Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ

14/05/2021 at 10:18 AM

ନୂଆଦିଲ୍ଲୀ ୧୪।୫: ଦିଲ୍ଲୀ ଆମ୍ ଆଦମୀ ପାର୍ଟି ନେତା ତଥା ରାଜୌରୀ ଗାର୍ଡନରୁ ପୂର୍ବତନ ବିଧାୟକ ଜରନେଲ ସିଂହଙ୍କ ପରଲୋକ ହୋଇଛି । ଶୁକ୍ରବାର ସକାଳେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି । କରୋନା ସଂକ୍ରମିତ ହେବା ପରେ ଜରନେଲ ସିଂହଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି । ଚିକିତ୍ସା ସମୟରେ ହିଁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଶୁଣିବାକୁ ମିଳୁଛି । ଉଲ୍ଲେଖଯୋଗ୍ୟ ଯେ, ତତ୍କାଳୀନ ଗୃହ ମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ଉପରକୁ ଜୋତା ଫିଙ୍ଗି ଜରନେଲ ସିଂହ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ପରେ ସେ ଆମ୍ ଆଦମୀ ପାର୍ଟି ଟିକେଟ୍ ରେ ନିର୍ବାଚନ ଲଢି ବିଜୟୀ ମଧ୍ୟ ହୋଇଥିଲେ । ଏହା ପୂର୍ବରୁ ଜରନେଲ ସିଂହ ୧୯୮୪ ଦଙ୍ଗାକୁ ବିରୋଧ କରି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଜରନେଲ ସିଂହଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଟ୍ବିଟ୍ କରି ଲେଖିଛନ୍ତି ଯେ, ଦିଲ୍ଲୀର ପୂର୍ବତନ ବିଧାୟକ ଜରନେଲ ସିଂହଙ୍କ ଅସାମୟିକ ବିୟୋଗରେ ଗଭୀର ଦୁଃଖ ପହଞ୍ଚିଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ସମାଜରେ ତାଙ୍କ ଯୋଗଦାନ ପାଇଁ ସେ ସବୁବେଳେ ମନେରହିବେ ।

କେଜରିଓ୍ବାଲ ସରକାରରେ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଜରନେଲ ସିଂହଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ଦିଲ୍ଲୀ ବିଧାନସଭାର ପୂର୍ବ ସାଥୀ ଜରନେଲ ସିଂହଙ୍କ ପରଲୋକ ତଖବର ଆମ ସମସ୍ତଙ୍କ ପାଇଁ ଦୁଃଖଦ ଅଟେ । ୧୯୮୪ ଦଙ୍ଗା ପୀଡିତଙ୍କ ପରିବାର ପାଇଁ ନ୍ୟାୟ ପାଇଁ ଲଢୁଥିବା ଏକ ଉଚ୍ଚ ସ୍ବର ଆମ ମଧ୍ୟରୁ ଚାଲିଗଲା । ଭଗବାନ ତାଙ୍କୁ ତାଙ୍କ ପାଦ ତଳେ ସ୍ଥାନ ଦିଅନ୍ତୁ ।

   Related Posts