ମାଆଙ୍କ ପାଇଁ ଟେନସନରେ ଆମୀର ଖାନ୍ , ଏବେ ସେ ଭଗବାନଙ୍କୁ ମାଗୁଛନ୍ତି ଦୁଆ

Published By : Prameya-News7 Bureau | June 30, 2020 IST

ମୁମ୍ବାଇ ୩୦/୬: ବଲିଉଡ ଅଭିନେତା ଆମୀର ଖାନ୍ ନିଜ ଷ୍ଟାଫ ମେମ୍ବରଙ୍କ କରୋନା ପଜିଟିଭ ହେବାର ସୂଚନା ଦେଇଛନ୍ତି। ସେ ଟ୍ବିଟରରେ ଏକ ଲେଟର ସେୟାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଘରର ଅନ୍ୟ ଲୋକଙ୍କ ମଧ୍ୟ କରୋନା ଟେଷ୍ଟ ହୋଇଛି ଯାହା ନେଗେଟିଭ ବାହାରିଛି।

wp:core-embed/twitter {"url":"https://twitter.com/aamir_khan/status/1277850257653555205","type":"rich","providerNameSlug":"twitter","className":""}
https://twitter.com/aamir_khan/status/1277850257653555205
/wp:core-embed/twitter

ଆମୀର ଲେଖିଛନ୍ତି- ସେ ସମସ୍ତଙ୍କୁ କହିବାକୁ ଚାହୁଁଛନ୍ତି ଯେ ତାଙ୍କ ଷ୍ଟାଫ ମଧ୍ୟରୁ କିଛି ଲୋକ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। ସେମାନଙ୍କୁ ତୁରନ୍ତ କ୍ବାରେଣ୍ଟାଇନ୍ କରି ଦିଆଯାଇଛି। ବିଏମସିର ଅଧିକାରୀମାନେ ଶୀଘ୍ରତା ଦେଖାଇ ସେମାନଙ୍କୁ ମେଡିକାଲ୍ ସୁବିଧା ଉପଲବ୍ଧ କରାଇଛନ୍ତି। ସେ ବିଏମସିର ଧନ୍ୟବାଦ ଜଣାଇବାକୁ ଚାହୁଁଛନ୍ତି। ସେ ତାଙ୍କ ଷ୍ଟାଫଙ୍କ ଭଲ ଭାବେ ଦେଖାଶୁଣା କରୁଛନ୍ତି। ଏହା ସହିତ ପୂରା ସୋସାଇଟିକୁ ସାନିଟାଇଜ ଏବଂ ଡିସଇନଫେକ୍ଟ କରୁଛନ୍ତି।

{"id":293708,"sizeSlug":"large"}

‘ସେମାନଙ୍କର ମଧ୍ୟ କରୋନା ଟେଷ୍ଟ ହୋଇଛି ଏବଂ ସେମାନେ ସମସ୍ତେ ନେଗେଟିଭ ଥିବା ଜଣା ପଡ଼ିଛି। ଏବେ ସେ ନିଜ ମାଙ୍କ କରୋନା ଟେଷ୍ଟ୍ କରାଇବେ। ତାଙ୍କର କରୋନା ଟେଷ୍ଟ ହେବା ବାକି ରହିଛି। ପ୍ଲିଜ୍ ପ୍ରାର୍ଥନା କରନ୍ତୁ ଯେ ତାଙ୍କ ମାଆଙ୍କ କରୋନା ଟେଷ୍ଟ୍ ନେଗେଟିଭ ବାହାରୁ। ଯେଉଁ ପ୍ରୋଫେସନାଲିଜମ୍ ସହ ବିଏମସି ସେମାନଙ୍କୁ ସାହାଯ୍ୟ ଏବଂ କେୟାର କରିଛି,ସେଥିପାଇଁ ସେ ପୁଣି ଥରେ ସେମାନଙ୍କ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି।’

{"id":293706,"sizeSlug":"large"}

ଆମୀର ଖାନ୍ କୋକିଳାବେନ ହସ୍ପିଟାଲର ଡାକ୍ତର,ନର୍ସ ଏବଂ ଷ୍ଟାଫଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି- ସେମାନେ ସମସ୍ତ ଟେଷ୍ଟିଂ ପ୍ରୋସେସକୁ ଅତ୍ୟନ୍ତ ପ୍ରୋଫେସନାଲ ଏବଂ କେୟାର ସହ କରୁଛନ୍ତି। ଆମୀର ଖାନ୍ ସମସ୍ତଙ୍କୁ ସେଫ୍ ରହିବାକୁ ଅପିଲ କରିଛନ୍ତି।

{"id":293710,"sizeSlug":"large"}

ଆମୀର ଖାନଙ୍କ ଅପକମିଂ ଫିଲ୍ମ ହେଉଛି ଲାଲ ସିଂହ ଚଡ୍ଢା। ଏଥିରେ ତାଙ୍କ ସହ କରୀନା କପୁର ଖାନ୍ ନଜର ଆସିବେ। ଏହି ଫିଲ୍ମ ଟମ୍ ହ୍ୟାଙ୍କସଙ୍କ ମୁଭି ଫରେଷ୍ଟ ଗମ୍ପର ହିନ୍ଦୀ ରିମେକ୍। ଲାଲ ସିଂହ ଚଡ୍ଢା ଏବର୍ଷ କ୍ରିସମସରେ ରିଲିଜ ହେବାର ଥିଲା,କିନ୍ତୁ କରୋନା ଯୋଗୁଁ ମୁଭି ରିଲିଜ ଉପରେ ସସପେନ୍ସ ଘାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.