Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଅମୀର ଖାନ ଓ କିରନ ରାଓଙ୍କ ଛାଡପତ୍ର ପଛରେ ଫତିମା ସୈଖ୍ ! ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ

4/07/2021 at 4:21 PM

ମୁମ୍ବାଇ ୦୪/୦୭ : ବଲିଉଡ ଇଣ୍ଡଷ୍ଟ୍ରିରେ ବିବାହ ବିଚ୍ଛେଦ କିଛି ନୂଆ କଥା ନୁହେଁ । ଅନେକ ଯୋଡି ବିବାହ ପରେ ବର୍ଷ ବର୍ଷ ଧରି ଏକାଠି ରହିବା ପରେ ମଧ୍ୟ ଅଲଗା ହୋଇଥିବା ନଜିର ରହିଛି । ସେମାନଙ୍କ ମଧ୍ୟରେ କଳହ କିଛି ନୂଆ କଥା ନୁହେଁ । ଏଭଳି କିଛି ଷ୍ଟାର ଅଛନ୍ତି ଯେଉଁମାନେ କି ଜଣଙ୍କୁ ପ୍ରେମ କରିବା ପ​‌ରେ ଅନ୍ୟଜଣଙ୍କୁ ବିବାହ କରିଛନ୍ତି । କିନ୍ତୁ ନିକଟରେ ୧୫ ବର୍ଷ ଏକାଠି ରହିବାପରେ ବଲିଉଡ ସୁପରଷ୍ଟାର ଅମୀର ଖାନ ଏବଂ କିରନ ରାଓ ଅଲଗା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ସୋସିଆଲ ମିଡିଆରେ ପ୍ରଶଂସକମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ଟ୍ବିଟ୍ ଯୋଗେ ଅମୀରଙ୍କୁ ଟ୍ରୋଲ କରିବା ଆରମ୍ଭ କଲେଣି ୟୁଜର ।    

ଅମୀର ଖାନ ଓ କିରଣ ରାଓଙ୍କ ମଧ୍ୟରେ ସମ୍ପର୍କ, ଫିଲ୍ମ ‘ଲଗନ’ ସେଟ୍ ରୁ ଆରମ୍ଭ ହୋଇଥିଲା ଏବଂ ପରେ ବିବାହ ଉଭୟ ବିବାହ କରିଥିଲେ । ବୈବାହିକ ସମ୍ପର୍କ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ହଠାତ୍ ଏଭଳି ଝଡ କିପରି ସୃଷ୍ଟି ହେଲା ?  କିନ୍ତୁ ଏହି ଷ୍ଟାର ଦମ୍ପତ୍ତିଙ୍କ  ବିବାହ ଭାଙ୍ଗିବା ପରେ ସୋସିଆଲ ମିଡିଆରେ ୟୁଜର୍ସମାନେ ଫତିମାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ୟୁଜର୍ସମାନେ ଟ୍ବିଟରରେ ଏହାକୁ ନେଇ ଅନେକ ମିମ୍ସ ମଧ୍ୟ ତିଆରି କରିବା ଆରମ୍ଭ କରିସାରିଲେଣି । କିଏ ଏହି ଫତିମା ଓ କାହିଁକି ଅମୀରଙ୍କ ବିବାହ ବିଚ୍ଛେଦରେ ତାଙ୍କ ନାଁ କୁ ଯୋଡାଯାଉଛି ? ଏଭଳି ଅନେକ ପ୍ରଶ୍ନ ସୋସିଆଲ ମିଡିଆରେ ଏବେ ଘୁରିବୁଲୁଛି ।

ଫତିମା ସନା ସୈଖ୍ ହେଉଛନ୍ତି ଜଣେ ବଲିଉଡ ଅଭିନେତ୍ରୀ । ସେ ଅମୀରଙ୍କ ଅଭିନୀତ  ଫିଲ୍ମ ଦଙ୍ଗଲରେ ଡେବ୍ୟୁ କରିଥିଲେ  । ସେ ସେହି ଫିଲ୍ମରେ ଅମୀରଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ଥଗ୍ସ ଅଫ୍ ହିନ୍ଦୁସ୍ତାନରେ କାମ କରିଥିଲେ । ସେବେଠାରୁ ସେମାନଙ୍କ ସମ୍ପର୍କକୁ ନେଇ ନାନାଦି ଖବର ଶୁଣିବାକୁ ମିଳୁଥିଲା । ଏବେ ଅମୀରଙ୍କ ବିବାହ ବିଚ୍ଛେଦକୁ ମଧ୍ୟ ତାଙ୍କ ସହ ଯୋଡା ଯାଉଛି ।  ଏହାକୁ ନେଇ କିଛି ୟୁଜର୍ସ ମଧ୍ୟ ଫତିମା ଓ ଅମୀରଙ୍କ ଫଟୋକୁ ନେଇ ନାନା ପ୍ରକାରର କଳ୍ପନା ଆରମ୍ଭ କରିଦେଲେଣି । 

କିଛି ୟୁଜର୍ସ କହିଛନ୍ତି କି ଏମାନେ ଆଗକୁ ବିବାହ କରିବେ ଏହା ସହ ଆଗାମୀ ଦିନରେ ବହୁ ଦିନ ଧରି ଏକାଠି ମଧ୍ୟ ରହିପାରନ୍ତି ।  ଆଉ ଜଣେ ୟୁଜର୍ସ କହିଛନ୍ତି କି ଛାଡପତ୍ର ପରେ, ଫତିମା କଣ ଅମୀର ଙ୍କ ତୃତୀୟ ପତ୍ନୀ ହେବାକୁ ଯାଉଛନ୍ତି କି ?  ଏଭଳି ଅନେକ ୟୁଜର ଅମୀର ଓ ଫତିମାଙ୍କୁ ନେଇ ଟ୍ରୋଲ କରିବାର ଲାଗିଛନ୍ତି ସୋସିଆଲ ମିଡିଆ ୟୁଜର ।

   Related Posts