୧୨୫ କୋଟି ଭାରତୀୟଙ୍କ ପାଖରେ ଆଧାର

Published By : Prameya-News7 Bureau | December 27, 2019 IST

ନୂଆଦିଲ୍ଲୀ ତା ୨୭.୧୨- ଭାରତର ୧୨୫ କୋଟି ନାଗରିକଙ୍କ ପାଖରେ  ଏବେ ଆଧାର କାର୍ଡ ରହିଛି । ଦ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ( ଯୁଆଇଡିଏଆଇ) ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଦେଶବାସୀଙ୍କୁ ଆଦାର କାର୍ଡ ଯୋଗାଣ ସହ ଏହା ପ୍ରତ୍ୟେକ ଆଧାରକାର୍ଡ ଧାରୀଙ୍କ କ୍ଷେତ୍ରରେ ପ୍ରାଥମିକ ପରିଚୟ ପତ୍ର ଭାବେ ମଧ୍ୟ ବ୍ୟବହୃତ ହେଉଛି । ଯାହାକି ଅନ୍ୟ ଏକ  ସଫଳତା ।

ଆଧାର କାର୍ଡ ପ୍ରଚଳନ ହେବା ଦିନଠାରୁ ବିଭିନ୍ନ କ୍ଷେତ୍ରରେ ଏହା ଆଧାର ଭିତ୍ତିକ ପରିଚୟ ପତ୍ର ଭାବେ ପାଖାପାଖି ୩୭ ହଜାର କୋଟି ଥର ବ୍ୟବହାର ହେଲାଣି  ।ଏକ ସରକାରୀ ସୂଚନାରେ ଏହା ଉଲ୍ଲେଖ କରାଯାଇଛି । ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ୧୨୫ କୋଟି ଟାର୍ଗେଟ ହାସଲ କରିବା ଆଧାର ପ୍ରକଳ୍ପର ଏକ ବଡ ଏବଂ ନୂତନ ସଫଳତା ।ଏହା ଅର୍ଥ ୧.୨୫ ଶହ କୋଟି ଭାରତୀୟଙ୍କ ପାଖରେ ୧୨ ସଂକ୍ୟା ବିଶିଷ୍ଟ ଅନନ୍ୟ ପରିଚୟ ପତ୍ର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.