ଆଜି ମଧ୍ୟ ଏହି ୩ଟି ସେବା ପାଇଁ ଆଧାର ଲିଙ୍କ ବାଧ୍ୟତାମୂଳକ, ଜାଣନ୍ତୁ କେଉଁଠି

Published By : Prameya-News7 Bureau | March 24, 2019 IST

ଦିଲ୍ଲୀ ୨୪/୩ : ଭାରତ ବିଶିଷ୍ଟ ପରିଚୟ ପ୍ରାଧିକରଣ ତରଫରୁ ଜାରି କରାଯାଇଥିବା ଆଧାରକୁ ଅନେକ ସେବା ସହ ଲିଙ୍କ କରିବା ଅନିବାର୍ଯ୍ୟ ହୋଇଯାଇଛି | କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଅନେକ ସଂଗଠନରେ ଆଧାର ଲିଙ୍କ ଅନିବାର୍ଯ୍ୟ ନା ନୁହେଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି | ୩ଟି ସଂଗଠନରେ ଆଜି ମଧ୍ୟ ଆଧାର ଲିଙ୍କ ବାଧ୍ୟତାମୂଳକ |


ଗତବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଆଧାର କାର୍ଡର ସାମ୍ବିଧାନିକ ବୈଧତାକୁ ବଜାୟ ରଖିଥିଲେ | ଏମିତି କିଛି ସେବା ବା ସଂସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ ଯେଉଁଠାରେ ଆଧାର ଲିଙ୍କ ବାଧ୍ୟମୂଳକ ନୁହେଁ | ସେଗୁଡିକ ହେଲା ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ନମ୍ବର, ଏନଇଇଟି, ସିବିଏସସି ପରୀକ୍ଷା | ଏହାଛଡା କୌଣସି ଘରୋଇ ସଂସ୍ଥା ଆଧାର ଲିଙ୍କ ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ |


ଆସନ୍ତୁ ଜାଣିବା କେଉଁ କେଉଁ ଜାଗାରେ ଆଧାର ଲିଙ୍କ ବାଧ୍ୟତାମୂଳକ :
ଆଧାର-ପାନ କାର୍ଡ ଲିଙ୍କ - ଆୟକର ଅଧିନିୟମ ଧାରା ୧୩୯ ହିସାବରେ ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ କରିବା ବାଧ୍ୟତାମୂଳକ | କାରଣ ଟ୍ୟାକ୍ସରୁ ରକ୍ଷା ପାଇବ ପାଇଁ ଲୋକେ ଅନେକ ଗୁଡିଏ ପାନ କାର୍ଡ ତିଆରି କରୁଛନ୍ତି |


ସରକାରୀ କଲ୍ୟାଣକାରୀ ଯୋଜନା - ସରକାର କଲ୍ୟାଣକାରୀ ଯୋଜନା ଏବଂ ସବସିଡିର ଲାଭ ଉଠାଇବା ପାଇଁ ଆଧାର ଲିଙ୍କ ବାଧ୍ୟତାମୂଳକ |


ଆୟକର ଟ୍ୟାକ୍ସ ରିଟର୍ନ - ଆଧାର ଏବଂ ପାନ କାର୍ଡ ଲିଙ୍କ ସହ ଆୟକର ରିଟର୍ନ ଦାଖଲ କରିବା ପାଇଁ ମଧ୍ୟ ଆଧାର ଲିଙ୍କ ବାଧ୍ୟତାମୂଳକ କରିଛନ୍ତି ସରକାର | ଆୟକର ଟ୍ୟାକ୍ସ ରିଟର୍ନ ସହ ଆଧାର ଲିଙ୍କ ନକଲେ ଆପଣଙ୍କ ଆଇଟିଆର ପ୍ରୋସେସ ହେବନାହିଁ |


ଇପିଏଫ ଏବଂ ଅନ୍ୟ କିଛି ସଂସ୍ଥା ତରଫରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ଯେ ଆଧାର କାର୍ଡ ବାଧ୍ୟତାମୂଳକ ନା ନୁହେଁ | ଗତବର୍ଷ ସେପ୍ଟେମ୍ବର ୨୬ ତାରିଖରେ ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଆଧାରର ସାମ୍ବିଧାନିକ ବୈଧତାକୁ ଜାରି ରଖିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.