ଏହି ସ୍ଥାନରେ କରିଛନ୍ତି କି ଆଧାର କାର୍ଡ଼ : ଯେକୌଣସି ମୁହୂର୍ତ୍ତରେ ପୋଲିସ୍ କରିପାରେ ଗିରଫ
17/10/2019 at 1:34 PM

ନୂଆଦିଲ୍ଲୀ ୧୭/୧୦: ଜନପଦ କଲୋନୀ ବର୍ଡ଼ର ଥାନା ପୋଲିସ୍ ଏକ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଗ୍ୟାଙ୍ଗ ଜନସେବା କେନ୍ଦ୍ରର ନକଲି ଆଧାର କାର୍ଡ଼ ପ୍ରସ୍ତୁତ କରୁଥିଲା। ପୋଲିସ୍ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରି ୮ଟି ନକଲି ଆଧାର କାର୍ଡ଼,ନଗଦ ୪୩,୫୦୦ଟଙ୍କା ଏବଂ ଆଧାର କାର୍ଡ଼ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଉଥିବା ଜିନିଷ ଜବତ କରିଛି। ପୋଲିସ୍ ଏବେ ୨ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛି।
ପୋଲିସ୍ ଏହି ଦୁଇ ଅଭିଯୁକ୍ତଙ୍କ ନିକଟରୁ ୮ଟି ନକଲି ଆଧାର କାର୍ଡ଼ ଏବଂ ନଗଦ ୪୩,୫୦୦ଟଙ୍କା ,ଆଧାର କାର୍ଡ଼ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ୪ଟି ଲାପଟପ୍,ଆଇ ସ୍କାନିଙ୍ଗ ମେସିନ୍ ଏବଂ ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରାଯାଇଛି ଯାହା ମାଧ୍ୟମରେ ଅଭିଯୁକ୍ତମାନେ ଏହି ନକଲି କାର୍ଡ଼ ପ୍ରସ୍ତୁତ କରୁଥିