ମାହିଙ୍କୁ ନେଇ ଆକାଶ ଚୋପ୍ରାଙ୍କ ବଡ଼ ବୟାନ, କହିଲେ- ‘CSK ଧୋନୀଙ୍କୁ ଟିମ୍‌ରୁ ବାହାର କରି ୧୫ କୋଟି ଟଙ୍କା ବଞ୍ଚାଇବା ଦରକାର’

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭/୧୧: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସ୍‌ର କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଚଳିତ ବର୍ଷ ଆଇପିଏଲ୍‌ ଖରାପ ଫଳ ଦେଇଛି। ଆଇପିଏଲ-୨୦୨୦ ଧୋନୀଙ୍କ ପାଇଁ ଖରାପ ଯାଇଥିବା ବେଳେ ସେ ଏବେ ସମାଲୋଚନାର ଶିକାର ହେଉଥିବା ଦେଖିବାକୁ ମିଳିଛି। ତେବେ ଆଗାମୀ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଧୋନୀ ସିଏସ୍‌କେ ଅଧିନାୟକ ଭାବେ ନଜର ଆସିବେ କି ନାହିଁ ସେନେଇ ଚର୍ଚ୍ଚା ଜୋର ଚାଲିଛି।

{"id":329982,"sizeSlug":"large"}

ଆଇପିଏଲ୍‌-୨୦୨୦ରେ ସିଏସ୍‌କେ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ଟିମ୍‌ ପାଇଁ ନୂଆ ଅଧିନାୟକ ନେଇ ଇସାରା କରିଥିଲେ ଧୋନୀ। ଯାହା ଖେଳପ୍ରେମୀଙ୍କ ମହଲରେ ଚର୍ଚ୍ଚା ଖେଳାଇ ଦେଇଥିଲା ଫ୍ୟାନଙ୍କଠୁ ଆରମ୍ଭ କରି ବହୁ ବଡ଼ ବଡ଼ ଖେଳାଳି ଧୋନୀଙ୍କୁ ଅଭ୍ୟାସ୍‌ ଜାରି ରଖିବାକୁ ପରାମର୍ଶ ଦେଉଥିବା ବେଳେ କେହି କେହି ଧୋନୀଙ୍କୁ ନଖେଳିବା ପାଇଁ କହୁଛନ୍ତି।

ପୂର୍ବତନ କ୍ରିକେଟର ତଥା ଲୋକପ୍ରିୟ ହିନ୍ଦୀ କମେଣ୍ଟଟେଟର୍‌ ଆକାଶ ଚୋପ୍ରା ଧୋନୀଙ୍କ ଖେଳିବାକୁ ନେଇ ମନ୍ତବ୍ୟ ଦେଇଛନ୍ତି। ଆକାଶ ଚୋପ୍ରା ଏକ ଭିଡିଓ ମାଧ୍ୟମରେ କହିଛନ୍ତି, ‘ମୋତେ ଲାଗୁଛି ସିଏସ୍‌କେ ଧୋନୀଙ୍କୁ ରିଲିଜ୍‌ କରିଦେବା ଦରକାର। ଯଦି ମେଗା ଅକ୍ସନ ହେବ ତେବେ ମୁଁ କହୁନାହିଁ କି ଧୋନୀଙ୍କୁ ଟିମ୍‌ ନରଖୁ। ଅକ୍ସନ ପରେ ଧୋନୀଙ୍କୁ ସିଏସ୍‌କେ ରଖିବା ଦରକାର। କିନ୍ତୁ ଧୋନୀଙ୍କୁ ସିଏସ୍‌କେ ରଖିଲେ ୧୫ କୋଟି ଟଙ୍କା ଭରିବାକୁ ପଡ଼ିବ। ଯଦି ଧୋନୀ ୨୦୨୧ରେ ଖେଳନ୍ତି ତେବେ ସିଏସ୍‌କେ ୨୦୨୨ରେ ୧୫ କୋଟି ଟଙ୍କା ଫେରି ପାଇବ। ସେତେବେଳ ଆପଣ ଏ ଟଙ୍କା କଣ କରିବେ ? ଏହା ହିଁ ମେଗା ଅକ୍ସନର ଲାଭ। ସିଏସ୍‌କେ ରାଇଟ ଟୁ ମ୍ୟାଚ୍‌ କାର୍ଡ ମାଧ୍ୟମରେ ଧୋନୀଙ୍କୁ ଟିମ୍‌କୁ ଫେରାଇ ଆଣିପାରିବ।’

wp:core-embed/twitter {"url":"https://twitter.com/cricketaakash/status/1328557681720737792","type":"rich","providerNameSlug":"twitter","className":""}
https://twitter.com/cricketaakash/status/1328557681720737792
/wp:core-embed/twitter

ଅନ୍ତର୍ଜାତୀୟ କ୍ରିକେଟରୁ ୧୫ ଅଗଷ୍ଟରୁ ସନ୍ନ୍ୟାସ ନେଇଥିବା ଧୋନୀ  ୨୦୨୦ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଫ୍ଲଫ୍‌ ମାରିଛନ୍ତି। ୩ ଥର ଆଇପିଏଲ୍‌ ଚାମ୍ପିୟନ୍‌ ସିଏସ୍‌କେ ଏଥର ପ୍ଲେଅଫ୍‌କୁ ବି ଯାଇପାରି ନଥିଲା। ଆଗାମୀ ଆଇପିଏଲ୍‌ ୨୦୨୧ ଏପ୍ରିଲ୍‌-ମେରେ ହୋଇପାରେ। କିନ୍ତୁ କରୋନା ମହାମାରୀ ପରିସ୍ଥିତିରେ ଟୁର୍ଣ୍ଣାମେଣ୍ଟର ତାରିଖ ଘୁଞ୍ଚିପାରେ ବୋଲି କୁହାଯାଉଛି। କିନ୍ତୁ ଧୋନୀ ମ୍ୟାଚ୍‌ ପ​‌ରେ ସ୍ପଷ୍ଟ କରିଥିଲେ ଏହି ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏହା ତାଙ୍କର ଶେଷ ମ୍ୟାଚ୍‌ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.