ଇଦ୍‌ରେ ଟ୍ରାଡିସନାଲ୍ ଲୁକ୍‌ରେ ନଜର ଆସିଲେ ଆମୀର ଖାନଙ୍କ ଝିଅ ଇରା : ଶାଢ଼ି ପିନ୍ଧି ସେୟାର କଲେ ଫଟୋ

Published By : Prameya-News7 Bureau | May 26, 2020 IST

ମୁମ୍ବାଇ ୨୬/୫: ଲକଡାଉନ୍ ମଧ୍ୟରେ ଆମୀର ଖାନଙ୍କ ଝିଅ ଇରା ଖାନ୍ ସୋସିଆଲ୍ ମିଡିଆରେ ନିଜର ଭିନ୍ନ-ଭିନ୍ନ ଅନ୍ଦାଜ ଦେଖାଇ ଫ୍ୟାନଙ୍କୁ ଏଣ୍ଟରଟେନ୍ କରୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ବୋଲ୍ଡ ଲୁକ୍ସ, ତ କିଛି କ୍ୟୁଟ୍। ଇଦ୍ ଅବସରକୁ ସେଲିବ୍ରେଟ୍ କରିବା ପାଇଁ ଇରା ନିଜ ପାଇଁ ଟ୍ରାଡିସନାଲ୍ ଲୁକ୍ ବାଛିଥିଲେ।

wp:core-embed/instagram {"url":"https://www.instagram.com/p/CAm-u_YA_K_/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAm-u_YA_K_/?utm_source=ig_embed
/wp:core-embed/instagram

ଇରା ଖାନ୍ ଫେଷ୍ଟିଭାଲକୁ ପାଳିବା ପାଇଁ ଖୁବ୍ ସୁନ୍ଦର ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ଏଥିରେ ଲାଲ ଏବଂ ସିଲଭର ଥ୍ରେଡର ଲାଇନିଂ ପ୍ରିଣ୍ଟ୍ ରହିଛି,ଯାହା ତାଙ୍କୁ ଖୁବ୍ ସୁନ୍ଦର ଲୁକ୍ ଦେଇଛି। ଇରା ଏହାକୁ ବ୍ଲାକ୍ ସ୍ଲିଭଲେସ୍ ବ୍ଲାଉଜ ସହ ମ୍ୟାଚ୍ କରିଥିଲେ।

{"id":276190,"sizeSlug":"large"}

ଏହି ଶାଢ଼ୀର ଲୁକରେ ମଧ୍ୟ ଆମୀରଙ୍କ ଝିଅ ନିଜ ଫଙ୍କି ଫ୍ୟାଶନ୍ ଲଭକୁ ଆଡ୍ କରୁଥିବା ନଜର ଆସିଥିଲେ। ସେ ଶାଢ଼ୀ ସହ ଚୁଡ଼ି ପିନ୍ଧିବା ପରିବର୍ତେ ଗୋଟିଏ ହାତରେ ସ୍ପୋର୍ଟସ୍ ଓ୍ବାଚ୍ ତ ଅନ୍ୟ ହାତରେ କୁଲ୍ ଲୁକିଂ ବ୍ରେସଲେଟ୍ ପିନ୍ଧିଥିଲେ।

{"id":276191,"sizeSlug":"large"}

ଇରା କାନରେ ମିଡିୟମ୍ ଲେଙ୍ଗ୍‌ଥର ସିଲଭର ଝୁମକା ପିନ୍ଧିଥିଲେ। ସେ ନୋ-ମେକଅପ୍‌ରେ ନଜର ଆସିଥିଲେ। ସେ କାଜଲ୍ ଲଗାଇଥିଲେ କିନ୍ତୁ ଅତ୍ୟନ୍ତ ହାଲକାରେ ଲଗାଇଥିଲେ।

{"id":276192,"sizeSlug":"large"}

ଇରା ଖାନଙ୍କ ଏହି ଲୁକ୍‌କୁ ଲୋକେ ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କ ବନ୍ଧୁ ଏବଂ ଭଉଣୀମାନେ ମଧ୍ୟ ଇନଷ୍ଟାଗ୍ରାମରେ ଗୋଟିଏ ପରେ ଗୋଟିଏ ଅନେକ କମେଣ୍ଟସ୍ କରିଥିଲେ।

{"id":276194,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.