Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଅଲଗା ହେବା ପରେ ଭିଡିଓ ଜାରି କଲେ ଆମୀର-କିରଣ, କହିଲେ “ଆମେ ଗୋଟିଏ ପରିବାର”

4/07/2021 at 2:51 PM

ନୂଆଦିଲ୍ଲୀ ୪/୭: ବଲିଉଡର ବହୁ ଚର୍ଚ୍ଚିତ ବିଚ୍ଛେଦକୁ ନେଇ ଏବେ ଚର୍ଚ୍ଚା ଜୋର । ଗତକାଲି ଆମୀର ଖାନ-କିରଣ ରାଓ ଅଲଗା ହେବା ନେଇ ଘୋଷଣା କରିଥିଲେ । ଘୋଷଣାରେ କୁହାଯାଇଥିଲା କି ୧୫ ବର୍ଷ ପରେ ଆମ ରାସ୍ତା ଅଲଗା ହେବାକୁ ଯାଉଛି । ଅର୍ଥାତ ଆମେ ଦୁହେଁ ଏଲଗା ହେବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ଆମେ ଦୁହେଁ ଏକାଠି ହୋଇ ପୁଅ ଆଜାଦର ଦେଖାଶୁଣା କରିବୁ ।

ଆମିର ଓ କିରଣଙ୍କ ଏହି ନିଷ୍ପତ୍ତି ଶୁଣିବା ପରେ ଫ୍ୟାନ୍ସ ମହଲରେ ଅନେକ ପ୍ରତିକ୍ରିୟା ନଜର ଆସିଥିଲା । ହେଲେ ଏବେ ଅଲଗା ହେବା ପରେ ଦୁହେଁ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଆମୀର ଓ କିରଣ ଏକାଠି ବସିଥିବା ନଜର ଆସୁଛି । ଆଉ ଆମିର କହୁଛନ୍ତି ଆପଣମାନଙ୍କୁ ବହୁତ ଦୁଃଖ ଲାଗୁଥିବ, ଆଶ୍ଚର୍ଯ୍ୟ ବି ଲାଗୁଥିବ କିନ୍ତୁ ଆମେ ଗୋଟିଏ ପରିବାରର ।

ଆମ ସମ୍ୱନ୍ଧ ସିନା ପରିବର୍ତ୍ତନ ହୋଇଛି ସତ କିନ୍ତୁ ଆମେ ଦୁହେଁ ଦୁହିଁଙ୍କ ପାଇଁ ସର୍ବଦା ରହିବୁ । ସେଥିପାଇଁ ଆପଣମାନେ କେବେ ଭାବନ୍ତୁନି କି ଆମେ ଅଲଗା ଅଛୁ । ପାଣି ଫାଉଣ୍ଡେସନ ଆଣ ପାଇଁ ଆମ ପୁଅ ଆଜାଦ ସଦୃଶ । ଆମେ ସବୁବେଳେ ପରିବାର ଭଳି ରହିବୁ । ଆପଣମାନେ ଆମ ପାଇଁ ପ୍ରାର୍ଥନା କରନ୍ତୁ ଆମେ କିପରି ଖୁସିରେ ରହୁ । କେବଳ ଏତିକି ଆମେ ଆପଣମାନଙ୍କୁ କହିବାକୁ ଚାହୁଁଥିଲୁ । ଗତକାଲି ଉଭୟ ନିଜର ବିଛେଦ ହେବା ନେଇ ଗଣମାଧ୍ୟମକୁ ଜଣାଇଥିଲେ । ୧୫ ବର୍ଷ ବୈବାହିକ ଜୀବନକୁ ଦ ଏଣ୍ଡ କରିଥିଲେ ।

   Related Posts