କୋଝିକୋଡ ବିମାନ ଦୁର୍ଘଟଣାର ଆସିଲା ଯାଞ୍ଚ ରିପୋର୍ଟ , ଜାଣନ୍ତୁ କ’ଣ ଥିଲା କାରଣ ?

Published By : Prameya-News7 Bureau | September 12, 2021 IST

ନୂଆଦିଲ୍ଲୀ ୧୨।୯: ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ( ଏଏଆଇବି) କୋଝିକୋଡ ଏୟାରଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୫୭ ପୃଷ୍ଠାର ରିପୋର୍ଟରେ ପାଇଲଟ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଅର (ଏସଓପି)ର ପାଳନ ହୋଇ ନଥିବା ବିମାନ ଦୁର୍ଘଟଣାର ସମ୍ଭାବିତ ମୁଖ୍ୟ କାରଣ କୁହାଯାଇଛି। ତେବେ ଦୁର୍ଘଟଣା ଲାଗି ବ୍ୟବସ୍ଥାର ବିଫଳତାକୁ ମଧ୍ୟ ସହାୟକ କାରଣ ହୋଇପାରେ ବୋଲି କୁହାଯାଇଛି।

{"id":510257,"sizeSlug":"full","linkDestination":"none"}

୭ ଅଗଷ୍ଟ ୨୦୨୦ରେ ଏୟାରଇଣ୍ଡିଆ ଏକ୍ସପ୍ରେସର ବି-୭୩୭-୮୦୦ ବିମାନ କୋଝିକୋଡ ବିମାନ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁବାଇରୁ ଯାତ୍ରୀ ନେଇ ଆସିଥିବା ଏହି ବିମାନଟି କୋଝିକୋଡ ବିମାନବନ୍ଦର ରନ-ୱେରୁ ଖସଡି ଯାଇଥିଲା। ଦୁର୍ଘଟଣା କାଳରେ ବିମାନରେ ୧୯୦ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା।

{"id":510258,"width":838,"height":629,"sizeSlug":"full","linkDestination":"none"}

ଦୁର୍ଘଟଣାର ପ୍ରାୟ ବର୍ଷକ ପରେ ତଦନ୍ତ ରିପୋର୍ଟ ମିଳିଛି। ଯେଉଁଥିରେ ଦୁର୍ଘଟଣାର ସମ୍ଭାବିତ କାରଣ ପିଏଫ (ପାଇଲଟ ଫ୍ଲାଇଂ) ଦ୍ୱାରା ଏସଓପି ପାଳନ ହୋଇ ନଥିବା ସମ୍ଭାବିତ କାରଣ ହୋଇପାରେ ବୋଲି କୁହାଯାଇଛି। ବିମାନ ଅବତରଣ କାଳରେ ପାଇଲଟ ମାନସିକ ଅସ୍ଥିରତାରେ ଥିବା ଓ ବିମାନକୁ ଅବତରଣ ଜୋନରୁ ଆଗରେ ଓହ୍ଲାଇଥିଲେ। ବିମାନ ପାଖାପାଖି ଅଧା ରନୱେରେ ଅବତରଣ କରିଥିବା ବେଳେ ପାଇଲଟ ମନିଟରିଂ(ପିଏମ) ବିମାନକୁ ପୁଣି ଉପରକୁ ଉଠାଇ ନେବାକୁ ( ଗୋ ଆରାଉଣ୍ଡ) କହିଥିଲେ। ତେବେ ପାଇଲଟ ପୁଣି ଥରେ ବିମାନ ଉପରକୁ ଉଠାଇ ନଥିଲେ ବୋଲି କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.