Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଆଜ୍‌ତକ ଆଙ୍କର ଅଞ୍ଜନା ମାଗିଲେ କ୍ଷମା, ଆଦିତ୍ୟ ଠାକରେଙ୍କୁ କହିଥିଲେ ଶିବସେନାର ରାହୁଲ ଗାନ୍ଧି

25/09/2019 at 4:54 PM

ନୂଆଦିଲ୍ଲୀ୨୫|୯: ଆଜତକ ଚ୍ୟାନଲର ଆଙ୍କର ଅଞ୍ଜନା ଓମ୍‌ କଶ୍ୟପ ସାଧାରଣରେ ଆଦିତ୍ୟ ଠାକରେଙ୍କୁ କ୍ଷମା ମାଗିଛନ୍ତି। କ୍ଷମା ମାଗିବାର କାରଣ ହେଉଛି ଯେ, ତାଙ୍କର ଗୋଟେ ବିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ସେ ଆଦିତ୍ୟ ଠାକରେଙ୍କୁ ଶିବସେନାର ରାହୁଲ ଗାନ୍ଧି କହିଥିଲେ।  

ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ଆଜତକର ଗ୍ରୁପ- ଇଂଡିଆ ଟୁଡେ ଏକ କାର୍ଯ୍ୟକ୍ରମ ଆୟୋଜନ  କରିଥିଲେ । ଏଥିରେ ଆଦିତ୍ୟ ଅତିଥିବାବେ ଯୋଗ ଦେଇଥିବାବେଳେ  ଅଞ୍ଜନା କାଶ୍ୟପ ଏହାର ଆଙ୍କରିଂ କରୁଥିଲେ । ଅଞ୍ଜନା ଜାଣିନଥିଲେ ଯେ, କାର୍ଯ୍ୟକ୍ରମ ଲାଇଭ ଥିଲା ।

ଆଦିତ୍ୟଙ୍କ ସମ୍ପର୍କରେ ସେ ଟିପ୍ପଣୀ ଦେଇ କହିଥିଲେ ଯେ, ଆଦିତ୍ୟ ଶିବସେନାର ରାହୁଲ ଗାନ୍ଧୀ ସାବ୍ୟସ୍ତ ହେବେ।  ଏହା ଶୁଣି ଶିବସେନାଙ୍କ ମୁଖପାତ୍ର  ପ୍ରିୟଙ୍କା ଚତୁର୍ବେଦୀ ରାଗିଯାଇଥିଲେ। ପ୍ରିୟଙ୍କା ରାଗି ଟୁଇଟ୍‌ କରିଥିଲେ ଯେ, ସମୟ କହିବ କିଏ କଣ। ଏଥିସହ ସେ ଅଞ୍ଜନାଙ୍କୁ ହିନ୍ଦୀ ଭାଷାରେ- ଭାଡେ କି ଟଟ୍ଟୁ ବୋଲି ଆକ୍ଷେପ କରିଥିଲେ ।

ଏଥିପାଇଁ ଅଞ୍ଜନା ଟୁଇଟ୍‌ କରି କ୍ଷମା ମାଗିଥିଲେ। ସେ ଲେଖିଛନ୍ତି ଯେ, ସେ କାହାର ଯଶଗାନ କରୁନାହାନ୍ତି। ଭୁଲରେ ତାଙ୍କ ମୁହଁରୁ ଏଭଳି କଥା ବାହାରିଯାଇଥିଲା। ନା ଚ୍ୟାନେଲ ତାଙ୍କୁ ଏମିତି କହିବାକୁ କହିଛି ନା ଆଉ କିଏ। ସେ କାହାରି କଥା ଶୁଣି ଏଭଳି ମନ୍ତବ୍ୟ ଦେଇନଥିଲେ। ଏଥିପାଇଁ ସେ ହୃଦୟରୁ କ୍ଷମା ମାଗିଛନ୍ତି।

   Related Posts