Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

କରୋନା ଟିକା ପାଇଁ ଦେବାକୁ ହେବ କି ଦାମ୍ ? ଆଧାର କାର୍ଡ ଦେଖାଇବାକୁ ହେବ କି ? ପ୍ରଥମ ପର୍ଯ୍ୟାୟରେ କେଉଁ ୩୦କୋଟି ଲୋକଙ୍କୁ ମିଳିବ ଟିକା

7/11/2020 at 4:09 PM

ନୂଆଦିଲ୍ଲୀ ୭।୧୧: ଭାରତରେ ଆସନ୍ତା ବର୍ଷ ଆରମ୍ଭରେ କରୋନା ଟିକା ଆସିବାର ସମ୍ଭାବନା ରହିଛି । ଭାରତ ବାୟୋଟେକ୍ ଦ୍ବାରା ନିର୍ମିତ କରୋନା ଟିକା ‘କୋଭାକ୍ସିନ୍’କୁ ଆସନ୍ତା ବର୍ଷ ଫେବୃଆରୀରେ ଲଞ୍ଚ କରାଯାଇପାରେ । ଏଭଳି ଘୋଷଣା ପରେ କେନ୍ଦ୍ର ସରକାର ଏହି ଟିକାର ବିତରଣ ଏବଂ କେଉଁ କେଉଁ ଲୋକଙ୍କୁ ପ୍ରାଥମିକତା ଉପରେ ଫୋକସ୍ କରୁଛନ୍ତି । କମ୍ପାନୀ ଦାବି କରିଛି ଯେ, ଭାରତ ବାୟୋଟେକ୍ ର ‘କୋଭାକ୍ସିନ୍’ ଭାରତରେ ଉପଲବ୍ଧ ହେଉଥିବା ପ୍ରଥମ ଟିକା ହେବ । ଏହି କାରଣରୁ ଏହାର ବିତରଣ ପ୍ରକ୍ରିୟାକୁ ଅନ୍ତିମ ରୂପ ଦେବା ଏବଂ ଯେଉଁମାନଙ୍କୁ ପ୍ରଥମେ ଟିକା ଦିଆଯିବ ସେହି ଲୋକଙ୍କୁ ଚିହ୍ନଟ କରିବାରେ ସରକାର ଲାଗିଛନ୍ତି ।

ଏହା ଉପରେ ବିଚାର କରୁଥିବା ବିଶେଷଜ୍ଞ ସମୂହ ଏକ ତଥ୍ୟ ପ୍ରସ୍ତୁତ କରିଛନ୍ତି । ଏହା ଅନୁସାରେ ସର୍ବ ପ୍ରଥମେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ଏଥିରେ ଡାକ୍ତର ଏବଂ ଏମବିବିଏସ ଛାତ୍ର ସାମିଲ ରହିବେ। ଏହି ଟିକା ସଂପୂର୍ଣ୍ଣ ମାଗଣାରେ ଦିଆଯିବ । ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, ଟିକାର ପ୍ରାଥମିକତା ଦିଆଯାଉଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟଗୁଡିକୁ କୁହାଯାଇଛି । ଟିକା ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ।

ଏକ କୋଟି ସ୍ବାସ୍ଥ୍ୟ କର୍ମଚାରୀ :

ଟିକା ଆସିବା ପରେ ସର୍ବପ୍ରଥମେ ଦେଶର ଏକ କୋଟିରୁ ଅଧିକ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଏହା ଦିଆଯିବ । ଏଥିରେ ଡାକ୍ତର, ନର୍ସ ଏବଂ ଆଶାକର୍ମୀଙ୍କ ବ୍ୟତୀତ ଏସବିବିଏସ ଛାତ୍ର ମଧ୍ୟ ସାମିଲ ଅଛନ୍ତି ।

ଦୁଇ କୋଟି ଫ୍ରଣ୍ଟଲାଇନ୍ ଓ୍ବାର୍କର୍ସ :

କରୋନା ବିରୋଧୀ ଯୁଦ୍ଧରେ ଦ୍ବିତୀୟ ପର୍ଯ୍ୟାୟରେ ଦୁଇ କୋଟି ଫ୍ରଣ୍ଟଲାଇନ୍ ଓ୍ବାର୍କର୍ସଙ୍କୁ ଟିକା ଦିଆଯିବ । ଏମାନଙ୍କ ମଧ୍ୟରେ ନଗରନିଗମ କର୍ମଚାରୀ, ପୋଲିସ କର୍ମଚାରୀ ଏବଂ ସଶସ୍ତ୍ର ବାହିନୀ କର୍ମଚାରୀ ସାମିଲ ଅଛନ୍ତି ।

୫୦ ବର୍ଷରୁ ଅଧିକ ବୟସର ୨୬ ଲକ୍ଷ ଲୋକ :

ଟିକା ଉପଲବ୍ଧ ହେବା ପରେ ୫୦ ବର୍ଷରୁ ଅଧିକ ବୟସର ଲୋକ (ଯେଉଁମାନଙ୍କୁ କରୋନା ଦ୍ବାରା ସଂକ୍ରମିତ ହେବାର ବିପଦ ରହିଛି) ୨୬ ଲକ୍ଷ ଲୋକଙ୍କୁ ଭାକସିନ୍ ଦିଆଯିବ । ଅର୍ଥାତ୍ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରାଥମିକତା ଦିଆଯିବ ।

ସ୍ବତନ୍ତ୍ର ଶ୍ରେଣୀର ଏକ କୋଟି ଲୋକ :

ଏଥିରେ ୫୦ରୁ କମ୍ ବୟସର ବ୍ୟକ୍ତି ସାମିଲ ହେବେ । ଯେଉଁମାନଙ୍କୁ ପୂର୍ବରୁ କୌଣସି ରୋଗ ହୋଇଥିବା ସେମାନେ ଏହି ଶ୍ରେଣୀରେ ସାମିଲ ହୋଇପାରିବେ ।

ଏ ସମସ୍ତ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । ଟିକା ପାଇବାକୁ ଥିବା ଲୋକଙ୍କୁ ଆଧାର କାର୍ଡ ଜରିଆରେ ଟ୍ରାକ୍ କରାଯିବ । ମାତ୍ର ଟିକା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବନାହିଁ । ଯଦି କାହା ପାଖରେ ଆଧାର କାର୍ଡ ନାହିଁ ତେବେ ସେମାନେ ଯେକୌଣସି ସରକାରୀ ପରିଚୟ ପତ୍ର ଜରିଆରେ ଟିକା ପାଇପାରିବେ । ସେହି ପରିଚୟ ପତ୍ର ଉପରେ ତାଙ୍କର ଫଟୋ ଥିବା ଅନିର୍ବାଜ୍ୟ ।

   Related Posts