ଢେଙ୍କାନାଳ ପରେ ଆଠଗଡ, ଟିକାକେନ୍ଦ୍ର ବାହାରେ ଲୋକଙ୍କ ବଦଳରେ ଧାଡିରେ ରହିଛି ଆଧାରକାର୍ଡ

Published By : Prameya-News7 Bureau | June 22, 2021 IST

ଆଠଗଡ ୨୨।୦୬ :  ସହରାଞ୍ଚଳ ଅପେକ୍ଷା ଏବେ  ଗ୍ରାମାଞ୍ଚରେ ଅଧିକ ସଂକ୍ରମଣ ହାର । ସେଥି ପାଇଁ ଏବେ ଗ୍ରାମାଞ୍ଚରେ ଟିକାକରଣ ନେଇ ବେଶ ତତ୍ପର ହୋଇ ଉଠିଛି ପ୍ରଶାସନ।  ଟିକାକରଣ କେନ୍ଦ୍ରରେ ଏବେ ୧୮ରୁ ୪୪ ବର୍ଷଙ୍କ ଟିକାକରଣ ପାଇଁ ବେଶ୍ ଆଗ୍ରହ ଦେଖାଉଛନ୍ତି ଯୁବପିଢୀ । କିଏ ଅନଲାଇନ୍ ସ୍ଲଟ୍ ବୁକ୍ କରୁଛି ତ କିଏ  ଅଫ୍ ଲାଇନ ଟିକାଦେବା ପାଇଁ ଆଧାର କାର୍ଡ ଧରି ଚାଲି ଆସୁଛନ୍ତି ଟିକା କେନ୍ଦ୍ରକୁ।

{"id":469839,"sizeSlug":"large","linkDestination":"none"}

ଏହି କ୍ରମରେ କଟକ ଜିଲ୍ଲା ଆଠଗଡ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ଏଠାରେ ଟିକାକେନ୍ଦ୍ରରେ ଲୋକଙ୍କ ବଦଳରେ ଧାଡିରେ ରହିଛି ଆଧାରକାର୍ଡ। ଏହି ଘଟଣା ପୁଣି ଥରେ ଆମକୁ ନୋଟ୍‌ବନ୍ଦୀ ବେଳର ଘଟଣାକୁ ମନେ ପକାଇ ଦେଇଛି।  ସେହି ସମୟରେ ଲୋକେ ବ୍ୟାଙ୍କ ଏବଂ ଏଟିଏମ୍ ବାହାରେ ଧାଡିରେ ନିଜେ ନରହି ନିଜ ନିଜର ହେଲମେଟ୍, କାଗଜପତ୍ର ରଖିଥିଲେ। ଆଠଗଡ ପୂର୍ବରୁ ଗତକାଲି ଢେଙ୍କାନାଳରେ ଏକ ଟିକାକରଣ କେନ୍ଦ୍ର ବାହାରେ ଲୋକଙ୍କ ବଦଳରେ ଧାଡିରେ ରଖାଯାଇଥିଲା କାଗଜପତ୍ର।

wp:embed {"url":"https://www.youtube.com/embed/IutO-5ezS7I","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/IutO-5ezS7I
/wp:embed

ଆଠଗଡରେ ମଙ୍ଗଳବାର ଟିକା ପାଇଁ ସକାଳୁ ସକାଳୁ ଲୋମାନଙ୍କର ଗହଳି  ନୁହେଁ ବରଂ ଆଧାର କାର୍ଡ ଗହଳି ଲାଗିଥିଲା। ଅର୍ଥାତ ଧାଡ଼ିରେ ଆଧାର କାର୍ଡ ଏମିତି ରହିଥିଲା ଯେମିତି ଲାଗୁଥିଲା ଶୃଙ୍ଖଳତ ଭାବରେ ସାମାଜିକ ଦୂରତା ବଜାୟ ରଖିଛନ୍ତି । ଲୋକେ କିଛି ସମୟ ବ୍ୟବଧାନରେ ଆସି ଆଧାର କାର୍ଡକୁ ଦେଖି ଚାଲି ଯାଉଥିଲେ ଏବଂ ନିଜ ପାଳି ଆସିଲେ ଟିକା ଦେଇ ଚାଲି ଯାଉଥିଲେ।

ସୂଚନଯୋଗ୍ୟ, ଗତକାଲିଠୁ ଆରମ୍ଭ ହୋଇଛି ନୂଆ ଟିକା ନୀତି। ଏହା ଦ୍ବାରା ରାଜ୍ୟର ସମସ୍ତ ବ୍ଲକ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଟିକା ଯୋଗାଇ ଦିଆଯିବ। ଦୈନିକ ୩ ଲକ୍ଷ ଟୀକାକରଣର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.