ବଲିଉଡର ଏହି ଷ୍ଟାରମାନଙ୍କ ବିବାହ ବିଚ୍ଛେଦରେ ଚକିତ ହୋଇଯାଇଥିଲେ ଫ୍ୟାନ୍ସ, ଦୀର୍ଘଦିନ ଏକାଠି ରହିବା ପରେ ବି ହୋଇଛନ୍ତି ଅଲଗା

Published By : Prameya-News7 Bureau | July 03, 2021 IST

ମୁମ୍ବାଇ ୦୩/୦୭ : ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଯୋଡି ଅଛନ୍ତି ଯିଏକି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । କିନ୍ତୁ କିଛି ବର୍ଷ ଗଲାପରେ ସେହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । କିନ୍ତୁ ଦେଖିବାକୁ ଗଲେ ଅନେକ ଯୋଡିଙ୍କର ବୈବାହିକ ଜୀବନ ଖୁବ ସୁନ୍ଦର ଭାବେ ବଢି ଚାଲିଥିବା ବେଳେ ହଠାତ୍ ଏଭଳି କିଛି ଘଟିଥାଏ ତାହା କେହି ଭାବି ପାରନ୍ତି ନାହିଁ । ଅନେକ ହିଟ୍ ଯୋଡି ଫ୍ଲଫ୍ ହୋଇଯାଆନ୍ତି । ବଲିଉଡରେ ଏମିତି ଅନେକ ଯୋଡି ରହିଛନ୍ତି ଯେକି ଦାମ୍ପତ୍ୟ ଜୀବନରେ  ଅଲଗା ହୋଇଛନ୍ତି । ଫ୍ୟାନ୍ସମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଯେମିତିକି ଆଜି ଅମିର ଖାନ, କିରନ ରାଓଙ୍କୁ ଛାଡପତ୍ର ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୧୫ ବର୍ଷ ପରେ ଦୁହେଁ ଅଲଗା ହେବେ ବୋଲି କହିଛନ୍ତି । ଯାହାକି ପୁରା ବଲିଉଡକୁ ସ୍ତବ୍ଧ କରିଦେଇଛି । ଅମିର ଖାନ ଏବଂ କିରନ ରାଓଙ୍କ ପୂର୍ବରୁ ବଲିଉଡରେ ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ବୈବାହିକ ଜୀବନରେ ବହୁ ବର୍ଷ ରହିବାପରେ ମଧ୍ୟ ଅଲଗା ହୋଇଛନ୍ତି ।

୧- ମଲାଇକା ଅରୋରା ଓ ଅରବାଜ୍ ଖାନ ବିବାହର ୧୮ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ । ତାଙ୍କର ୨୦୧୭ରେ ଛାଡପତ୍ର ହୋଇଥିଲା । ପରସ୍ପରଙ୍କ ସହମତିରେ ନିଷ୍ପତ୍ତି ନେଇଥିଲେ । ପୁଅ ଅରହାନଙ୍କ ଦାୟିତ୍ବ ମଲାଇକାଙ୍କୁ ଦିଆଯାଇଛି ।

{"id":475082,"width":833,"height":480,"sizeSlug":"large","linkDestination":"none"}

୨-ହ୍ରିତିକ୍ ରୋଶନ ଓ ସୁଜୈନ ଖାନ୍ ୧୪ ବର୍ଷ ପରେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ଏହି ଖବର ଜଣାଇବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନଭେମ୍ବର ୨୦୧୪ରେ ସରକାରୀ ନିୟମ ଅନୁଯାୟୀ ଉଭୟ ଛାଡପତ୍ର ନେଇଥିଲେ ।

{"id":475083,"width":842,"height":487,"sizeSlug":"large","linkDestination":"none"}

୩-ଫରହାନ୍ ଅଖତାର ଓ ତାଙ୍କ ପତ୍ନୀ ଅଧୁନା ୧୫ ବର୍ଷ ରହିବା ପରେ ଛାଡପତ୍ର ଦେଇଥିଲେ । ଅଧୁନା ପେଶାରେ ଜଣେ ହେୟାର ଷ୍ଟାଇଲର । ସେମାନଙ୍କର ଦୁଇଟି ଝିଅ ଅଛନ୍ତି ।

{"id":475084,"width":842,"height":485,"sizeSlug":"large","linkDestination":"none"}

