Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଆସନ୍ତା ମାସରୁ ମୋବାଇଲ ସିମ୍ ପାଇଁ ଲାଗୁ ହେଉଛି ନୂଆ ନିୟମ, ଆଧାର କାର୍ଡ ନଥିଲେ ମଧ୍ୟ କିଣି ପାରିବେ

26/04/2019 at 1:25 PM

ନୂଆ ସିମ୍‌ କାର୍ଡ କିଣିବା ପାଇଁ ଆଧାର କାର୍ଡର ଡିଜିଟାଲ କେୱାଇସି ସିଷ୍ଟମ ପ୍ରସ୍ତୁତ କରାଯାଇଛି। ମେ ମାସ ୧ ତାରିଖରୁ ଏହା ସମଗ୍ର ଦେଶରେ ଲାଗୁ କରାଯିବ। ଏହା ଦ୍ବାରା ନୂଆ ସିମ କାର୍ଡ କିଣିବା ଗ୍ରାହକଙ୍କ ଭେରିଫିକେସନ ସରିଲେ ନମ୍ୱର ଘଣ୍ଟାଏ ବା ୨ ଘଣ୍ଟା ମଧ୍ୟରେ ଆକ୍‌ଟିଭେଟ କରାଯିବ। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସବୁ ମୋବାଇଲ କମ୍ପାନୀରେ ଏହି ନୂଆ ପ୍ରଣାଳିର ପ୍ରସ୍ତୁତି କରାଯାଇଛି । ଏବେ ଏହି ପ୍ରଣାଳିର ପରୀକ୍ଷଣ ଚାଲିଛି।
 ଡିଜିଟାଲ ଭେରିଫିକେସନ-
ଏବେ ଆପ ଦ୍ବାରା ନୂଆ ସିମ କାର୍ଡ ଗ୍ରାହକଙ୍କ ଦେବା ପୂର୍ବରୁ ଡିଜିଟାଲ ଭେରିଫିକେସନ କରାଯିବ। ସବୁ କମ୍ପାନୀକୁ ଆପର ଲାଇସେନ୍ସ ଭର୍ସନ ନିଜ ଷ୍ଚୋର ଓ ଦୋକାନରେ ରଖିବାକୁ ହେବ। ଏହି ଆପ ୟୁଜର ନାଁ ଓ ପାସୱାର୍ଡ ସହ ଚାଲିବ । କାରଣ ଏହା ଦ୍ୱାରା କିଏ କିଏ କେବେ ଭେରିଫିକେସନ କରି ନୂଆ ନମ୍ୱର ବିକିବ ଓ ଆକ୍‌ଟିଭେଟ କରିବ ତାହା ଜଣା ପଡିବ।
ଆଡ୍ରେସ ଆଇଡି ପ୍ରୁଫ –
ମୋବାଇଲ ଉପଭୋକ୍ତାଙ୍କୁ ନିଜ ଠିକଣା ଓ ଆଇଡି ପ୍ରମାଣର କାଗଜ ପତ୍ର ବିକ୍ରେତାଙ୍କ ପାଖରେ ଜମା କରିବାକୁ ପଡିବ। ମଉକା ଦେଖି ବିକ୍ରେତା ଉପଭୋକ୍ତାଙ୍କ ଫଟୋ ଉଠାଇବେ ଓ ଆପରେ ଥିବା ଡିଜିଟାଲ କଷ୍ଟମର ଫର୍ମରେ ଅପଲୋଡ କରିବେ। ସେହି ଫଟୋ ସହ ଲୋକେଶନ, ୟୁନିକ ଆଇଡି ନମ୍ୱର, ଦିନ, ସମୟ ଓ ତାରିଖ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଅପଲୋଡ କରିବା ଆବଶ୍ୟକ ।
ଗୋଟେ ଦିନରେ କେବଳ ୨ଟି ସିମ୍‌-
ମୋବାଇଲ କମ୍ପାନୀ ଅନୁସାରେ ଗୋଟେ ଦିନରେ ଗୋଟେ ଆଇଡିରେ କେବଳ ୨ଟି ସିମ୍‌ ଜାରି କରାଯାଇପାରିବ। ପୂର୍ବରୁ ଓ ଏବେ ୯ ଟି ସିମ୍‌ ଜାରି ହେଉଥିଲା କିନ୍ତୁ ନୂଆ ସ୍କିମ୍‌ରେ ଏହି ସୁବିଧା ରହିବ ନାହିଁ। ନୂଆ ପ୍ରଣାଳିରୁ ରାଜ୍ୟ ଓ ଦେଶ ବାହାରେ ରହୁଥିବା ଲୋକଙ୍କୁ ମଧ୍ୟ ଫାଇଦା ହେବ। ରାଜ୍ୟ ବାହାରେ ରହୁଥିବା ଲୋକଙ୍କୁ ଲୋକାଲ ନମ୍ୱରରେ ଓଟିପି ପଠାଯିବ।

   Related Posts