Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅଙ୍କ ଖୁଲାସା, ‘ମୋ ସହ ଯୌନ ଉତ୍ପୀଡ଼ନ କରାଯାଇଥିଲା’

26/02/2021 at 9:36 PM

ମୁମ୍ୱାଇ, ୨୬/୦୨: ବଲିଉଡ୍‌ ଅଭିନେତା ଏବଂ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଏବେ ଚର୍ଚ୍ଚାରେ ରହିଛନ୍ତି । କିଛି ସମୟ ପୂର୍ବରୁ ସେ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ କିଛି ବୋଲ୍ଡ ଫଟୋ ସୋୟାର କରିଥିଲେ । ଯାହାକୁ ନେଇ ତାଙ୍କୁ ଟ୍ରୋଲ୍‌ କରାଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇସେ ଖୁବ୍‌ ବ୍ୟସ୍ତ ହୋଇଯାଇଛନ୍ତି ।

ସେ ଏନେଇ କହିଛନ୍ତି ସେ କିଛି ସପ୍ତାହ ହେବ ଏତେ ଡରିଯାଇଛନ୍ତି ଯେ, ତାଙ୍କ ଜୀବନରେ ସେ କେବେ ଏପରି ଡରିନଥିଲେ । ଏହାର କାରଣ ସେ ପୋଷ୍ଟ କରିଥିବା କିଛି ଫଟୋରେ ଦିଆଯାଇଥିବା କମେଣ୍ଟ । ଏହାକୁ ପଢ଼ି ସେ ଖୁବ୍‌ ଭୟଭୀତ ହୋଇଯାଇଛନ୍ତି ଯେ, ଏହି କମେଣ୍ଟ୍‌ର ସ୍କ୍ରିନ୍‌ ସଟ୍‌ କରି ସେ ଏହାକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି ।

ଏଥି ସହ ତାଙ୍କ ସହତ ପୂର୍ବରୁ ହୋଇଥିବା ଯୌନ ଉତ୍ପିଡ଼ନ ବାବଦରେ ମଧ୍ୟ ସେ ପ୍ରକାଶ କରିଛନ୍ତି । ଆଲିଆ ଦୁଷ୍କର୍ମ ମାନସିକ ରଖୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍‌ କରି ନିଜ ଭାବନାକୁ ବ୍ୟକ୍ତ କରିଛନ୍ତି ।

ଆଲିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଗତ କିଛି ସପ୍ତାହ ମୋର ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଥିଲା । ଯେହେତୁ ମୁଁ ଲିଙ୍ଗରିରେ ମୋର ଫଟୋ ସେୟାର କରିଛି, ମୁଁ ବହୁତ ଖରାପ ଏବଂ ଅଶ୍ଳୀଳ ମନ୍ତବ୍ୟ ପାଇଛି । ମୁଁ କେବେ ଏତେ ଭୟଭୀତ ଓ ସହନଶୀଳ ଅନୁଭବ କରି ନାହିଁ, ଯେ ମୋର ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କରିବାର ଚିନ୍ତା ମଧ୍ୟ ମୋ ମନକୁ ଆସିଲା ।

ଆମେ ଏପରି ଏକ ଦେଶରେ ବାସ କରୁଛୁ ଯେଉଁଠାରେ ଲୋକମାନେ ଜଣେ ମହିଳାଙ୍କ ଉପରେ ଯୌନ ଉତ୍ପୀଡ଼ନ ପରେ ମହମବତୀ ପଦଯାତ୍ରା କରନ୍ତି, କିନ୍ତୁ ଯେତେବେଳେ ସେ ଜୀବିତ ରହନ୍ତି, ସେତେବେଳେ କେହି ତାଙ୍କୁ ରକ୍ଷା କରନ୍ତି ନାହିଁ ।

ପ୍ରକୃତ କଥା ହେଉଛି ଭାରତରେ ମହିଳାମାନେ କେବଳ ଯୌନ ହାରଶ ସହିତ ଆଗକୁ ବଢ଼ିଥାନ୍ତି । ମୁଁ ଏପରି ଲଜ୍ଜାଜନକ ମନ୍ତବ୍ୟ ଶୁଣି ବଡ଼ ହୋଇଛି । କେବଳ ଏତିକି ନୁହେଁ, ନାବାଳିକା ଥିବା ବେଳେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ମୋ ସହିତ ଯୌନ ଉତ୍ପୀଡ଼ନ ମଧ୍ୟ କରିଥିଲେ।

   Related Posts