ବହୁ ବଲିଉଡ୍ ଷ୍ଟାର ଓ ସୁପରଷ୍ଟାର ବିଦେଶରେ କିଣିଛନ୍ତି ଘର, ଅମିର କହିଲେ ମୋର ଆବଶ୍ୟକତା ନାହିଁ

Published By : Prameya-News7 Bureau | March 31, 2020 IST

ମୁମ୍ବାଇ ୩୧।୩: ବଲିଉଡ୍ ର ବହୁ ଷ୍ଟାର-ସୁପରଷ୍ଟାରଙ୍କର ଦେଶ ଭିତରେ ସୁନ୍ଦର ଏବଂ ବିଳାସପୂର୍ଣ୍ଣ ବଙ୍ଗଳାମାନ ରହିଛି । ସେହିଭଳି ବିଦେଶରେ ମଧ୍ୟ କିଛି ଜଣଙ୍କର ଆଲିସାନ୍ ବଙ୍ଗଳାମାନ ଅଛି । ୩ ସୁପରଷ୍ଟାର ଶାହାରୁଖ ଖାନ୍, ଅକ୍ଷୟ କୁମାର, ସଲମାନ ଖାନ୍ ଙ୍କର ଯଥାକ୍ରମେ ଦୁବାଇ, ଲଣ୍ଡନ ଏବଂ କାନାଡାରେ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ମାତ୍ର ଅମିର ଖାନ୍ ଏଭଳି ଜଣେ ଷ୍ଟାର ଯାହାଙ୍କର ବିଦେଶରେ ଗୋଟିଏ ହେଲେ ଘର ନାହିଁ । ଏକଥା ବିଶ୍ବାସ କରିବା ଏତେ ସହଜ କଥା ନୁହେଁ । ମାତ୍ର ଏହା ନିଜେ ଅମିର ଖାନ୍ ସ୍ପଷ୍ଟ କରିଛନ୍ତି ।

ଅମିର ଖାନ୍ ଆପକୀ ଅଦାଲତ ସୋ’ରେ କହିଥିଲେ ଯେ, ତାଙ୍କର ବିଦେଶରେ କୌଣସି ଘର ନାହିଁ । ସେ କହିଥିଲେ ଯେ, ମୁଁ ଜଣେ ହିଁ ଏମିତି ଷ୍ଟାର ଯାହାର ବିଦେଶରେ କୌଣସି ଘର ନାହିଁ । ସେ କହିଥିଲେ ଯେ, ସେ ଦୁଇ ସପ୍ତାହରୁ ଅଧିକ ବିଦେଶରେ ରହିପାରନ୍ତି ନାହିଁ । ମୋ ଦେଶଠୁ କୌଣସି ସ୍ଥାନ ମୋ ରହିବା ଲାଗି ଉପଯୁକ୍ତ ମନେହୁଏନା । କେବଳ ମୁଁ ନୁହେଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋଭଳି ଅନେକ ଷ୍ଟାର ଅଛନ୍ତି ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ମୁଁ ଯାହାର ଦେଶ ବ୍ୟତୀତ ବିଦେଶରେ ଘର ନାହିଁ ।
ଅମିର ଆହୁରି ମଧ୍ୟ କହନ୍ତି ଯେ, ମୁଁ ଏଭଳି କହୁନି ଯେ ଅଲଗା ଅଲଗା ଦେଶରେ ଘର ନେବା ଭଲ ନୁହେଁ ବୋଲି । ମୋତେ ବିଶ୍ବାସ ଅଛି ଯେ, ଯିଏ ବି ବିଦେଶରେ ଘର ନେଇଛନ୍ତି ସେମାନେ ଆଇନ ଅନୁଯାୟୀ ହିଁ ନେଇଥିବେ । ମୁଁ କହିବି ଯେ, ଏହା ଭୁଲ୍ ନୁହେଁ । ମାତ୍ର ମୋତେ କେବେ ଏହାର ଆବଶ୍ୟକତା ପଡିନାହିଁ ।

ଅମିର କହିଥିଲେ ଯେ, ହଲିଡେରେ ସେ ତାଙ୍କ ଫ୍ୟାମିଲି ସହ ଯେତେବେଳେ ବିଦେଶକୁ ଯାଆନ୍ତି ସେତେବେଳେ ତାଙ୍କର ସେଠାରେ ଘରଟିଏ କିଣିବା ଦରକାର ବୋଲି କେବେ ଅନୁଭ କରିନାହାନ୍ତି । ସେ କହିଥିଲେ ତାଙ୍କର ଯେତୋଟି ବି ଘର ଅଛି ତାହା ଦେଶ ଭିତରେ ଅଛି । ଆପଣଙ୍କୁ କହିରଖୁଛୁ ଯେ, ଅମିର ଖାନ୍‌ଙ୍କ ବ୍ୟତୀତ ଇଣ୍ଡଷ୍ଟ୍ରିରେ ସଲମାନ ଖାନ୍, ଶାହାରୁଖ ଖାନ୍ ଏବଂ ଅକ୍ଷୟ କୁମାର ମଧ୍ୟ ଧନୀ ଏବଂ ସୁପରଷ୍ଟାର । ସଲମାନ୍ ଖାନଙ୍କର ଦୁବାଇରେ ନିଜର ବଙ୍ଗଳା ରହିଛି । ଶାହାରୁଖ ଖାନ୍ ଙ୍କର ଲଣ୍ଡନ ଏବଂ ଦୁବାଇରେ ଘର ରହିଛି । ଦୁବାଇର ଦି ପାମ୍ ଜୁମେରାହରେ ଶାହରୁଖଙ୍କ ନିଜ ଘର ରହିଛି । ସେହିଭଳି ଅକ୍ଷୟ କୁମାରଙ୍କର କାନାଡାରେ ବଙ୍ଗଳା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.