ଧୋନୀଙ୍କୁ ଆଇପିଏଲ ସିଜିନ-୨୦୨୧ରେ ସାମିଲ କରା ନଯାଉ: ଆକାଶ ଚୋପ୍ରା

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭/୧୧ : ଭାରତୀୟ କ୍ରିକେଟର ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ବର୍ତ୍ତମାନ ଭାଷ୍ୟକାରର ଭୂମିକା ତୁଲାଉଥିବା ଆକାଶ ଚୋପ୍ରା ଏକ ବଡ ବୟାନ ଦେଇଛନ୍ତି । ଆକାଶ କହିଛନ୍ତି ଆଇପିଏଲ ସିଜିନ-୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ୍ ଦଳରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସାମିଲ ନକରିବା ଦରକାର ।ତେବେ ଧୋନୀଙ୍କୁ ଦଳରେ କାହିଁକି ସାମିଲ କରାଯିବ ନାହିଁ ତାହାର କାରଣ ମଧ୍ୟ କହିଛନ୍ତି ଆକାଶ ଚୋପ୍ରା । ସେ କହିବା କଥା ଯେ ଯଦି ସିଏସକେ ଧୋନୀଙ୍କୁ ପୁଣି ଥରେ ଦଳରେ ସାମିଲ କରେ ତେବେ ଟିମ୍ ମ୍ୟାନେଜମେଣ୍ଟକୁ ପ୍ରାୟ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ।

wp:html /wp:html

ଏହି ପୂର୍ବତନ ଭାରତୀୟ କ୍ରିକେଟର କହିଛନ୍ତି ଯେ ଚେନ୍ନାଇ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁଣି ଥରେ ନିଲାମ ପ୍ରକ୍ରିୟାକୁ ପଠାଇବା ଦରକାର ଏବଂ ଏହା ପରେ ଟିମକୁ ରାଇଟ୍-ଟୁ-ମ୍ୟାଚ୍-କାର୍ଡ ଜରିଆରେ ଧୋନୀଙ୍କୁ କିଣିବା ଦରକାର । ଏହା କଲେ ଚେନ୍ନାଇ ଟିମ ମ୍ୟାନେଜମେଣ୍ଟ କିଛି ଟଙ୍କା ବଞ୍ଚାଇ ପାରିବ ଏବଂ ସେହି ଟଙ୍କାରେ ଭଲ ଟିମ ମଧ୍ୟ ବନେଇପାରିବ ବୋଲି ଆକାଶ ଚୋପ୍ରା କହିଛନ୍ତି ।

{"id":363247,"sizeSlug":"large"}

ଆକାଶ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାରେ କରି କହିଛନ୍ତି ମୋତେ ଲାଗୁଛି ସିଏସକେ ମହେନ୍ଦ୍ର ସିଂ ଧୋନୀଙ୍କୁ ଟିମରୁ ବାହର କରିଦେବା ଦରକାର ଏବଂ ଏହା ହେଲେ ସେ ପୁଣି ନିଲାମ ପ୍ରକ୍ରିୟାକୁ ଆସିପାରିବେ । ଯଦି ସିଏସକେ ଧୋନୀଙ୍କୁ ପୁନଶ୍ଚ ଟିମରେ ସାମିଲ କରେ ​‌ତେବେ ଧୋନୀ ଆଗାମୀ ୩ ବର୍ଷ ଯାଏଁ ଖେଳ ପ୍ରଦର୍ଶନ କରି ପାରିବେ କି ନାହିଁ ତାହା ମଧ୍ୟ ଦେଖିବାକୁ ପଡିବ । ଯଦି ସେ ଉନ୍ନତ ମାନର ଖେଳା ପ୍ରଦର୍ଶନ କରିନପାରନ୍ତି ତେବେ ଟିମ ମ୍ୟାନେଜମେଣ୍ଟର କ୍ଷତି ହେବା ସୁନିଶ୍ଚିତ । ଯଦି ଧୋନୀଙ୍କୁ ରେଟିଂ ଖେଳାଳୀ ଭାବେ ସାମିଲ କରାଯାଏ ତେବେ ମଧ୍ୟ ଟିମକୁ ୧୫ କୋଟି ଟଙ୍କା ଦେବାକୁ ପଡିବ । ସେ କହିବା କଥା ଯଦି ଧୋନୀ କେବଳ ୨୦୨୧ ଆଇପିଏଲ ଖେଳନ୍ତି ଏବଂ ଆଗକୁ ଆଉ ନଖେଳନ୍ତି ତେବେ ସେ ୧୫ କୋଟି ଟଙ୍କା ଫେରାଇବେ ସତ କିନ୍ତୁ ଯଦି ସେହି ଟଙ୍କାରେ ପୂର୍ବରୁ କୌଣସି ଖେଳାଳୀ ସାମିଲ କରାଯାଏ ତେବେ ଟିମର ଫାଇଦା ହୋଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.