Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରେମିକକୁ କିସ୍‌ କରିଲା ବେଳେ ଆମୀର ଖାନ୍‌ଙ୍କ ଲାଡଲି ଇରାଙ୍କୁ ସ୍ପଟ୍ କରାଯାଇଥିଲା , ଫଟୋ ହେଲା ଭାଇରାଲ

13/05/2019 at 3:52 PM

ମୁମ୍ୱାଇ୧୩|୫:  ବଲିଉଡର ମିଷ୍ଟର ପର୍ଫେକସନିଷ୍ଟ ଆମୀର ଖାନଙ୍କ ଝିଅ ଇରା ଖାନ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି।  ଆମୀର ଖାନ୍‌ଙ୍କ ପ୍ରଥମ ସ୍ତ୍ରୀ ରାନୀ ଦତ୍ତଙ୍କ ଝିଅ ହେଲେ ଇରା। ଇରା ନିଜେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି।

ଗତ କାଲି ଇରାଙ୍କ ଜନ୍ମଦିନ ଥିଲା। ଇରାଙ୍କୁ ଏବେ ୨୨ ବର୍ଷ ବୟସ । ଅନ୍ୟ ଷ୍ଟାରକିଡ୍‌ଙ୍କଠାରୁ ଇରା ବହୁତ ଅଲଗା। ସୁହାନା, ସାରା, ଜାନଭିଙ୍କ ଭଳି ଲାଇମ୍‌ଲାଇଟ୍‌ରେ ରହିବା ପସନ୍ଦ କରନ୍ତି ନାହିଁ ଇରା ।

ଏବେ ଇରାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋଟି ଯେତିକି ଭାଇରାଲ ହୋଇଛି ତାଠାରୁ ଅଧିକ କମେଣ୍ଟକୁ ନେଇ ହଇଚଇ ସୃଷ୍ଟି ହେଉଛି। ଏହି ଫଟୋରେ ଇରା ତାଙ୍କ ବୟଫ୍ରେଣ୍ଡଙ୍କ ସହ ନଜର ଆସିଛନ୍ତି।

ଏହି ଫଟୋରେ ଇରା ମିଶାଲ କୃପଲାନୀଙ୍କ ସହ ଦେଖାଯାଇଛନ୍ତି। ଇରା ଓ ମିଶାଲ ପରସ୍ପକୁ ଡେଟ୍‌ କରୁଛନ୍ତି ।ଆମୀର ଖାନଙ୍କ ଝିଅ ଇରା ନିଜେ ଏହି ଫଟୋ ଇଣଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି।

ଗୋଟିଏ ଫଟୋ​‌ରେ ମିଶାଲ ଇରାଙ୍କ ମଥାରେ କିସ୍ କରିଛନ୍ତି।

   Related Posts