“ଲାଲ ସିଂହ ଚଡ୍ଡା”: ସର୍ଦ୍ଦାର ଲୁକ୍‌ରେ ଆମୀର ଖାନ, ସିମ୍ପଲ ଲୁକ୍‌ରେ କରୀନା, ଲିକ ହେଲା ସୁଟିଂ ସେଟର ଫଟୋ

Published By : Prameya-News7 Bureau | November 11, 2019 IST

ମୁମ୍ବାଇ୧୧|୧୧: ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଅଭିନେତା ଆମୀର ଖାନଙ୍କର ଫିଲ୍ମ ରିଲିଜ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଥାଏ। ଆମୀରଙ୍କ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ତାନ ଫ୍ଲପ୍‌ ହେବା ପରେ ତାଙ୍କର ଆଗାମୀ ଫିଲ୍ମ ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି। ଆଜିକାଲି ଆମୀର ଲାଲ ସିଂହ ଚଡ୍ଡା ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି।

{"id":182507,"width":585,"height":553}

ଫିଲ୍ମର ଶୁଟିଂ ସେଟ୍‌ର କିଛି ଫଟୋ ଲିକ୍‌ ହୋଇଛି। ଏହି ଫଟୋରେ ଆମୀର ସିଖ ସର୍ଦ୍ଦାର ଲୁକ୍‌ରେ ଦେଖାଯାଇଛନ୍ତି। ଲମ୍ବା ଦାଢି ସହ ଲାଲ ପଗଡି ଗେଟ୍‌ ଅପରେ ଆମୀର ଖୁବ ଅଲଗା ଲାଗୁଛନ୍ତି। ଏହା ସହ ଆମୀର ପର୍ପଲ ରଂଗର ଚେକ୍‌ ସାର୍ଟ ଓ ଗ୍ରେ ରଂଗର ପ୍ୟାଣ୍ଟ ପିନ୍ଧିଛନ୍ତି। ଆମୀରଙ୍କର ଏହି ନୂଆ ଲୁକ୍‌ ଅନେକ ଦର୍ଶକ ପସନ୍ଦ କରିଛନ୍ତି।  

{"id":182508}

ଏହି ଫିଲ୍ମରେ ଆମୀରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତ୍ରୀ କରୀନା କପୁର ଅଭିନୟ କରୁଛନ୍ତି। କରୀନା କପୁରଙ୍କୁ ବହୁତ ସିମ୍ପଲ ଲୁକ୍‌ରେ ସ୍ପଟ୍‌ କରାଯାଇଛି। କରୀନାଙ୍କ ସିମ୍ପଲ ସଲୱାର ସୁଟ୍‌ ତାଙ୍କ ସୌନ୍ଦର୍ଯ୍ୟକୁ ଦୁଇଗୁଣା ଅଧିକ କରିଛି। ଫିଲ୍ମର ଶୁଟିଂ ଚଣ୍ଡିଗଡରେ ଚାଲିଛି।

{"id":182509}

କିଛି ଦିନ ତଳେ କରୀନା ଓ ଆମୀରଙ୍କର ଏକ ନିଆରା ଫଟୋ ଭାଇରାଲ ହୋଇଥିଲା। ଲାଲ ସିଂହ ଚଡ୍ଡା ୨୦୨୦ ମସିହା ଡିସେମ୍ବର ମାସରେ ମୁକ୍ତିଲାଭ ହୋଇପାରେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.