ଆସନ୍ତାକାଲି ରିଲିଜ ହେବ ଆମୀର ଖାନଙ୍କ ଫିଲ୍ମ ‘ଠଗସ୍ ଅଫ୍ ହିନ୍ଦୁସ୍ତାନ’ : ଓପନିଂ ଦିନ ହିଁ ୨୦କୋଟିର ବ୍ୟବସାୟ କରିବ

Published By : Prameya-News7 Bureau | November 07, 2018 IST

ମୁମ୍ବାଇ ୭/୧୧:  ଆମୀର ଖାନଙ୍କ ଫିଲ୍ମ ‘ଠଗସ୍ ଅଫ୍  ହିନ୍ଦୁସ୍ତାନ’ ଆସନ୍ତା କାଲି ରିଲିଜ ହେବାକୁ ଯାଉଛି। ଆଗୁଆ ବୁକିଂ ରିପୋର୍ଟରେ ‘ଠଗସ ଅଫ ହିନ୍ଦୁସ୍ତାନ’ ଏହି ବର୍ଷ ରିଲିଜ ହୋଇଥିବା ସଞ୍ଜୁ ଏବଂ ଟାଇଗର ଜିନ୍ଦା ହେ ରୁ ମଧ୍ୟ ବଡ଼ ଓପନିଂ ଦେବ। ସୂଚନା ମିଳିଛି ଯେ ଏହି ଫିଲ୍ମର ଦୁଇ ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି। କୁହାଯାଉଛି ଯେ ଏହି ଫିଲ୍ମଟି ଓପନିଂ ଦିନ ୨୦କୋଟିରୁ ଅଧିକ ଆୟ କରିବ। ବାହୁବଳୀ-୨ର ଆଗୁଆ ବୁକିଂଠାରୁ ଯଦିଓ ଠଗସ୍ ଅଫ ହିନ୍ଦୁସ୍ତାନ ବହୁତ ପଛରେ ଅଛି। ଦୀପାବଳୀ ପରିପ୍ରେକ୍ଷୀରେ ଆଗରୁ ରିଲିଜ ହୋଇଥିବା କିଛି ଫିଲ୍ମକୁ ମଧ୍ୟ ଭଲ ବୁକିଙ୍ଗ ମିଳିଥିଲା । କିନ୍ତୁ ଦୀପାବଳି ପରେ ରିଲିଜ ହେଉଥିବା ଏହି ଫିଲ୍ମକୁ ବେଶ ଭଲ ଓପନିଂ ମିଳିବ। ଟ୍ରେଲର ରିଲିଜ ହେବା ପରେ ହିଁ ଆମୀରଙ୍କ ଏହି ଫିଲ୍ମ ସମାଲୋଚନାର ଶିକାର ହୋଇଥିଲା। ଏହି କାରଣରୁ ଆମୀର ଏହାର vfx( ଭିଜୁଆଲ ଇଫେକ୍ଟ)ରେ ପରିବର୍ତ୍ତନ କରିଥିଲେ। ସୁଟିଂ ଲୋକେସନ ଏବଂ vfx କାରଣରୁ ଫିଲ୍ମର ବଜେଟ ୨୧୦କୋଟି ଟଙ୍କା ହୋଇଛି। ଯଶରାଜ ବ୍ୟାନର ଏହି ଫିଲ୍ମ ଥ୍ରୀଡି ଏବଂ ଆଇମ୍ୟାକ୍ସରେ ରିଲିଜ ହେବ। ଆମୀରଙ୍କ ଏହି ଫିଲ୍ମ ଭାରତରେ ୫୦୦୦ସ୍କ୍ରିନରେ ରିଲିଜ ହେବ। ୪୫୦୦-୪୬୦୦ ସ୍କ୍ରିନ୍ ହିନ୍ଦୀ ଭାଷୀ ସ୍ଥାନରେ ଦିଆଯିବ ଏବଂ ଅବଶିଷ୍ଟ ତାମିଲ ଓ ତେଲୁଗୁଭାଷୀ ସ୍ଥାନମାନଙ୍କରେ ଦିଆଯିବ। ଏହି ଫିଲ୍ମର ନିର୍ଦ୍ଦେଶନା ବିଜୟ କୃଷ୍ଣ ଆଚାର୍ଯ୍ୟ ଦେଇଛନ୍ତି। ଏହି ଫିଲ୍ମରେ ଆମୀର ଏବଂ କ୍ୟାଟ୍ରୀନା ଦ୍ବିତୀୟ ଥର ନଜର ଆସିବେ। ଏହା ପୂର୍ବରୁ ସେମାନେ ଧୁମ-୩ରେ ଏକାଠି କାମ କରିଥିଲେ। ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ଫାତିମା ସାନା ଶେଖ ମଧ୍ୟ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.