Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଋଷଭ ପନ୍ତଙ୍କ ଖରାପ ସଟ୍‌ ସିଲେକ୍ସନ୍‌କୁ ନେଇ ବର୍ଷିଲେ ଆକାଶ ଚୋପ୍ରା, କହିଲେ- ତାଙ୍କର ଏମିତି ବ୍ୟାଟିଂ କେବେ ଦେଖିନଥିଲି

24/06/2021 at 10:52 PM

ନୂଆଦିଲ୍ଲୀ ୨୪/୬: ଆଇସିସି ଓ୍ବାର୍ଲଡ୍‌ ଚାମ୍ପିୟନସିପ୍‌ ଫାଇନାଲ୍‌ରେ ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ପାଖରୁ ୮ ଓ୍ବିକେଟରେ ପରାଜୟ ବରଣ କରିଛି। ଏହି ପରାଜୟ ସହ ଭାରତର ଓ୍ବାର୍ଲଡ୍‌ ଟେଷ୍ଟ ଚାମ୍ପିୟନ ହେବାର ସ୍ବପ୍ନ ମଧ୍ୟ ଅଧୁରା ରହିଗଲା। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କ ସାମ୍ନାରେ ଭାରତର ବ୍ୟାଟ୍ସମ୍ୟାନ୍‌ ତାସ୍‌ ଘର ଭୁଶୁଡ଼ିବା ଭଳି ଆଉଟ୍‌ ହୋଇଥିଲେ। ଟିମ୍‌ ପକ୍ଷରୁ ଋଷଭ ପନ୍ତ ୪୧ ରନ୍‌ କରିଥିଲେ। କିନ୍ତୁ ସେ ଖରାପ ସଟ୍‌ ଖେଳି ଆଉଟ ହୋଇଥିଲେ। ଦଲର ବିପର୍ଯ୍ୟୟ ଦେଖି ପନ୍ତଙ୍କ ସଟ୍‌ ଦିଲେକ୍ସନ କଣ ଠିକ୍‌ ଥିଲା ?

ଭାରତର ପୂର୍ବତନ କ୍ରିକେଟର ଏବଂ କମେଣ୍ଟେଟର ଆକାଶ ଚୋପ୍ରା ଭାରତୀୟ କ୍ରିକେଟ କିପରଙ୍କ ସଟ୍‌ ସିଲେକ୍ସନକୁ ନେଇ ଖୁସିନଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ପନ୍ତ ବହୁତ ଭଲ ପାଳି ଖେଳୁଥିବା ଦେଖିଛେ। କିନ୍ତୁ ଏମିତି ବ୍ୟାଟିଂ କରୁଥିବାର କେବେ ଦେଖିନଥିଲେ। ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଆକାଶ ଚୋପ୍ରା କହିଛନ୍ତି, ‘ଋଷଭ ପନ୍ତ କୋଟିପତି ଭଳି ବ୍ୟାଟିଂ କରୁଥିଲେ। ସେଠାରେ ଗୋଟିଏ ପ୍ରଶ୍ନ ଥିଲା ୟାର ୟା ପାର କିମ୍ବା ପନ୍ତଙ୍କ ଏହି ଭଳି ଖେଳିବା ଷ୍ଟାଇଲ୍‌। ଆମେ ତାଙ୍କୁ ବହୁତ ଭଲ ଖେଳୁଥିବାର ଦେଖିଛୁ। ଆମକୁ ସିଡନୀ ଟେଷ୍ଟ ମ୍ୟାଚ୍‌ ମନେ ଅଛି। ସେଠାରେ ସେ ଶତକ ମାରିଥିଲେ। ଆମକୁ ଗାବା ଟେଷ୍ଟ ମନେ ଅଛି ସେ ୮୯ ରନ୍‌ ନଟଆଉଟ୍‌ ପାଳି ଖେଳିଥିଲେ। ଆ​‌ମେ ତାଙ୍କର ଇଂଲଣ୍ଡ ବିପକ୍ଷରେ ଦ୍ବିଶତକ ଲଗାଇବା କଥା କହୁଛୁ। ତାଙ୍କ ବ୍ୟାଟରୁ ଆମେ ଅନେକ ମ୍ୟାଚ୍‌ ବିଜୟୀ ପାଳି ଦେଖିଛୁ। କିନ୍ତୁ ତାଙ୍କର ଏମିତି ବ୍ୟାଟିଂ କେବେ ଦେଖିନଥିଲୁ।’

ପନ୍ତଙ୍କ ସଟ୍‌ ସିଲେକ୍ସନ ଉପରେ କମେଣ୍ଟ ଦେଇ ଆକାଶ କହିଛନ୍ତି, ‘ଆଗକୁ ଯାଇ ଦ୍ରୁତ ବୋଲରଙ୍କ ସାମ୍ନା କରିବା ସେ ଏମିତି ଆଇପିଏଲରେ ବି କରିନଥିଲେ। ସେ ଆଇପିଏଲ୍‌ ଇତିହାସରେ କେବଳ ଥରେ ଏମିତି କରିଥିଲେ। ସେ ଆଗକୁ ଯାଇ ଶିବମ ମାଭିଙ୍କ ବଲ୍‌ରେ ଛକା ମାରିଥିଲେ। ସେ ବୋଲରଙ୍କୁ ଭୟଭୀତ କରାନ୍ତି, କିନ୍ତୁ ଅଲଗା ଅନ୍ଦାଜରେ। କିନ୍ତୁ ସେ ଏବେ ଡେଉଁଛନ୍ତି ଏବଂ ବ୍ୟାଟ ଘୂରାଉଛନ୍ତି।’

ପନ୍ତ ଏବଂ ନୀଲ ଓ୍ବଗନରଙ୍କ ମଧ୍ୟରେ ଜବରଦସ୍ତ ଫାଇଟ୍‌ ଦେଖିବାକୁ ମିଳିଥିଲା। ଭାରତୀୟ ଓ୍ବିକେଟ କିପର କିଓ୍ବି ବୋଲରଙ୍କ ବଲରେ ରିଭର୍ସ ସ୍କୁପ୍‌ ମଧ୍ୟ ଲଗାଇଥିଲେ। କିନ୍ତୁ ଟ୍ରେଣ୍ଟ ବୋଲ୍ଟଙ୍କ ବଲକୁ ପ୍ରହାର କରିବାକୁ ଯାଇ ଓ୍ବିକେଟ୍‌ ହରାଇଥିଲେ ଋଷଭ ପନ୍ତ ।

   Related Posts