ଅକ୍ଷୟ କୁମାରଙ୍କୁ ଟ୍ରୋଲ କଲେ ଆମୀର ଖାନଙ୍କ ଫ୍ୟାନ୍ସ, ସୋସିଆଲ ମିଡିଆରେ ହଇଚଇ

Published By : Prameya-News7 Bureau | November 19, 2019 IST

ମୁମ୍ବାଇ୧୯|୧୧: ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଅଭିନେତା ଆମୀର ଖାନ ଆଜିକାଲି “ଲାଲ ସିଂହ ଚଡ୍ଡା” ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି।ନିକଟରେ ଫିଲ୍ମର ଶୁଟିଂ ସେଟ୍‌ର କିଛି ଫଟୋ ଲିକ୍‌ ହୋଇଛି। ଏହି ଫଟୋରେ ଆମୀର ଶିଖ ସର୍ଦ୍ଦାର ଲୁକ୍‌ରେ ଦେଖାଯାଇଛନ୍ତି। ଲମ୍ବା ଦାଢି ସହ ଲାଲ ପଗଡି ଗେଟ୍‌ ଅପରେ ଆମୀର ନଜର ଆସିଛନ୍ତି।

{"id":186672,"sizeSlug":"large"}

ପିକେ ଓ ୩ ଇଡିଅଟ୍ସ ଫିଲ୍ମ ଭଳି ଏଥିରେ ମଧ୍ୟ ଖୁବ ଅଲଗା ଲାଗୁଛନ୍ତି ଆମୀର। ତେବେ ଏନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।ଆମୀରଙ୍କର ଏହି ଲୁକ୍‌ ପ୍ରଶଂସା କରିବା ସହ ଅପରପକ୍ଷରେ ଦର୍ଶକ ଅକ୍ଷୟ କୁମାରଙ୍କୁ ଟ୍ରୋଲ କରୁଛନ୍ତି।

{"id":186673,"sizeSlug":"large"}

ଚଳିତ ବର୍ଷ ମାର୍ଚ୍ଚ ମାସରେ ଅକ୍ଷୟ କୁମାରଙ୍କ ଫିଲ୍ମ କେଶରୀ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅକ୍ଷୟ କୁମାର ମଧ୍ୟ ଜଣେ ଶିଖ୍‌ ଭୂମିକାରେ ନଜର ଆସିଥିଲେ।ଏହି ଭୂମିକା ପାଇଁ ଅକ୍ଷୟ କୁମାର ନକଲୀ ଦାଢି ଓ ନିଶର ବ୍ୟବହାର କରିଥିଲେ।ଅକ୍ଷୟଙ୍କର ଏହି ଲୁକ୍‌ସହ ଫିଲ୍ମ ରିଲିଜ ହେବା ପରେ ମଧ୍ୟ ସେ ବହୁତ ଟ୍ରୋଲ ହୋଇଥିଲେ। ଏବେ ଆମୀରଙ୍କ ପୋଷ୍ଟର ରିଲିଜ ହେବା ପରେ ଦର୍ଶକ ଉଭୟ ଷ୍ଟାରଙ୍କ ଲୁକ୍‌ ତୁଳନା କରିଥିଲେ।ଏବେ ଟୁଇଟରରେ ଅକ୍ଷୟଙ୍କୁ ବହୁତ ଟ୍ରୋଲ କରାଯାଉଛି।

{"id":186674,"sizeSlug":"large"}

ୟୁଜରଙ୍କ କମେଣ୍ଟ ଅନୁସାରେ ଆମୀର ଖାନ ଏହି ଭୂମିକାରେ ଅଭିନୟ କରିବା ପାଇଁ ଅସଲୀ ଦାଢି ବଢାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ଅସଲୀ ଦାଢି ନିଶ ବଢାଇ ନିଜ ଭୂମିକାରେ ଅଭିନୟ କରିବାକୁ ନ୍ୟାୟ କୁହାଯାଏ । ହେଲେ କେଶରୀ ଫିଲ୍ମକୁ ଇଙ୍ଗିତ କରି ୟୁଜର୍ସ କହିଛନ୍ତି ଯେ,  ଦେଶଭକ୍ତି ନାଁରେ ଲୋକଙ୍କୁ ବୋକା ବନେଇବା ଅନ୍ୟାୟ।

{"id":186675,"width":535,"height":465,"sizeSlug":"large"}

ଏନେଇ ଅକ୍ଷୟଙ୍କ ଫ୍ୟାନ୍ସ ମଧ୍ୟ କମେଣ୍ଟ କରିଛନ୍ତି। ସେମାନେ କହିଛନ୍ତି ଯେ, ଅକ୍ଷୟ କୁମାର ଗୋଟେ ବର୍ଷରେ ଅନେକ ଫିଲ୍ମରେ ଅଭିନୟ କରନ୍ତି।ଯେଉଁଥିପାଇଁ ଦାଢି ବଢାଇବା କଷ୍ଟକର ହୋଇଥାଏ।ହେଲେ ଆମୀର ଖାନ ଗୋଟେ ବର୍ଷରେ କମ ଫିଲ୍ମ କରନ୍ତି ସେଥିପାଇଁ ସେ ଏହା ସହଜରେ କରିପାରିଛନ୍ତି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.