Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପଞ୍ଜାବ, ଉତ୍ତରାଖଣ୍ଡ ପରେ ଏବେ କେଜ୍ରିଙ୍କ ଟାର୍ଗେଟରେ ଗୋଆ: କହିଲେ ନିର୍ବାଚନ ଜିତିଲେ ୩୦୦ ୟୁନିଟ ମାଗଣା ବିଜୁଳି ସହ ଛାଡ ହେବ ପୁରୁଣା ବିଲ୍

14/07/2021 at 11:07 AM

ଗୋଆ ୧୪/୦୭ : ପଞ୍ଜାବ ଏବଂ ଉତ୍ତରାଖଣ୍ଡ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟାର୍ଗେଟରେ ଗୋଆ । ଏଠାରେ ମାଗଣା ବିଦ୍ୟୁତ ଯୋଗାଇବାକୁ ଘୋଷଣା କରିଛନ୍ତି । ଯଦି ଗୋଆରେ ଆମ୍ ଆଦମୀ ପାର୍ଟି ସରକାର ଗଢେ । ତେବେ କେଜ୍ରିୱାଲ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ଘୋଷଣା କରିଛନ୍ତି । ଏହା ସହିତ ସେ ସମସ୍ତ ପୁରୁଣା ବିଦ୍ୟୁତ ବିଲ ଛାଡ଼ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

ଗୋଆରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ କନଭେନର ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ପ୍ରତ୍ୟେକ ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦିଆଯିବ । ସମସ୍ତ ପୁରୁଣା ବିଦ୍ୟୁତ ବିଲ୍ ମଧ୍ୟ ଛାଡ଼ କରାଯିବ । ଆମେ କୃଷକମାନଙ୍କୁ ୨୪ ଘଣ୍ଟା ବିଦ୍ୟୁତ ମଧ୍ୟ ଯୋଗାଇଦେବୁ । କୃଷକଙ୍କ ପାଇଁ ଚାଶ ଜମିରେ ବିଦ୍ୟୁତ୍ ଯୋଗାଇ ଦିଆଯିବ । କେଜ୍ରିୱାଲ ଆହୁରି କହିଛନ୍ତି, “ଗୋଆରେ ରାଜନୀତି ଅତ୍ୟନ୍ତ ଖରାପ ହୋଇଯାଇଛି ।

ଲୋକମାନେ ସରକାର ଗଠନ ପାଇଁ କଂଗ୍ରେସକୁ ଭୋଟ୍ ଦେଇଥିଲେ । ହେଲେ ସରକାର ଗଢିଲା ବିଜେପି । ଗୋଆର ଲୋକମାନେ ବର୍ତ୍ତମାନ ସ୍ୱଚ୍ଛ ରାଜନୀତି ଚାହୁଁଛନ୍ତି। ସୂଚନା ଥାଉକି, ଗୋଆ ପୂର୍ବରୁ କେଜ୍ରିୱାଲ ଜୁଲାଇ ୧୧ରେ ଉତ୍ତରାଖଣ୍ଡ ଗସ୍ତ କରିଥିଲେ । ସେଠାରେ ମଧ୍ୟ ସେ ସମାନ ଘୋଷଣା କରିଥିଲେ । ବାସ୍ତବରେ କିଛି ମାସ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି କାରଣରୁ କେଜ୍ରିୱାଲ ଅନେକ ରାଜ୍ୟକୁ ଯାଇ ଆମ୍ ଆଦମୀ ପାର୍ଟିର ପ୍ରଚାର ପ୍ରସାର କରୁଛନ୍ତି ।

   Related Posts