନ କେନ୍ଦ୍ରରେ ଏଥର ଭୋଟ ଗ୍ରହଣ ହୋଇଛି। ଏଣୁ ସବୁ ସ୍ଥାନରୁ ଏପର୍ଯ୍ୟନ୍ତ ସୂଚନା ମିଳିପାରିନଥିବାରୁ ଏଥିରେ ବିଳମ୍ବ ହେଉଥିବା କହିଛନ୍ତି।

ଏଥିରେ ସଞ୍ଜୟ ସିଂହ ବିଜେପି ଓ ଇସିଙ୍କ ମଧ୍ୟରେ କୌଣସି ଭିତିରିବୁଝାମଣାର  ଅଭିଯୋଗ ଆଣିଥିବା ବେଳେ ଇସିଙ୍କ ଠୁ ନ ମିଳିଲେ ବି ମନୋଜ ତିୱାରୀଙ୍କଠୁ ଏହା ମିଳିସାରିଲାଣି ବୋଲି କହିଛନ୍ତି । ସେହିପରି ପୂର୍ବରୁ ଇସିଙ୍କ ଘୋଷଣା ଆଗରୁ ତିୱାରୀ ନିର୍ବାଚନ ତାରିଖ ବି ଜାଣି ସାରିଥିଲେ ବୋଲି ଅଭିଯୋଗ କରିଛନ୍ତି।  

   Related Posts