ଅନ୍ତିମ ବର୍ଷ ପରୀକ୍ଷା ଆୟୋଜନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଆଦିତ୍ୟ ଠାକରେ, UGC ଉପରେ ବର୍ଷିଲେ

Published By : Prameya-News7 Bureau | July 18, 2020 IST

ମୁମ୍ବାଇ ୧୮।୦୭: ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ସେପ୍ଟେମ୍ବରରେ କଲେଜ୍ ଓ ବିଶ୍ଵ ବିଦ୍ୟାଳୟର ଅନ୍ତିମ ବର୍ଷ ପରୀକ୍ଷା ଆୟୋଜନ କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଶନିବାର ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। କରୋନା ଭାଇରସ୍‌ର ପ୍ରକୋପ ଓ ଲକ୍‌ଡାଉନ୍‌ କାରଣରୁ ପୂର୍ବରୁ ପରୀକ୍ଷା ସ୍ଥଗିତ ରହିଥିଲା। ଯୁବ ସେନା ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଯାଚିକା ଦାୟର କରାଯାଇଛି। ଯୁବ ସେନା କ୍ଷମତାସୀନ ଶିବସେନାର ଯୁବ ଶାଖା ଅଟେ ଏବଂ ଏହାର ସଭାପତି ଆଦିତ୍ୟ ଠାକରେ ଅଛନ୍ତି।

ଯୁବ ସେନା ନିଜର ବିବୃତ୍ତିରେ କହିଛି କେନ୍ଦ୍ର ସରକାର ସମଗ୍ର ଦେଶର ଛାତ୍ର-ଛାତ୍ରୀଙ୍କ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ, ଚିନ୍ତା ଓ ସୁରକ୍ଷାର ଅଣଦେଖା କରି ପରୀକ୍ଷା ଆୟୋଜନ କରିବାକୁ ଚାହୁଁଛନ୍ତି। କୋଭିଡ-୧୯ ଏକ ଜାତୀୟ ବିପତ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ୟୁଜିସିକୁ ଅନ୍ତିମ ବର୍ଷର ପରୀକ୍ଷା ରଦ୍ଦ କରିବା ଉଚିତ୍। କିନ୍ତୁ ୟୁଜିସି ବୋଧହୁଏ ବୁଝି ପାରୁନି ଯେ ଦେଶ କିପରି ଜଟିଳ ସ୍ଥିତିର ସାମ୍ନା କରୁଛି  ବୋଲି ଯୁବ ସେନା କହିଛି।

wp:html /wp:html

ଯୁବ ସେନା କହିଛି କୋଭିଡ୍-୧୯ର ପ୍ରକୋପ ସମୟରେ ବିଦ୍ୟାର୍ଥୀ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେବା ଏକ ଚ୍ୟାଲେଞ୍ଜ ଏବଂ ବିପଦପୂର୍ଣ୍ଣ। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ଶୈକ୍ଷଣିକ ସଂସ୍ଥା ଯେପରି ଆଇଆଇଟି(ଭାରତୀୟ ପ୍ରଦୌଗିକି ସଂସ୍ଥା) ପୂର୍ବରୁ ଅନ୍ତିମ ବର୍ଷର ପରୀକ୍ଷା ରଦ୍ଦ କରି ସାରିଛି।

ସଂଗଠନ ଛାତ୍ରଙ୍କୁ ସେମାନଙ୍କର ପୂର୍ବ ବର୍ଷରେ ପାଇଥିବା ନମ୍ବର ଆଧାରରେ ଉତ୍ତୀର୍ଣ୍ଣ କରାଇବାକୁ ଅନୁରୋଧ କରିଛି। ମହାରାଷ୍ଟ୍ର ସରକାର ପୂର୍ବରୁ କହିଥିଲେ ଯେ,  ସୁସ୍ଥ ଥିବା ଛାତ୍ର-ଛାତ୍ରୀ ପରୀକ୍ଷାରେ ବସି ପାରିବେ। ୟୁଜିସି ଚଳିତ ବର୍ଷ ଶେଷ ଆଡକୁ ପରୀକ୍ଷା ଆୟୋଜନ କରାଯିବା ଘୋଷଣା ପରେ ଆଦିତ୍ୟ ଠାକରେ ଆୟୋଗକୁ ସମାଲୋଚନା କରିଛନ୍ତି। ୟୁଜିସିର ଏହି ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଅମୂଳକ ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି।

ଠାକରେ ଟ୍ଵିଟ୍ କରିଛନ୍ତି ଯେ, କଣ ୟୁଜିସି ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ସ୍ଵାସ୍ଥ୍ୟର ଦାୟିତ୍ଵ ନେବ ଏବଂ ଚେତାବନୀ ଦେଇଛନ୍ତି ଯେ, ଲକ୍ଷାଧିକ ଛାତ୍ର ଓ ଶୈକ୍ଷେଣିକ ସଂସ୍ଥାର କର୍ମଚାରୀଙ୍କ ଜୀବନର ଗ୍ୟାରେଣ୍ଟି କଣ ୟୁଜିସି ନେବ।

ଉଲ୍ଲେଖନୀୟ, ୟୁଜିସି ସୋମବାର ସେପ୍ଟେମ୍ବର ଶେଷ ଆଡକୁ  ଅନ୍ତିମ ବର୍ଷର ପରୀକ୍ଷା ଆୟୋଜନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା ପୂରା ଅନଲାଇନ୍ କିମ୍ବା ପୂରା ଅଫ ଲାଇନ୍‌ରେ ଆୟୋଜନ କରିବାକୁ ୟୁଜିସି କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.