୪- ଅନୁରାଗ କଶ୍ୟପ ଓ କଲକି କେକଲା ଦୁହେଁ ୨୦୧୧ ରେ ବିବାହ କରିଥିଲେ । କିନ୍ତୁ କଲକି ଏକ ସାକ୍ଷାତକାରରେ ଖୁଲାସା କରିଥିଲେ କି ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଶେଷରେ ସେ ୨୦୧୫ରେ ଛାଡପତ୍ର ନେଇଥିଲେ ।

{"width":843,"height":485}
Shocking Divorce: इन सितारों के तलाक से हर कोई रह गया हैरान, सालों रहे साथ फिर भी नहीं जमी जोड़ी

୫- ଦିଆ ମିର୍ଜା  ୨୦୧୪ରେ  ତାଙ୍କ ପୁରାତନ ବୟଫ୍ରେଣ୍ଡ ସାହିଲ ସିନ୍ଧ୍ୟାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା । ଫଳରେ ଦୁହେଁ ପାଞ୍ଚବର୍ଷ ପରେ ୨୦୧୯ରେ ଅଲଗା ହୋଇଥିଲେ ।

{"width":833,"height":482}
Shocking Divorce: इन सितारों के तलाक से हर कोई रह गया हैरान, सालों रहे साथ फिर भी नहीं जमी जोड़ी

୬-ଅର୍ଜୁନ ରାମପାଲ ଓ ମେହର ଜେସିଆ ଗ୍ଲାମର୍ସ ଦୁନିଆର ହଟେଷ୍ଟ କପଲ ଥିଲେ । ଦୁହେଁ ୨୧ ବର୍ଷ ପୁରୁଣା ସମ୍ପର୍କକୁ ଭାଙ୍ଗି ଦେଇଥିଲେ । ତାଙ୍କର ଦୁଇଟି ଝିଅ ରହିଛି । ଝିଅଙ୍କ ଦାୟିତ୍ବ ମେହରକୁ ଦିଆଯାଇଛି ।

{"width":836,"height":481}
Shocking Divorce: इन सितारों के तलाक से हर कोई रह गया हैरान, सालों रहे साथ फिर भी नहीं जमी जोड़ी

୭- କରିସ୍ମା କପୁର ଓ ସଞ୍ଜୟ କପୁର ବିବାହର ୧୧ ବର୍ଷ ପରେ ଛାଡପତ୍ର ଦେଇଥିଲେ ।  ଦୁହିଁଙ୍କର ଦୁଇଟି ପିଲା ରହିଛି । ଏହାର କଷ୍ଟଡି କରିସ୍ମାଙ୍କୁ ଦିଆଯାଇଛି ।

{"width":832,"height":480}
Shocking Divorce: इन सितारों के तलाक से हर कोई रह गया हैरान, सालों रहे साथ फिर भी नहीं जमी जोड़ी

୮-ସୈଫ ଅଲ୍ଲି ଖାନ ଓ ଅମ୍ରିତା ରାଓ ବଲିଉଡ ଇଣ୍ଡଷ୍ଟ୍ରିର ନାମୀଦାମୀ କପଲ ଥିଲେ । ତାଙ୍କର ବିବାହ ୧୯୯୧ରେ ହୋଇଥିଲା । ୨୦୦୪ରେ ଦୁହେଁ ଛାଡପତ୍ର ନେଇଥିଲେ ।

{"width":843,"height":489}
Shocking Divorce: इन सितारों के तलाक से हर कोई रह गया हैरान, सालों रहे साथ फिर भी नहीं जमी जोड़ी

୯- କରନ ସିଂହ ଗ୍ରୋଭର ଓ ଜେନିଫର ୱିଙ୍ଗେଟ୍  ଟେଲି ପରଦାର ବହୁ ପପୁଲାର କପଲ ଥିଲେ । ଦୁହେଁ ୨୦୧୨ରେ ବିବାହ କରିଥିଲେ କିନ୍ତୁ ବିବାହର କିଛି ବର୍ଷ ପରେ ୨୦୧୪ରେ ଦୁହେଁ ଅଲଗା ହୋଇଥିଲେ ।

{"width":838,"height":481}
Shocking Divorce: इन सितारों के तलाक से हर कोई रह गया हैरान, सालों रहे साथ फिर भी नहीं जमी जोड़ी

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.