ଏବେ ନୂଆ ରୂପରେ ଆସିବ ଆଧାରକାର୍ଡ: ଏଟିଏମ୍‌ ଭଳି ଆକର୍ଷଣୀୟ, ଓ୍ବାଲେଟ୍‌ରେ ନେବା ହେବ ସହଜ

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧/୧୦: ଆଜିର ଦିନରେ ଆଧାରକାର୍ଡ ସମସ୍ତ ଦେଶବାସୀଙ୍କ ପାଇଁ ମହତପୂର୍ଣ୍ଣ। ଆଧାରକାର୍ଡ ବିନା କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟ ସାଧନ ପ୍ରାୟତଃ ଅସମ୍ଭବ କହିଲେ ଚଳେ। ଆଧାରକାର୍ଡର ବ୍ୟବହାର ଅଧିକ ହେଉଥିବା ବେଳେ ଏହାକୁ ନିଜ ସହିତ ରଖିବା କିମ୍ବା ନେବା ଆଣିବାରେ ଅସୁବିଧା ହେଉଥିଲା। କାରଣ ଏହା ନଷ୍ଟ ହୋଇଯିବାର ସମ୍ଭାବନା ରହିଥିଲା।

ତେବେ ଆଧାରକାର୍ଡକୁ ନେଇ ଲୋକଙ୍କୁ ବହୁ ସୁବିଧା ମିଳିବାକୁ ଯାଉଛି। ବିଶେଷ କରି ଆପଣଙ୍କ ଆଧାରକାର୍ଡ ଏବେ ନୂଆ ଅବତାର ନେବ। ଏବେ ଆଧାରକାର୍ଡ ଅବିକଳ ଏଟିଏମ କାର୍ଡ ଭଳି ହେବ। ତେଣୁ ଆପଣଙ୍କୁ ପୂର୍ବଭଳି ଲାମିନେସନ୍ କରିବାକୁ ପଡ଼ିବନାହିଁ।

ୟୁଆଇଡିଆଇ ପକ୍ଷରୁ ଟ୍ବିଟ୍‌ କରି ଏନେଇ ସୂଚନା ଦିଆଯାଇଛି। ଏବେ ଆଧାରକାର୍ଡକୁ ପିଭିସି କାର୍ଡରେ ରିପ୍ରିଣ୍ଟ କରାଯିବ। ଆଧାରକାର୍ଡ ଏବେ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଭଳି ଓ୍ବାଲେଟ୍‌ରେ ରହିପାରିବ।

wp:core-embed/twitter {"url":"https://twitter.com/UIDAI/status/1315145188990308354","type":"rich","providerNameSlug":"twitter","className":""}
https://twitter.com/UIDAI/status/1315145188990308354
/wp:core-embed/twitter

ୟୁଆଇଡିଆଇ ଟ୍ବିଟ୍‌ ଅନୁସାରେ, ଏଣିକି ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ଆଧାରକାର୍ଡର ସାଇଜ୍‌ କରାଯିବ, ଯାହାଦ୍ବାରା ଏହାକୁ ଓ୍ବାଲେଟ୍‌ରେ ସହଜରେ ଭର୍ତ୍ତୀ କରାଯାଇପାରିବ। ତେବେ ଆଧାରକାର୍ଡର ରୂପ ପରିବର୍ତ୍ତନ ପାଇଁ ଗ୍ରାହକଙ୍କୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ମାତ୍ର ୫୦ ଟଙ୍କାରେ ଆପଣଙ୍କ ଆଧାରକାର୍ଡ ଆକର୍ଷଣୀୟ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.