Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଦାନବୀର ଆମୀର : କରୋନା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଆମୀର ଖାନ୍, କାହାକୁ ନ ଜଣାଇ ଦାନ କଲେ ଏତେ କୋଟି ଟଙ୍କା

7/04/2020 at 7:20 PM

ମୁମ୍ବାଇ ୭/୪: କରୋନା ଭାଇରସ ଯୋଗୁଁ ଜାରି ହୋଇଥିବା ଲକଡାଉନରେ ବଲିଉଡର ଷ୍ଟାର ସାହାଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି। ଅକ୍ଷୟ କୁମାର ୨୫କୋଟି ଟଙ୍କା ଡୋନେସନ ଦେଇଥିବାବେଳେ ଶାହରୁଖ ଖାନ୍ କିଛି ନ ଜଣାଇ ୭ଟି ଭିନ୍ନ ଭିନ୍ନ ପ୍ରକାରରେ ସାହାଯ୍ୟ କରିଛନ୍ତି। ସଲମାନ ଖାନ୍ ୨୫୦୦୦ ଦିନମଜୁରିଆ ଶ୍ରମିକଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି।  କିନ୍ତୁ ଏହା ମଧ୍ୟ​ରେ ଆମୀର ଖାନଙ୍କ ଦାନ ବିଷୟରେ କୌଣସି ସୂଚନା ମିଳିନଥିଲା। କିନ୍ତୁ ଏବେ ଜଣା ପଡ଼ିଛି ଯେ ନାଁ ନ କହି ଆମୀର ଖାନ୍ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଦାନ କରି ସାରିଛନ୍ତି।

ଏହା ବ୍ୟତୀତ ଆମୀର ଖାନ୍ କିଛି ଫିଲ୍ମ ଓ୍ବାର୍କର ଆସୋସିଏସନ ଏବଂ ଏନଜିଓରେ ଦାନ ଦେଇଛନ୍ତି। ଏହା ସହିତ ଏହି ଲକଡାଉନରେ ନିଜର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଢା’ ସହ ସାମିଲ ଥିବା ଦିନମଜୁରିଆ ଶ୍ରମିକଙ୍କୁ ସାହାଯ୍ୟ କରିଛନ୍ତି।

ଆମୀର ଏବେ ସୁଦ୍ଧା ନିଜ ଦାନ ବିଷୟରେ ଲୋକଙ୍କୁ ଜଣାଇନଥିଲେ। ଭାରତ ସମେତ ଦେଶବ୍ୟାପି କରୋନା ଭାଇରସର ଭୟାବହତା ଲାଗି ରହିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୪୨୧ ହୋଇଯାଇଛି।

   Related Posts