Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||

ହାପି ବାର୍ଥ ଡେ ମିଷ୍ଟର ପରଫେକ୍ସନିଷ୍ଟ : ବିଫଳତାରୁ ଉଠିବାର ଜୋଶରେ ଭରପୂର କୟାମତ ଷ୍ଟାର

14/03/2020 at 3:55 PM

ମୁମ୍ବାଇ ୧୪/୩: ଫିଲ୍ମରେ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଅମୀର ଖାନଙ୍କୁ ମିଷ୍ଟର ପରଫେକ୍ସନିଷ୍ଟ ନାଁରେ ଜଣାଯାଏ। ଫିଲ୍ମ ଏବଂ ସମାଜରେ ଲଗାତାର ହେଉଥିବା ପରିବର୍ତ୍ତନକୁ ସ୍ବୀକାର କରି ଅମୀର ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମର ଲାଇନ୍ ଲଗାଇ ଦେଇଛନ୍ତି। ଅମୀର ମୁଖ୍ୟ ଅଭିନେତା ଭାବେ ନିଜର ପ୍ରଥମ ଫିଲ୍ମ ‘କୟାମତ ସେ କୟାମତ ତକ’ରୁ ହିଁ ସଫଳତାର ପାହାଚ ଚଢ଼ିବା ଆରମ୍ଭ କରି ଦେଇଥିଲେ। ମଝିରେ ତାଙ୍କ କ୍ୟାରିୟର ବିଫଳତା ଆଡ଼କୁ ଯାଇଥିଲେ ମଧ୍ୟ ସେ ହାରିଯାଇନଥିଲେ ବରଂ ପରିସ୍ଥିତିକୁ ଧୈର୍ଯ୍ୟର ସହ ମୁକାବିଲା କରିଥିଲେ। ଏବେ ସେ ହିନ୍ଦୀ ସିନେମାର ଏପରି ଏକ ମୋତି ହୋଇଯାଇଛନ୍ତି ଯେ ସେ ଯେଉଁ ଫିଲ୍ମକୁ ହାତ ଲଗାଉଛନ୍ତି,ସେଥିରୁ ସୁନା ବାହାରୁଛି। ତାଙ୍କ ଜନ୍ମଦିନ ଅବସରରେ ଆଜି ଆମେ ଆପଣଙ୍କୁ ଅମୀରଙ୍କ ସବୁଠୁ ଚମତ୍କାର ଭୂମିକା ବିଷୟରେ କହିବା।

ଏକ କମ୍ ବଜେଟର ପ୍ରାୟୋଗିକ ଫିଲ୍ମ ‘ହୋଲି’ରେ ଛୋଟ ଭୂମିକାରେ ଅଭିନୟ କରିବା ପରେ ଅମୀର ଏହି ଦମଦାର ଫିଲ୍ମରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।  ଅମୀରଙ୍କ ବାପା ତାହିର ହୁସୈନଙ୍କ ବଡ଼ଭାଇ ନାସିର ହୁସୈନ ଏହି ଫିଲ୍ମ ନିର୍ମାଣ କରିଥିଲେ ଏବଂ ନାସିରଙ୍କ ପୁଅ ମନସୁର ଖାନ୍ ଏହି ଫିଲ୍ମର ନିର୍ଦେଶନା ଦେଇଥିଲେ। ‘କୟାମତ ସେ କୟାମତ ତକ’ ରେ ତାଙ୍କ ଅଭିନୟ ସମସ୍ତଙ୍କ ମନ କିଣି ପାରିଥିଲା। ଏଥିପାଇଁ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ଏବଂ ମେଲ୍ ଡେବ୍ୟୁର ଫିଲ୍ମଫେୟାର ପୁରସ୍କାର ମିଳିଥିଲା।

