Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କୃଷି ଆଇନ ବିରୋଧରେ ପଞ୍ଜାବ ବିଧାନସଭାରେ ଆପ୍ ବିଧାୟକଙ୍କ ବିକ୍ଷୋଭ, ବିଧାନସଭାରେ ଶୋଇଲେ

20/10/2020 at 10:22 AM

ନୂଆଦିଲ୍ଲୀ ୨୦/୧୦: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ନେଇ ହରିଆଣା ଓ ପଞ୍ଜାବ ଚା​ଷୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହି କ୍ରମରେ ପଞ୍ଜାବର କ୍ୟାପ୍ଟେନ ଅମରିନ୍ଦର ସିଂହ ମଧ୍ୟ ଏବେ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି। କିଛି ଦିନ ତଳେ ଅମରିନ୍ଦର ଘୋଷଣା କରିଥିଲେ କେନ୍ଦ୍ରର କୃଷି ଆଇନ ବିରୋଧରେ ରାଜ୍ୟ ବିଧାନସଭାରେ ଏମିତି ଏକ ବିଧେୟକ ଆସିବ ଯେଉଁଥିରେ ଚାଷୀଙ୍କ ହିତ ପ୍ରଭାବିତ ହେବ ନାହିଁ।

ଏବେ ପଞ୍ଜାବରେ ବିରୋଧୀ ଦଳ ଦାବି କରିଛନ୍ତି ରାଜ୍ୟ ସରକାର ପ୍ରସ୍ତାବିତ ବିଧେୟକ ଡ୍ରାଫ୍ଟ ପ୍ରଥମେ ସେମାନଙ୍କୁ ଦେଖାନ୍ତୁ। ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଫ୍ଟ କପି ନ ଦିଆଯିବାରୁ ସୋମବାର ଆମ୍‌ ଆଦମି ପାର୍ଟିର ବିଧାୟକମାନେ ବିଧାନସଭା ପରିସରରେ ରାତି କାଟିଛନ୍ତି।  ଅର୍ଥାତ ସେମାନେ ସାରା ରାତି ସେଠାରେ ଶୋଇଛନ୍ତି।ପଞ୍ଜାବ ସରକାର ବିଧାନସଭାର ବିଶେଷ ଅଧିବେଶନରେ କେନ୍ଦ୍ର କୃଷି ଆଇନ ବିରୋଧରେ ହଙ୍ଗାମା କରିଥିଲେ। ସେମାନଙ୍କ ହଙ୍ଗାମା ଯୋଗୁ ରାଜ୍ୟ ସରକାର ଗୃହ କାର୍ଯ୍ୟକୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଏହି ଅବସରରେ ବିଧାନସଭା ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ବିଧାନସଭା ଅଧିକାରୀମାନେ ଆପ୍ ନେତାଙ୍କୁ ବିରୋଧ ପ୍ରଦର୍ଶନ ବନ୍ଦ କରି ତଥା ଧାରଣାରୁ ଉଠାଇବା ପାଇଁ ସେମାନଙ୍କୁ ରାଜି କରାଇବାକୁ ଚେଷ୍ଟା କରିଥିଲେ ମାତ୍ର ସେମାନେ ତାଙ୍କ ଦାବି ଉପରେ ହିଁ ତିଷ୍ଠି ରହିଲେ।

ସୂଚନାଯୋଗ୍ୟ ସୋମବାର ଶିରୋମଣି ଅକାଳି ଦଳ ଓ ଆମ ଆଦମି ପାର୍ଟି ଦାବି କରିଥିଲେ ନୂତନ ପ୍ରସ୍ତାବିତ ବିଧେୟକର ଡ୍ରାଫ୍ଟ ପ୍ରଥମେ ବିରୋଧୀଙ୍କୁ ଦେଖାଯାଉ ଆଉ ତାପରେ ସରକାର ଏହାକୁ ବିଧାନସଭାରେ ଉପସ୍ଥାପନ କରନ୍ତୁ। ଆପ୍‌ର କିଛି ବିଧାୟକ ଦାବିକୁ ନେଇ ଧାରଣାରେ ବସିଲେ ଓ ସେଠାରେ ରାତି ଅତିବାହିତ କରିଛନ୍ତି।

   Related Posts