ଆମୀର ଖାନଙ୍କ ଝିଅ ଇରା ଖାନଙ୍କ ମନ ଭାଙ୍ଗିଲେ ମିଶାଲ : ୨ବର୍ଷର ପ୍ରେମ ସମ୍ପର୍କରେ ଟାଣିଲେ ପୂର୍ଣ୍ଣଚ୍ଛେଦ

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ ୧୬/୪: ଆମୀର ଖାନଙ୍କ ଝିଅ ଇରା ଖାନ୍ କୌଣସି ନା କୌଣସି କାରଣ ଯୋଗୁଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। କେବେ ତାଙ୍କ ବୋଲ୍ଡ ଫଟୋଶୁଟ୍ ଯୋଗୁଁ ତ କେବେ ବୟଫ୍ରେଣ୍ଡଙ୍କ ଯୋଗୁଁ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ବର୍ତ୍ତମାନ ଇରାଙ୍କ ଖବରକୁ ଆସିବା କାରଣ ହେଉଛି ତାଙ୍କ ବୟଫ୍ରେଣ୍ଡ ମିଶାଲ କ୍ରିପାଲନୀଙ୍କ ସହ ତାଙ୍କର ବ୍ରେକଅପ୍। ମିଶାଲ୍ ଏବଂ ଇରା ୨ବର୍ଷରୁ ପରସ୍ପରକୁ ଡେଟ୍ କରୁଥିଲେ। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ।

{"id":255249,"sizeSlug":"large"}

ସୂଚନା ଅନୁଯାୟୀ ଉଭୟଙ୍କ ମଧ୍ୟରେ କେତେ ଦିନ ହେବ ଦୂରତ୍ବ ଆସି ଯାଇଛି। ଦୁହେଁ ପରସ୍ପରକୁ ଦେଖା କରିବା ବନ୍ଦ କରି ଦେଇଛନ୍ତି। ଯେବେଠୁ ଇରା ତାଙ୍କ କ୍ୟାରିୟର ଏବଂ ପ୍ରୋଫେସନାଲ୍ ଲାଇଫ ପ୍ରତି ଧ୍ୟାନ ଦେବା ଆରମ୍ଭ କରିଛନ୍ତି ସେବେଠୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏହାକୁ ଧ୍ୟାନରେ ରଖି ସେମାନେ ପରସ୍ପରଠୁ ବ୍ରେକଅପ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":255248,"sizeSlug":"large"}

ମିଶାଲଙ୍କ ବିଷୟରେ ଇରା ସୋସିଆଲ ମିଡିଆରେ କହିଥିଲେ। ପାଖାପାଖି ବର୍ଷେ ପୂର୍ବରୁ ଇରା ଇନଷ୍ଟାଗ୍ରାମରେ ଆସ୍କ ମି ଏନିଥିଙ୍ଗ୍ ଖେଳୁଥିଲେ। ସେତେବେଳେ ଜଣେ ୟୁଜର ତାଙ୍କୁ ପଚାରିଥିଲେ ଯେ ସେ କାହାକୁ ଡେଟ୍ କରୁଛନ୍ତି। ସେତେବେଳେ ଇରା ମିଶାଲଙ୍କ ଫଟୋ ପବ୍ଲିକ୍ କରି ଦେଇଥିଲେ।

{"id":255250,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.