Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

‘ମୋ ଭିଜନକୁ ସବୁବେଳେ ଆମ୍‌ ଆଦମୀ ପାର୍ଟି ହିଁ ଚିହ୍ନିଛି’ : କଂଗ୍ରେସରେ ଥାଇ ଆପ୍‌କୁ ପ୍ରଶଂସା କଲେ ନବଜୋତ ସିଂହ ସିଦ୍ଧୁ

13/07/2021 at 3:01 PM

ନୂଆଦିଲ୍ଲୀ ୧୩/୦୭ : ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟ​‌ରେ ବିବାଦ ବଢୁଛି ବରଂ କମିବାର ନାଁ ନେଉନାହିଁ । ଉଭୟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଚରମ ସୀମାରେ ପହଞ୍ଚିଲାଣି । ଏହାରି ମଧ୍ୟରେ ସିଦ୍ଧୁଙ୍କର ଏକ ବୟାନ ପଞ୍ଜାବ ରାଜନୀତିକୁ ଆହୁରି ଉଷ୍ମ କରିଛି ।

ନବଜୋତ ସିଂହ ସିଦ୍ଧୁ ମଙ୍ଗଳବାର କହିଛନ୍ତି, ‘ପଞ୍ଜାବରେ ଆମର ବିପକ୍ଷ ଆମ୍‌ ଆଦମୀ ପାର୍ଟି ସବୁବେଳେ ମୋ ଭିଜନକୁ ଏବଂ କାମକୁ ଚିହ୍ନିଛି । ୨୦୧୭ ପୂର୍ବରୁ ଡ୍ରଗ୍ସ, ଚାଷୀ ସମସ୍ୟା, ଭ୍ରଷ୍ଟାଚାର ଏବଂ ବିଜୁଳି ସଙ୍କଟ ଭଳି ସମସ୍ୟା ବେଳେ ପଞ୍ଜାବବାସୀଙ୍କ ସହିତ ରହିବା ହେଉ କିମ୍ବା ବର୍ତ୍ତମାନ ପଞ୍ଜାବ ମଡେଲ ହେଉ, ସବୁବେଳେ ଆପ୍‌ ଏହାକୁ ବୁଝିଛି ଏବଂ ଲୋକମାନେ ଜାଣିଛନ୍ତି ପଞ୍ଜାବ ପାଇଁ ପ୍ରକୃତରେ କିଏ ଲଢୁଛି ।’

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଗୋଡଟଣା ନୀତି ଲାଗି ରହିଛି । ସିଦ୍ଧୁ, ପଞ୍ଜାବ କଂଗ୍ରେସରେ ନିଜର ସ୍ବତନ୍ତ୍ର ପଦବୀ ଚାହୁଁଥିବା ବେଳେ ଅମରିନ୍ଦର ସିଂହ କିନ୍ତୁ ତାଙ୍କୁ ନା କ୍ୟାବିନେଟ୍‌ରେ ନେବାକୁ ଚାହୁଁଛନ୍ତି ନା ପଞ୍ଜାବ କଂଗ୍ରେସ ପ୍ରମୁଖ ହେବାକୁ ଦେଉଛନ୍ତି । ସେଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଛି । ପରିସ୍ଥିତି ଏପରି ଯେ, ଉଭୟଙ୍କ କଳି ଦିଲ୍ଲୀରେ ପହଞ୍ଚିଲାଣି ।

ଦିଲ୍ଲୀରେ କଂଗ୍ରେସ ହାଇ କମାଣ୍ଡ ୩ ଜଣିଆ କମିଟି ଗଠନ କରି ବିବାଦର ସମାଧାନ ପାଇଁ ପ୍ରୟାସ କରିଥିଲେ । କିନ୍ତୁ ପରିତାପର କଥା ହେଉଛି ଉଭୟଙ୍କ ମଧ୍ୟରେ ବିବାଦ ଶେଷ କରିବା ପାଇଁ ଗଠିତ କମିଟି ମଧ୍ୟ ଫେଲ ମାରିଥିବା ସୂଚନା ମିଳିଛି । ନା ସିଦ୍ଧୁ ନା ଅମରିନ୍ଦର, କେହି ମଧ୍ୟ ନିଜ ଜିଦରୁ ହଟିବାକୁ ନାରାଜ୍ । ସେପଟେ ସିଦ୍ଧୁଙ୍କ ଏପରି ବୟାନ ପରେ ପଞ୍ଜାବରେ ରାଜନୈତିକ ମାହୋଲ ସରଗରମ ହୋଇଛି । କାରଣ ସିଦ୍ଧୁ ସିଧାସଳଖ ଆପ୍‌କୁ ପ୍ରଶଂସା କରିନଥିଲେ ମଧ୍ୟ ନିଜ ଭିଜନ ମାଧ୍ୟମରେ ଆପ୍‌କୁ ଯିବାକୁ ଇଶାରା ଦେଇଥିବା ଚର୍ଚ୍ଚା ହେଉଛି ।

 ସେପଟେ କଂଗ୍ରେସ ମହାସଚିବ ତଥା ପଞ୍ଚାବ ପ୍ରଭାରୀ ହରିଶ ରାଓ୍ବତ କହିଛନ୍ତି, ଖୁବଶୀଘ୍ର ଦଳ ସୁନୀଲ ଜାଖଡଙ୍କୁ ହଟାଇ ଅନ୍ୟ କାହାକୁ ପ୍ରଦେଶ କଂଗ୍ରେସ ମୁଖ୍ୟ ନିଯୁକ୍ତ କରିବ । ପଞ୍ଜାବକୁ ଖୁବଶୀଘ୍ର ନୂଆ ପିସିସି ମୁଖ୍ୟ ମିଳିବ ଏବଂ ଅମରିନ୍ଦର ସିଂହଙ୍କ କ୍ୟାବିନେଟରେ ନୂଆ ଚେହେରା ବି ସାମିଲ ହେବେ​‌ । କିନ୍ତୁ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ହଟାଯିବାର କୌଣସି ସମ୍ଭାବନା ନାହିଁ । କ୍ୟାପଟେନ୍‌ ଅମରିନ୍ଦର ସିଂହ ହିଁ ବର୍ତ୍ତମାନ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ।  

   Related Posts