Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆମୀର ଖାନ ଗୋଟେ ବିଜ୍ଞାପନ ପାଇଁ ନିଅନ୍ତି ୧୧ କୋଟି ଟଙ୍କା, ସଲମାନଙ୍କ ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

23/09/2019 at 8:22 AM

ମୁମ୍ବାଇ୨୨|୯: ବିଭିନ୍ନ ପ୍ରଡକ୍ଟ ପାଇଁ ଅଲଗା ଅଲଗା ଷ୍ଟାରମାନେ ବିଜ୍ଞାପନ କରନ୍ତି। କେଉଁ କ୍ରିମ୍‌ର ପ୍ରମୋସନ ଖାନ୍‌ କଲେ ତ ବିସକୁଟର ଆଡ୍‌ କଲେ ଅଭିନେତ୍ରୀ। ବିଜ୍ଞାପନରେ ନିଜ ନିଜ ପ୍ରିୟ ଷ୍ଟାରଙ୍କୁ ଦେଖି ଲୋକେ ସେହି ପ୍ରଡକ୍ଟ ଆଣିବା ପାଇଁ ଆଗ୍ରହ ହୋଇଥାନ୍ତି। ହେଲେ ବିଜ୍ଞାପନ କରି ବଲିଉଡ ଷ୍ଟାରମାନେ ଭଲ ଆୟ କରନ୍ତି। ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରେ ହେଉଥିବା ଆୟର ତାଲିକା କରାଯାଏ ତାହେଲେ ସର୍ବୋପରେ  ଆମୀର ଆସିବେ। ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଗୋଟେ ବ୍ରାଣ୍ଡର ଆଡ୍‌ କରିବା ପାଇଁ ୧୧ କୋଟି ଟଙ୍କା ନିଅନ୍ତି।

ଅପରପକ୍ଷରେ ଶାହରୁଖ ଖାନ ଗୋଟେ ବ୍ରାଣ୍ଡ ପାଇଁ ୯ କୋଟି ଟଙ୍କା ନିଅନ୍ତି। ଏହି ଲିଷ୍ଟରେ ଅମିତାଭ ବଚ୍ଚନ ତୃତୀୟ ନମ୍ବରରେ ଆଛନ୍ତି। ବିଗ ବି ଗୋଟେ ଆଡ୍‌ ପାଇଁ ୮ କୋଟି ଟଙ୍କା ନିଅନ୍ତି। ଅକ୍ଷୟ କୁମାରେ ଗୋଟେ ବ୍ରାଣ୍ଡର ବିଜ୍ଞାପନ ପାଇଁ ୭ କୋଟି ଟଙ୍କା ଚାର୍ଜ କରନ୍ତି। ସେହିବଳି ଆଜିକାଲିର ଷ୍ଟାର ଭିକ୍କି କୌଶଲ ୩ କୋଟି ନିଅନ୍ତି ଓ ଟାଇଗର ଶ୍ରଫ ୨.୫ କୋଟି ନେଉଛନ୍ତି । ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ଗୋଟିଏ ବିଜ୍ଞାପନ ପାଇଁ ୨.୨୫ କୋଟି ଟଙ୍କା ନିଅନ୍ତି। ରାଜକୁମାର ରାଓ ୧.୫ କୋଟି ଟଙ୍କା ଚାର୍ଜ କରନ୍ତି।

ଆଡ୍‌ରେ ଦେଖାଯାଉଥିବା ନୂଆ ଚେହେରାଙ୍କ ମଧ୍ୟରୁ ଭିକ୍କି କୌଶଲ ଟପ୍‌ରେ ଅଛନ୍ତି। ଭିକ୍କି କୌଶଲ ଶାନ୍ତ ସ୍ବଭାବର ହୋଇଥିବା ରୁ ତାଙ୍କୁ ଆଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ଚର୍ଚ୍ଚିତ ଚେହେରା କରାଯାଇଛି। ଫିଲ୍ମ ଉରୀ ପରେ କମ୍ପାନୀ ତାଙ୍କ ପ୍ରଡକ୍ଟ ଭିକ୍କିଙ୍କଠୁ ପ୍ରମୋଟ କରାଇବା ପସନ୍ଦ କରୁଛନ୍ତି। ଉରୀର ସଫଳତା ଭିକ୍କିଙ୍କୁ ବଡ ଲିଗ୍‌କୁ ଆଣିଛି।

   Related Posts