Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ପ୍ରେମିକାକୁ ଦେଖାକରିବାକୁ ପ୍ଲେନ୍‌ରେ ଆସିଥିଲେ ପ୍ରେମିକ : ଆଣିଥିଲେ ଉପହାର , ବୁଝିଲେନି ଘର ଲୋକ, ନିସ୍ତୁକ ମାଡ ମାରି ଥାନାରେ ଦେଲେ

12/01/2021 at 4:01 PM

ଲକ୍ଷ୍ନୌ ୧୨/୦୧ : ପ୍ରେମ ପାଇଁ ପ୍ରେମୀଯୁଗଳ ଅନେକ କିଛି କରୁଛନ୍ତି । ଶୁଣିବାକୁ ମିଳେ ଏକତରଫା ପ୍ରେମର ମଜା ମଧ୍ୟ ନିଆରା । କିନ୍ତୁ ଏକ ତରଫା ପ୍ରେମର ମୂଲ୍ୟ ଜଣେ ଯୁବକଙ୍କୁ ଏପରି ଦେବାକୁ ପଡିଛି ଯାହାକି ସାରା ଜୀବନ ତାଙ୍କର ମନେ ରହିବ ।

ସୂଚନା ଅନୁସାରେ, ବେଙ୍ଗାଲୁରୁରୁ ଉତ୍ତର ପ୍ରଦେଶ ଲକ୍ଷ୍ମୀପୁରର ଜଣେ ଯୁବତୀଙ୍କୁ ଦେଖାକରିବାକକୁ ପ୍ଲେନ୍‌ରେ ଆସିଥିଲେ ପ୍ରେମିକ । ବେଙ୍ଗାଲୁରୁରେ ପହଞ୍ଚିବା ପରେ ସିଧାସଳଖ ଯୁବତୀଙ୍କ ଘରକୁ ଦେଖାକରିବା ପାଇଁ ପହଞ୍ଚିଯାଇଥିଲେ​‌ ପ୍ରେମିକଜଣକ । କିନ୍ତୁ ଦୁର୍ଭାଗ୍ୟର କଥା ପ୍ରେମିକ ପ୍ରବର ଯୁବତୀଙ୍କ ଘରେ ପହଞ୍ଚିବା ପରେ ତାଙ୍କ ଘର ଲୋକେ ନିସ୍ତୁକ ମାଡ ମାରିଥିଲେ । ମାଡ ମାରିବା ପରେ ପ୍ରେମିକଜଣକୁ ପୋଲିସରେ ଦେଇଥିଲେ ଯୁବତୀଙ୍କ ପରିବାର ଲୋକ ।

ଦେଓ୍ବରିୟା ଜିଲ୍ଲାର ଗୌରି ବଜାର ଥାନା ପଖରା ଗାଁର ସଲମାନ୍ ଅନସାରୀ ନାମକ ଜଣେ ଯୁବକ ବେଙ୍ଗାଲୁରୁରେ ଏସି ମେକାନିକ୍‌ ଭାବେ କାର୍ଯ୍ୟ କରନ୍ତି । ୭ ମାସ ପୂର୍ବରୁ ଏକ ମୋବାଇଲ ଆପ ମାଧ୍ୟମରେ ଲକ୍ଷ୍ମୀପୁରର ଖୀରୀ ଜିଲ୍ଲା ସଦର କୋତଓ୍ବାଲୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଚିହ୍ନା ପରିଚୟ ହୋଇଥିଲା । କଥାବାର୍ତ୍ତା ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ବ ଏବଂ ପରେ ମୋବାଇଲ ନମ୍ବର ଦିଆନିଆ ହୋଇଥିଲା । ଯୁବକଜଣକ ମନେ ମନେ ଯୁବତୀଙ୍କୁ ଭଲ ପାଇବସିଥିଲେ ।

ଏହା ପରେ ପ୍ରେମିକ ଯୁବତୀଙ୍କୁ ଦେଖାକରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ଏକ ଟେଡି ବିୟର, ଚକୋଲେଟ୍ ଏବଂ କିଛି ମିଠା ଧରି ବିମାନରେ ଲକ୍ଷ୍ନୌରେ ପହଞ୍ଚିଯାଇଥିଲେ ପ୍ରେମିକ । କେବଳ ଏତିକି ନୁହେଁ ଯୁବତୀଙ୍କ ଘର ନପାଇ ପଚାରି ପଚାରି ବହୁ କଷ୍ଟରେ ଯୁବତୀଙ୍କ ଗାଁରେ ପହଞ୍ଚିଥିଲେ । ଯୁବତୀଙ୍କ ଘରେ ପହଞ୍ଚି ତାଙ୍କୁ ଡାକିବା ପରେ ପରିବାର ଲୋକେ ପ୍ରେମିକଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ପ୍ରେମିକଙ୍କ ସହ ଯାଇଥିବା ତାଙ୍କର ଜଣେ ବନ୍ଧୁ କୌଶଳକ୍ରମେ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲେ ।

ଯୁବତୀଙ୍କ ଘରଲୋକ ପ୍ରେମିକଙ୍କୁ ନିସ୍ତୁକ ମାଡ ମାରିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରେମିକଙ୍କୁ ଥାନାକୁ ଆଣିଥିଲା । ଏହା ପରେ ସ୍ଥାନୀୟ ଏସଡିଜେଏମ କୋର୍ଟରେ ସଲମାନଙ୍କୁ ହାଜର କରିବା ପରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିପ ପ୍ରଦାନ କରିଛନ୍ତି

   Related Posts