Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

AAP manifesto: ପ୍ରତିଶ୍ରୁତି ଅନେକ, ତେବେ ପୂରଣ କରିବାକୁ ୨ କୋଟି ଜନତା ଓ କେନ୍ଦ୍ର ସରକାରଙ୍କ ସହାୟତା ଲୋଡା

4/02/2020 at 3:57 PM

ନୂଆଦିଲ୍ଲୀ ୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆମଆଦମୀ ପାର୍ଟି (ଆପ) ମଙ୍ଗଳବାର ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛି। ପୂର୍ବରୁ ଦଳର ଜାତୀୟ ଆବାହକ ତଥା ମୁଖ୍ୟମନ୍ତ୍ରୀ ‘କେଜରୀୱାଲ ଗ୍ୟାରେଣ୍ଟି କାର୍ଡ’ ଜାରି କରିଥିଲେ। କହିଥିଲେ ନିର୍ବାଚନୀ ଇସ୍ତାହାରରେ ଦଳ କ’ଣ ଦେବ ଅପେକ୍ଷା କର। ଏବେ ଆପ ନିର୍ବାଚନ ଇସ୍ତାହାର ଜାରି କରିଛି। ଉପମୁଖ୍ୟମନ୍ତ୍ରୀ ମନିଷ ଶିଷୋଦିଆ ଇସ୍ତାହାର ଜାରି କରି ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି।

ଏଥିରେ ଶିଷୋଦିଆ ଆଗାମୀ ୫ ବର୍ଷରେ ଦିଲ୍ଲୀର ପ୍ରତ୍ୟେକ ଘରକୁ ରାସନ ପହଞ୍ଚାଇବାକୁ ସରକାର ବ୍ୟବସ୍ଥା କରିବେ ବୋଲି କହିଥିବା ବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଏବେ ଦେଶ ଭକ୍ତିର ପାଠ ପଢାଯିବ ବୋଲି କହିଛନ୍ତି। ପୂର୍ବରୁ ସରକାର ସ୍କୁଲରେ ହ୍ୟାପିନେସ୍ କରିକୁଲ୍ଲମ ଓ ଏଣ୍ଟରପ୍ରେନ୍ୟୋର କରିକୁଲ୍ଲମ ଲାଗୁ କରି ସଫଳ ହୋଇଛନ୍ତି। ଏଥିରୁ ଏବେ ପାଠପଢାରେ ଦେଶ ଭକ୍ତିକୁବି ସାମିଲ କରାଯିବ। ଏହା ଛଡା ଲୋକଙ୍କୁ ଗୁଣମାନର ସ୍ୱାସ୍ଥ୍ୟସେବା ସାଙ୍ଗକୁ ୨୪ ଘଣ୍ଟା ବିଦ୍ୟୁତ ଓ ପାଣି ଯୋଗାଣ ଆଦିର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି।

ଏଥିରେ ଅବ୍ୟବସ୍ଥିତ ଅବସ୍ଥାରେ ଥିବା ଅସ୍ଥାୟୀ କଲୋନୀ ଗୁଡିକୁ ପକ୍କା କରିବା ସହ ଯମୁନା ନଦୀକୁ ସଫା କରି ରାଜଧାନୀର ପ୍ରଦୂଷଣ ସ୍ତର ହ୍ରାସ ଲାଗି ମଧ୍ୟ ପ୍ରତିଶ୍ରୁତି ରହିଛି। ସେହିଭଳି ଏଥର ଆପ ସରକାରକୁ ଆସିଲେ ଦିଲ୍ଲୀରେ ଲୋକପାଳ ବିଲ କାର୍ଯ୍ୟକାରୀ କରିବା ସହ ୧୦ ଲକ୍ଷ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା ବି କରାଇବେ ବୋଲି ଅରବିନ୍ଦ କେଜରୀୱାର କହିଛନ୍ତି। ଏଥିରେ ଦିଲ୍ଲୀକୁ ବିଶ୍ୱର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବା ଲାଗି ଯାହା ସମ୍ଭବ ଆମ ଆଦମୀ ସରକାର କରିବେ ବୋଲି କହିଛନ୍ତି। ହେଲେ ବିଜେପି ତାର ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହା ଲୋକଙ୍କ ସମ୍ମୁଖକୁ ଆଣନ୍ତୁ ବୋଲି ଏହି ଅବସରରେ ଆମ ଆଦମୀ ନେତା ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି।

ଦିଲ୍ଲୀରେ ଆପ୍ ସରକାରକୁ ଆସିଲେ କ’ଣ କରିବ ତାର ଢାଞ୍ଚା ଦଳ ପ୍ରସ୍ତୁତ କରିଛି। ହେଲେ ଏଥିଲାଗି ରାଜଧାନୀର ୨ କୋଟି ଲୋକ ଓ କେନ୍ଦ୍ର ସରକାରଙ୍କ ସହଯୋଗ ମଧ୍ୟ ଦରକାର ବୋଲି କହିଛନ୍ତି କେଜରୀୱାଲ। କାରଣ ଦିଲ୍ଲୀ ଏକ ସ୍ୱୟଂ ଶାସିତ ରାଜ୍ୟ ନୁହେଁ। ଏଣୁ ଚାହିଁଲେ ବି କେନ୍ଦ୍ରୀୟ ସହଯୋଗ ନ ମିଳିଲେ ରାଜ୍ୟ ସରକାରଙ୍କ ପକ୍ଷେ ପ୍ରତିଶ୍ରୁତି ପାଳନ ସମ୍ଭବ ନୁହେଁ। କାରଣ ଦିଲ୍ଲୀର ସବୁଠୁ ବଡ ଦାବି ଦିଲ୍ଲୀ ଜନ ଲୋକପାଳ ବିଲ, ଦିଲ୍ଲୀ ସ୍ୱରାଜ ବିଲ, ସିଲିଂରୁ ସୁରକ୍ଷା, ଥଇଥାନ କୋଲନୀଙ୍କ ମାଲିକାନା ଅଧିକାର, ଅନଧିକୃତ କଲୋନୀମାନଙ୍କର ନିୟମିତକରଣ ଓ ପଞ୍ଜିକରଣ, ଓବିସି ପ୍ରମାଣପତ୍ର ଲାଗି ମାନଦଣ୍ଡକୁ ଶରଳ କରିବା, ଭୋଜପୁରୀକୁ ଭାଷା ମାନ୍ୟତା, ଚାଷୀଙ୍କ ହୀତରେ ଭୂ ସଂସ୍କାର ଅଧିନିୟମରେ ସଂସ୍କାର ଓ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଆଦି ଦାବି ପୂରଣ ଲାଗି କେନ୍ଦ୍ର ସରକାରଙ୍କ ସହଯୋଗ ବି ଲୋଡା ବୋଲି କହିଛନ୍ତି କେଜରୀୱାଲ।   

   Related Posts