Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଚୁଟି କାଟିବା ପାଇଁ ଦରକାର ଆଧାର କାର୍ଡ୍: ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ, ସରକାରୀ ବିଜ୍ଞପ୍ତି ଜାରି

2/06/2020 at 12:48 PM

ଚେନ୍ନାଇ, ୦୨|୦୬:   ଦେଶରେ ଜାରି ହୋଇଥିବା ଲକଡାଉନ୍ ୫.୦ ଓ ଅନଲକ୍-୧ରେ ସମସ୍ତ ରାଜ୍ୟରେ ଅଧିକାଂଶ କଟକଣା ହଟାଇ ଦିଆଯାଇଛି । ଅନେକ ରାଜ୍ୟରେ ସେଲୁନ୍ ଖୋଲିବା ପାଇଁ ଅନୁମତି ମିଳିନାହିଁ । କିନ୍ତୁ କିଛି ରାଜ୍ୟ ଗାଇଡଲାଇନ୍ ଆଧାରରେ ସେଲୁନ୍ ଖୋଲିଛନ୍ତି । ତାମିଲନାଡୁ ସରକାର ସେଲୁନ୍ ଖୋଲିବା ପାଇଁ ଅନୁମତି ଦେବା ସହ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଏହି ବିଜ୍ଞପ୍ତିରେ ଏକ ଅଜବ ନିୟମ ବାବଦରେ ଲେଖାଯାଇଛି ।

ତାମିଲନାଡୁ ସରକାର ବିଜ୍ଞପ୍ତିରେ କହିଛନ୍ତି ଯେ, ଯଦି କେହି ଚୁଟି କାଟିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ ଆଧାର କାର୍ଡ ଦେଖାଇବାକୁ ହେବ । ଏହାସହ ସେଲୁନ ମାଲିକ ଚୁଟି କାଟିବାକୁ ଆସୁଥିବା ସମସ୍ତ ଲୋକଙ୍କ ନାଁ ଠିକଣା ଓ ମୋବାଇଲ୍ ନମ୍ବର ଆଦି ରେକର୍ଡରେ ଲେଖିବେ ।

ତାମିଲନାଡୁରେ ଜୁନ ୧ରୁ ସମସ୍ତ ସେଲୁନ୍ ଓ ବ୍ୟୁଟି ପାର୍ଲର ଖୋଲିଥିବା ନଜର ଆସିଛି । ଏହାକୁ ଖୋଲିବା ପାଇଁ କିଛି ଗାଇଡ୍ ଲାଇନ୍ ମଧ୍ୟ ପ୍ରଦାନ କରାଯାଇଛି । ଏଥିରେ ସାମଜିକ ଦୂରତା ସହ ସ୍ୱଚ୍ଛତା, ମାସ୍କ ଓ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଯଦି କେହି ବ୍ୟକ୍ତି ଏହାକୁ ପାଳନ ନକରେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ତାମିଲନାଡୁରେ ସୋମବାର ୧୧ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଏହାସହ ଏଠାରେ ମୋଟ ମୃତକଙ୍କ ସଂଖ୍ୟା ୧୮୪ରେ ପହଁଚିଛି । ସଂକ୍ରମଣର ୧୧୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୩,୪୯୫ରେ ପହଁଚିଛି ।  

   Related Posts