ରାଜକୁମାର ସନ୍ତୋଷୀଙ୍କ ନିର୍ଦେଶନାରେ ହୋଇଥିବା ଅନ୍ଦାଜ ଅପନା ଅପନା ଏକ କମେଡି ଫିଲ୍ମ। ଆମୀର ନିଜ ଭୂମିକାକୁ ବହୁତ ଭଲ ଭାବେ ଲିଭାଇଥିଲେ। ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଟ ଅଭିନେତା ଭାବେ ଫିଲ୍ବଫେୟାର ଆଓ୍ବାର୍ଡ଼ ମିଳିଥିଲା।

ରାଜା ହିନ୍ଦୁସ୍ତାନୀରେ ଦମଦାର ଅଭିନୟ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା।

ଅନେକ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବା ପରେ ଅମୀରଙ୍କୁ ସରଫାରୋଶ ଫିଲ୍ମରେ ପ୍ରଥମ ଥର ପୋଲିସ୍ ଇନସ୍ପେକ୍ଟର ରୂପରେ ଦେଖାଗଲା। ଏଥିରେ ଏପରି ଗମ୍ଭୀର ଅଭିନୟ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆଓ୍ବାର୍ଡ଼ ମିଳିଥିଲା।

ଅନେକ ବଡ଼ ଅଭିନେତା ଏବଂ ନିର୍ମାତାଙ୍କ ଚକ୍କର ଲଗାଇବା ପରେ ଲଗାନ୍ ଫିଲ୍ମ ଶେଷରେ ଅମୀରଙ୍କ ପାଖକୁ ଆସିଥିଲା। ଏଥିପାଇଁ ମଧ୍ୟ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ରୂପେ ଫିଲ୍ମ ଫେୟାର ଆଓ୍ବାର୍ଡ଼ ମିଳିଥିଲା।

ରାକେଶ ଓମପ୍ରକାଶ ମେହେରାଙ୍କ ରଙ୍ଗ ଦେ ବସନ୍ତୀ ମଧ୍ୟ ଆମୀରଙ୍କ ପାଇଁ ଶ୍ରେଷ୍ଠ ଫିଲ୍ମ ସାବ୍ୟସ୍ତ ହୋଇଥିଲା। ଏଥିରେ ମଧ୍ୟ ତାଙ୍କୁ ଫିଲ୍ମଫେୟାର ଆଓ୍ବାର୍ଡ଼ ମିଳିଥିଲା।

ଆମୀର ଖାନଙ୍କ ଗଜନୀ ଫିଲ୍ମ ଭାରତରେ ୧୦୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଫିଲ୍ମରେ ଗଣାଯାଏ। ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭା​ବେ ଫିଲ୍ମଫେୟାର ଆଓ୍ବାର୍ଡ଼ ମିଳିଥିଲା।

ଥ୍ରୀ ଇଡିୟଟସରେ ରାଞ୍ଚୋ ଭୂମିକାରେ ଅଭିନୟ କରିଥିବା ଆମୀର ଖାନଙ୍କୁ ଦମଦାର ଅଭିନୟ ପାଇଁ ତାଙ୍କୁ ଫିଲ୍ମଫେୟାର ଆଓ୍ବାର୍ଡ଼ ମିଳିଥିଲା।

ଥ୍ରୀ ଇଡିୟଟସର ସଫଳତା ପରେ ରାଜକୁମାର ହିରାନୀ ଏବଂ ବିଧୁ ବିନୋଦ ଚୋପ୍ରା ପୁଣି ଥରେ ଆମୀର ଖାନଙ୍କ ସହ ଫିଲ୍ମ ମୈଦାନକୁ ଓହ୍ଲାଇଥିଲେ। ଏହି ଫିଲ୍ମରେ ଆମୀର ଏକ ଏଲିୟନ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ଦମଦାର ଅଭିନୟ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ଆଓ୍ବାର୍ଡ଼ ମିଳିଥିଲା।

ଦଙ୍ଗଲ ଫିଲ୍ମରେ ଆମୀର ଖାନ୍ ମହାବୀର ଫୋଗାତଙ୍କ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଦମଦାର ଅଭିନୟ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆଓ୍ବାର୍ଡ଼ ମିଳିଥିଲା।

   Related Posts