'ଖୁସି ମୋ ପତ୍ନୀ'- ଫଟୋ ପୋଷ୍ଟ କରି ଏମିତି କହିଲେ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ

Published By : Prameya-News7 Bureau | March 09, 2021 IST

ମୁମ୍ବାଇ ୦୯/୦୩ : ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଝିଅ ଆଲିଆଙ୍କୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଛି। ଅନଲାଇନ ଟ୍ରୋଲର ଶିକାର ହେବାପରେ ସେ ସୋସିଆଲ ମିଡ଼ିଆରେ ଲମ୍ବା-ଚୌଡା ପୋଷ୍ଟ କରିଥିଲେ। ଏବେ ସେ ଖୁସି କପୁରଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି। ଆଲିଆ ଓ ଖୁସି ଘନିଷ୍ଠ ବନ୍ଧୁ। ଆଲିଆ ଖୁସି କପୁରଙ୍କୁ ନିଜ 'ପତ୍ନୀ' ବୋଲି କହିଛନ୍ତି। 

କିଛିଦିନ ପୂର୍ବରୁ ଜାହ୍ନବୀ କପୁରଙ୍କ ଭଉଣୀ ଖୁସି କପୁର କାଲିଫର୍ଣିଆ ଲସ୍ ଏଞ୍ଜଲସରେ ପହଞ୍ଚିଥିଲେ। ଆଲିଆ ବି ସେଠାରେ ରୁହନ୍ତି। ଖୁସିଙ୍କୁ ସାକ୍ଷାତ କରି ଆଲିଆ ନିଜ ଖୁସି ଜାହିର କରିଥିଲେ। ସେ ଫଟୋ ସେୟାର କରି ଲେଖିଥିଲେ 'ମୋ ପତ୍ନୀ ଏଠାରେ ଅଛି।' ଫଟୋରେ ଖୁସି କପୁର ଏକା ନଜର ଆସିଥିଲେ। 

{"id":420268,"sizeSlug":"large","linkDestination":"none"}

ଆଲିଆ କାଲିଫର୍ନିଆରେ ବିଜନେସ୍ ମ୍ୟାନେଜମେଣ୍ଟ ପଢୁଛନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବାକୁ ଚାହୁଁ ନାହାନ୍ତି। କିନ୍ତୁ ଖୁସି କପୁର ବଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଛନ୍ତି।

ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କୁ ଝିଅ ଆଲିଆ କଶ୍ୟପଙ୍କୁ କିଛି ଦିନ ପୂର୍ବରୁ ବହୁତ ଟ୍ରୋଲ କରାଯାଇଥିଲା। ସେ ସୋସିଆଲ ମିଡ଼ିଆରେ ନିଜର ବିକିନି ଫଟୋ ସେୟାର କରିଥିଲେ। ଏହାପରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା। କିଛି ଟ୍ରୋଲର୍ସ ତାଙ୍କୁ ଦୁଷ୍କର୍ମ ଧମକ ମଧ୍ୟ ଦେଇଥିଲେ। ମାମଲାରେ ଆଲିଆ ସୋସିଆଲ ମିଡ଼ିଆରେ ଏକ ଲମ୍ବା-ଚୌଡା ପୋଷ୍ଟ କରି ପ୍ରତିକ୍ରିୟା ରଖିଥିଲେ। ସେ ଆଗରୁ କେବେ ଏତେ ଭୟଭୀତ ହୋଇନାହାନ୍ତି ବୋଲି କହିଥିଲେ। 

{"id":420271,"width":564,"height":371,"sizeSlug":"large","linkDestination":"none"}

ଆଲିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଥିଲେ ଯେ, ଗତ କିଛି ଦିନ ହେଲା ତାଙ୍କର ମାନସିକ ସ୍ଥିତି କଠିନ ଥିଲା। ବିକିନି ଫଟୋ ସେୟାର କରିବା ପରେ ତାଙ୍କ ପାଖକୁ ଅଭଦ୍ର ଓ ଅପମାନଜନକ କମେଣ୍ଟ ଆସୁଛି ବୋଲି ସେ ଲେଖିଥିଲେ। ସେଥିପାଇଁ ସେ ଇନଷ୍ଟାଗ୍ରାମ ଆକାଉଣ୍ଟ ବି ଡିଲିଟ କରିଦେବେ ବୋଲି ଭାବିଥିଲେ। ସେ କହିଛନ୍ତି ସେ ଏସବୁକୁ ନଜର ଅନ୍ଦାଜ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଚୁପ ରହିଥିଲେ ଏହା ରେପ୍ କଲ୍ଚରକୁ ପ୍ରୋତ୍ସାହନ ଦେବା ଭଳି ହୋଇଥାନ୍ତା, ଯାହା ଦେଶର ପ୍ରତ୍ୟେକ ମହିଳାଙ୍କୁ ପ୍ରଭାବିତ କରେ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.