ଛାଡପତ୍ର ପରେ ପାର୍ଟିରେ ଏକାଠି ନଜର ଆସି ଅମୀର ଖାନ୍ ଓ କିରଣ ରାଓ : ଭାଇରାଲ୍ ହେଉଛି ଫଟୋ ..

Published By : Prameya-News7 Bureau | September 17, 2021 IST

ମୁମ୍ବାଇ ୧୭/୦୯ : ସାଧାରଣତଃ ଛାଡ଼ପତ୍ର ପରେ କପଲ୍ ମାନେ ଅଲଗା ଓ ସ୍ବାଧୀନ ଭାବେ ଜୀବନ ବିତାଇଥାନ୍ତି । କିନ୍ତୁ ଆମୀର ଖାନ୍ ଓ କିରଣ ରାଓ ଛାଡ଼ପତ୍ର ପରେ ବି ଏକ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ବଜାୟ ରଖିଛନ୍ତି । ଜୁଲାଇରେ ଅମୀର ତାଙ୍କ ଦ୍ବିତୀୟ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ । କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁକୁ ଏକ ବନ୍ଧୁଙ୍କ ହିସାବରେ ବିବାହ ଉତ୍ସବରେ ଏକାଠି ଦେଖିବାକୁ ମିଳିଛି । ଅମୀର ଓ କିରଣଙ୍କ ଏହିଭଳି  ଭାବେ ଏକାଠି  ହୋଇ ବିବାହ ଉତ୍ସବରେ ଯୋଗ ଦେବା ସମସ୍ତଙ୍କୁ ଚକିତ କରିଛି । ଛାଡପତ୍ର ପରେ ପ୍ରଥମ ଥର କିରଣ ଓ ଅମୀରଙ୍କୁ ଏକ ଫିଲ୍ମର ସୁଟିଂ ସେଟ୍ ରେ ଦେଖିବାକୁ ମିଳିଥିଲା । ଶୁଟିଂ ସମୟରେ ଅମୀର ଖାନ୍ ଓ କିରଣ ରାଓଙ୍କୁ ତାଙ୍କ ପୁଅ ସହିତ ବହୁତ  ଭଲ ସମୟ ଅତିବାହିତ କରିବାର ଦେଖିବାକୁ ମିଳିଥିଲା  

ତେବେ ନିକଟରେ ଜଣେ ତାଙ୍କ ବିଶେଷ ବନ୍ଧୁଙ୍କ ବିବାହରେ କିରଣ ଓ ଅମୀରଙ୍କୁ ଏକାଠି ଯୋଗ ଦେବାର ଦେଖିବାକୁ ମିଳିଛି । ଏହି ବିବାହ ଉତ୍ସବରେ ଦୁହେଁ ସାଙ୍ଗରେ ଫଟୋ ମଧ୍ୟ ଉଠାଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ଭଲ ସଂପର୍କ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏଭଳି ଘଟଣା ଛାଡପତ୍ର ହେବା ପରେ ଦେଖିବାକୁ ମିଳିନଥାଏ ।  ଅମୀର ଖାନ୍ ଓ କିରଣ ରାଓଙ୍କ  ଏହି ଫଟୋ ସୋସିଆଲ ମିଡିଆରେ ‌ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କେବଳ ବିବାହ ଉତ୍ସବରେ ନୁହେଁ, ଛାଡପତ୍ର ପରେ କିରଣ ଓ ଅମୀରଙ୍କ  ଅନେକ ଥର ଏକାଠି ଦେଖିବାକୁ ମିଳିଛି । ଛାଡପତ୍ର ନେବା ପରେ ଲଦାଖରେ ଦୁହେଁ ଏକାଠି ଡାନ୍ସ କରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ଦୁହିଁଙ୍କୁ ଏକାଠି ଅନେକ ଥର ଲଞ୍ଚ ଡେଟ୍‌ରେ ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଚଳିତ ବର୍ଷ ଜୁଲାଇରେ ଦୁହେଁ ସୋସିଆଲ ମିଡିଆରେ ମିଳିତ ଭାବେ ଛାଡପତ୍ର ପାଇଁ ଘୋଷଣା କରିଥିଲେ । ସୋସିଆଲ ମିଡିଆ ପୋଷ୍ଟରେ ଦୁହେଁ ଶୃଙ୍ଖଳା ଓ ପରସ୍ପରିକ ବୁଝାମଣାରୁ ଅଲଗା ହେବା ବିଷୟରେ କଥାବାର୍ତ୍ତା ହୋଇ ଛାଡପତ୍ର ପାଇଁ ନିଷ୍ପତ୍ତି ନେଇଥିବା କଥା ଉଲ୍ଲେଖ କରିଥିଲେ। ଏନେଇ ଏକ ଭିଡିଓ ମେସେଜ ମଧ୍ୟ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.