Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଦିଲ୍ଲୀ ବିଧାନସଭା ନିର୍ବାଚନ: Manifesto ପୂର୍ବରୁ ଜାରି ହେଲା ‘ଆପ’ର guarantee card,ଜାଣନ୍ତୁ voterଙ୍କ ଲାଗି କ’ଣ ରହିଛି ପ୍ରତିଶ୍ରୁତି

19/01/2020 at 3:56 PM

ନୂଆଦିଲ୍ଲୀ ୧୯।୧:  ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି (ଆପ) ମୁଖିଆ ଅରବିନ୍ଦ  କେଜରିୱାଲ ରବିବାର ମତଦାତାଙ୍କ  ନିମନ୍ତେ ଗ୍ୟାରେଣ୍ଟି କାର୍ଡ ଜାରି କରିଛନ୍ତି। ଯାହାକୁ ଦଳ ପକ୍ଷରୁ ‘କେଜରୀୱାଲ ଗ୍ୟାରେଣ୍ଟି କାର୍ଡ’ ବୋଲି କୁହାଯାଇଛି। ତେବେ ଏହା ଦଳର ମାନିଫିଷ୍ଟୋ ନୁହେଁ ବୋଲି କହିଛନ୍ତି କେଜରିୱାଲ। ଏଥିରେ ଯେଉଁସବୁ ଘୋଷଣା ହୋଇଛି ସେଥିରୁ କିଛି କାର୍ଯ୍ୟକ୍ରମ ଏବେ ଚାଲିଛି ଓ ଆଉ କିଛି ଆଗକୁ ହାତକୁ ନେବା ଲାଗି ତାଙ୍କ ଦଳ ନିଷ୍ପତ୍ତି ନେଇଥିବା କେଜରିୱାଲ କହିଛନ୍ତି। ତେବେ ଆସନ୍ତୁ ଜାଣିବା ଭୋଟରଙ୍କୁ କ’ଣ ଗ୍ୟାରେଣ୍ଟି ଦେଇଛନ୍ତି କେଜରିୱାଲ।

କେଜରିୱାଲ ଲୋକଙ୍କୁ ଯେଉଁ ଗ୍ୟାରେଣ୍ଟି ଦେଇଛନ୍ତି ଏଥିରେ ରାଜଧାନୀ ସହର ଦିଲ୍ଲୀକୁ ହାଇଟେନସନ୍ ତାର ଜାଲରୁ ମୁକ୍ତ କରିବାକୁ ପ୍ରତିଶ୍ରୁତି ରହିଛି। ଏଥିରେ ଲୋକଙ୍କୁ୨୪ ଘଣ୍ଟିଆ ବିଜୁଳି ଯୋଗାଣ  ସାଙ୍ଗକୁ  ପ୍ରତିମାସରେ ୪୦୦ ୟୁନିଟ୍ ମାଗଣା ବିଦ୍ୟୁତର ବି ପ୍ରତିଶ୍ରୁତି ରହିଛି। କେବଳ ଏତିକି ନୁହେଁ। ସବୁ ଘରକୁ ଟ୍ୟାପ୍‌ରେ ପାଣି ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ରହିଛି। ଏଥିରେ ଦିଲ୍ଲୀ ବାସୀଙ୍କୁ ମାଗଣାରେ ଆରଓ ୱାଟର ସେମାନଙ୍କ ଘର କଳରୁ ମିଳିବ ବୋଲି ପ୍ରତିଶ୍ରୁତିରେ ରହିଛି।

ଏହା ଛଡା ଦିଲ୍ଲୀରେ ଜନ୍ମ ହେବାକୁ ଥିବା ପ୍ରତି ଶିଶୁର ଗ୍ରାଜୁଏସନ ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷା ଦିଲ୍ଲୀ ସରକାର ବହନ କରିବେ। ସେହିପରି ପ୍ରତି  ନାଗରିକକୁ ଉତ୍ତମ ଓ ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇଦେବା, ରାଜଧାନୀରେ ଅନ୍ତର୍ଜାତୀୟ ମାନର ପରିବହନ ସେବା ଲାଗି ମେଟ୍ରୋ ନେଟୱାର୍କକୁ ଅଧିକ ସମ୍ପ୍ରସାରଣ କରିବା, ଅଧିକ ଅତ୍ୟାଧୁନିକ ବସ୍ କ୍ରୟ ସାଙ୍ଗକୁ ମହିଳାଙ୍କ ଲାଗି ମିଳୁଥିବା ନିଶୁଲ୍କ ପରିବହନ ସେବା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ  ଜାରି ରହିବ ବୋଲି ଗ୍ୟାରେଣ୍ଟି ଦିଆଯାଇଛି। ତେବେ ନିର୍ବାଚନ ପରେ ଏଥିରେ ଛାତ୍ରଙ୍କୁ  ମଧ୍ୟ ସାମିଲ କରିବାକୁ ସରକାର ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ରହିଛି।

ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା ଲାଗି କେଜରିୱାଲ ନିର୍ଭର ପ୍ରତିଶ୍ରୁତି ଦେଇଥିବା ବେଳେ ଏଥିଲାଗି ହାତକୁ ନେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଏହା ଛଡାସହରକୁ ଆବର୍ଜନା ମୁକ୍ତ କରିବା, ବସ୍ତି ବାସିନ୍ଦାଙ୍କ ଲାଗି ପକ୍କା ଘର ସାଙ୍ଗକୁ ପାଣି, ନଳା, ଷ୍ଟ୍ରିଟ୍ ଲାଇଟ୍, ସିସିଟିଭି ଓ ମହଲା କ୍ଲିନିକ୍ ମଧ୍ୟ ଉପଲବ୍ଧ କରାଯିବ। ସ୍ୱାକ୍ଷର କରି ଲୋକଙ୍କୁ କେରଜରିୱାଲ ୧୦ ଟି ଗ୍ୟାରେଣ୍ଟି ଦେଉଥିବା କହିଛନ୍ତି । ତେବେ ଦଳ ମାନିଫିଷ୍ଟୋ ଜାରି କରିବ ବୋଲି କୁହାଯାଇଛି।  

   Related Posts