ବାଜି ମାରିଲେ 'ଜୱାନୀ ଜାନେମନ୍' ଅଭିନେତ୍ରୀ ଆଲିୟା…ମିଳିଲା ବଡ ଅଫର

Published By : Prameya-News7 Bureau | February 02, 2020 IST

ମୁମ୍ବାଇ୨|୨: ବଲିଉଡ୍ ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଅଲିୟା ଫର୍ଣ୍ଣିଚରୱାଲାଙ୍କ ଫିଲ୍ମ 'ଜୱାନୀ ଜାନେମନ୍‌' ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ଆଲିୟାଙ୍କ ସହ ସୈଫ୍ ଅଲୀ ଖାନ ଓ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅଭିନୟ କରି ଆଲିୟା ବଲିଉଡରେ ପାଦ ଦେଇଛନ୍ତି। ବଲିଉଡ ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ହେଉଛନ୍ତି ଆଲିଆ। ଆଲିୟାଙ୍କ ପ୍ରଥମ ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହୋଇନାହିଁ ସତ ହେଲେ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି।

{"id":219059,"sizeSlug":"large"}

ଡେବ୍ୟୁ ଫିଲ୍ମ ପରେ ଏବେ ଆଲିୟାଙ୍କ ହାତକୁ ଆଉ ଏକ ଅଫର ଆସିଛି। କରନ ଜୋହରଙ୍କ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୩'ରେ ଆଲିୟାଙ୍କୁ କାମ କରିବା ପାଇଁ ସୁଯୋଗ ମିଳିଛି। କରନଙ୍କ ଫିଲ୍ମ 'ଷ୍ଟୁଭେଣ୍ଟ ଅଫ୍‌ ଦ ଇୟର-୩'ରେ ଆଲିଆଙ୍କୁ ଦେଖିବାକୁ ମିଳିବ। ଖୁବ୍‌ଶୀଘ୍ର ଏହି ଫିଲ୍ମର ଶୁଟିଂ ବ୍ୟାଙ୍କକରେ ଆରମ୍ଭ ହେବ। ନୀତିନ୍ କକ୍କରଙ୍କ ଫିଲ୍ମ ପରେ ଏବେ କରନଙ୍କ ଫିଲ୍ମରେ ଆଲିୟା ନଜର ଆସିବେ।

{"id":219060,"width":520,"height":667,"sizeSlug":"large"}

ସୂଚନାଯୋଗ୍ୟ ଯେ, ‘ଜୱାନୀ ଜାନେମନ୍’ ଏକ ରୋମାଣ୍ଟିକ କମେଡି ଫିଲ୍ମ। ବାପଝିଅଙ୍କ ଇମୋସନ୍ ବିଷୟରେ ଫିଲ୍ମରେ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଏଚ୍‌ଡି ପ୍ରିଣ୍ଟ ଅନ୍‌ଲାଇନ୍‌ ରିଲିଜ ହୋଇଛି। ଫଳରେ ଏହା ସିନେମାର ଆୟ ଉପରେ ପ୍ରଭାବ ପକାଇପାରେ। ହେଲେ ଏଣ୍ଟ୍ରି କରୁ କରୁ ନିଜ ଅଭିନୟ ଦ୍ବାରା ବାଜି ମାରିଲେ ଆଲିୟା। ଏବେ ତାଙ୍କ ବଲିଉଡ ଯାତ୍ରା କେମିତି ରହିବ ତାହା ଦେଖିବା ବାକି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.