ରୋଡ ସୋରେ ସରିଗଲା ସମୟ, ସୋମବାର ପ୍ରାର୍ଥୀପତ୍ର ଦାଖଲ କରିପାରିଲେନି କେଜରିୱାଲ

Published By : Prameya-News7 Bureau | January 20, 2020 IST

ନୂଆଦିଲ୍ଲୀ ୨୦।୧:  ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆମଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିୱାଲ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିବାର ଥିଲା। ତେବେ ଏଥିଲାଗି ସେ କରିଥିବା ରୋଡ ସୋ ଯୋଗୁ ପ୍ରାର୍ଥୀପତ୍ର ଦାଖଲ କରିପାରିନାହାନ୍ତି। ଅପରାହ୍ନ ୩ଟା ବେଳେ ପ୍ରାର୍ଥୀପତ୍ର ଦାଖଲ ଲାଗି ତାଙ୍କୁ ସମୟ ମିଳିଥିଲା। ତେବେ ସେ ପହଞ୍ଚିବା ବେଳକୁ କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିଲା। ଏଣୁ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କହିଛନ୍ତି।

wp:html /wp:html

ତେବେ ପ୍ରାର୍ଥୀପତ୍ର ଦାଖଲ ଲାଗି କେଜରିୱାଲ ମଧ୍ୟାହ୍ନ ୧୨ଟା ବେଳେ ବାହାରି ଥିଲେ। ରାସ୍ତାରେ ବାଲ୍ମିକ ମନ୍ଦିରରୁ ପଟେଲ ଚୌକ ପର୍ଯ୍ୟନ୍ତ ଆୟୋଜିତ ରୋଡ ସୋରେ ଭାଗ ନେଇଥିଲେ। ତାଙ୍କର ଏହି କାର୍ଯ୍ୟକ୍ରମ ଦୀର୍ଘ ସମୟ ଧରି ଚାଲିଥିଲା। ସମର୍ଥକଙ୍କୁ ଛାଡି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇପାରିବେ ନାହିଁ କହିଥିଲେ କେଜରିୱାଲ। ଏଣୁ ତାଙ୍କ ରୋଡ ସୋ ଶେଷ ହେବା ବେଳକୁ ପ୍ରାର୍ଥୀପତ୍ର ଦାଖଲ ସମୟ ଶେଷ ହୋଇସାରିଥିଲା।

{"id":213829,"width":579,"height":370,"sizeSlug":"large"}

ଦିଲ୍ଲୀର ୭୦ ବିଧାନସଭା ଆସନ ଲାଗି ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଏଥର କେଜରିୱାଲ ନୂଆ ଦିଲ୍ଲୀ ବିଧାନସଭା ଆସନରୁ ପୁଣି ଛିଡାହେବାକୁ ଅଣ୍ଟାଭିଡିଛନ୍ତି। ଏହି ଆସନରେ ସେ ୨୦୧୩ ମସିହାରେ ପ୍ରଥମ ଥର ନିର୍ବାଚନରେ ଛିଡା ହୋଇଥିଲେ।  ଏଠାରେ ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷୀତଙ୍କର ପ୍ରତିଦ୍ୱନ୍ଦ୍ୱୀତା ହୋଇଥିବା ବେଳେ ଶିଲା ୨୫ ହଜାରରୁ ଊର୍ଦ୍ଧ ଭୋଟରେ ପରାସ୍ତ ହୋଇଥିଲେ। ସେବେଠାରୁ କେଜରିୱାଲ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଆସୁଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.