Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ରିଅଲ ଲାଇଫ୍‌ରେ ୩-ଇଡିଅଟ ଷ୍ଟୋରୀ, ଡେଲିଭରୀ କଲେ ଡେଲିଭରୀ ବୟ

3/08/2021 at 2:45 PM

ବ୍ରିଟେନ ୦୩/୦୮: ବାସ୍ତବ ଜୀବନରେ ଚଳଚ୍ଚିତ୍ର ୩- Idiotsର କାହାଣୀ । ଫିଲ୍ମରେ ଆମେ ଦେଖିଥିଲେ ଯେ, କେମିତି ଅଭିନେତା ଆମୀର ଖାନ ସାଙ୍ଗମାନଙ୍କ ସହ ମିଶି କରୀନା କପୁରଙ୍କ ଭଉଣୀର ପ୍ରସବ କରିଥିଲେ । ଝଡ, ବର୍ଷାରେ, ଲାଇଟ୍ ବନ୍ଦ ହୋଇଥିଲେ ମଧ୍ୟ ଭିଡିଓ କଲରେ କରୀନାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନିରାପଦ ଡେଲିଭରୀ କରିଥିଲେ ।

ଠିକ୍ ସେହିପରି ବ୍ରିଟେନରେ ଚଳଚ୍ଚିତ୍ରର ପ୍ରକୃତ ଘଟଣା ନଜର ଆସିଛି । ତେବେ ଶୁଣିଲେ ହୁଏତ ଆପଣ ତାଜୁବ ହୋଇପାରନ୍ତି । କିନ୍ତୁ ଏହା ସତ ଯେ, ମହିଳାଙ୍କ ଡେଲିଭରି କରିଛନ୍ତି ଜଣେ ଡେଲିଭରି ବୟ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଜଣାପଡିବା ପରେ ଲୋକମାନେ ଡେଲିଭରି ବୟକୁ ପ୍ରଶଂସା ବି କରିବାରେ ଲାଗିପଡିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ମହିଳାଙ୍କ ଧ୍ୟାନ ଦେବା ସହ ଯତ୍ନର ସହ କରାଇଥିଲେ ପ୍ରସବ । ସୂଚନା ଅନୁଯାୟୀ, ଏହି ଘଟଣା ବ୍ରିଟେନର ପୋର୍ଟସମାଉଥ ସହରରୁ ଆସିଛି । ଡେଲିଭରି ବୟ ପ୍ୟାରୀ ରିଆନ୍ କାମ କରିବାକୁ ଯାଉଥିଲେ । ଏହି ସମୟରେ ଜଣେ ଗର୍ଭବତୀ ବ୍ୟାକହାନ୍ ଶକର୍ଙ୍କୁ ଦେଖିଲେ ଯିଏ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସେ ଜାଣିବାକୁ ପାଇଥିଲେ କି ସେ ଯନ୍ତ୍ରଣା ଭୋଗୁଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ସେଠାରେ ଉପସ୍ଥିତ ନଥିଲେ ।

ଏହା ପରେ ଡେଲିଭରି ବୟ ତୁରନ୍ତ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇ ଡାକ୍ତରଙ୍କୁ ଫୋନ କରିଥିଲେ । ପରେ ଡାକ୍ତର ମଧ୍ୟ ଜାଣିବାକୁ ପାଇଲେ ଯେ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର । ତେଣୁ ସେ ନିଜେ ଡେଲିଭରି ବାଳକକୁ ଫୋନରେ ନିର୍ଦ୍ଦେଶ ଦେଇଥିଲେ କିପରି କରିବାକୁ ହେବ ପ୍ରସବ । ଏହା ପରେ ସେ ଡାକ୍ତରଙ୍କ କହିବା ଅନୁଯାୟୀ ସବୁ କାମ କରିଥିଲେ ଡେଲିଭରି ବୟ ଜଣଙ୍କ ।

ଶେଷରେ ରିୟାନଙ୍କ ସାହାଯ୍ୟରେ ଦୀର୍ଘ ସଂଘର୍ଷ ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ମହିଳା । ପରେ ଯେତେବେଳେ ମହିଳାଙ୍କ ସ୍ୱାମୀ ସେଠାରେ ପହଞ୍ଚି ସତ୍ୟାସତ୍ୟ ଜାଣିଥିଲେ । ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ଆଖିରୁ ଲୁହ ରହିନଥିଲା । ସେ ରିୟାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ନିଜ ଡ୍ୟୁଟି ଛାଡି ଜଣେ ମହିଳାଙ୍କୁ ଏପରି ସାହାଯ୍ୟ କରିଥିବାରୁ ଲୋକେ ରିୟାନଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

   Related Posts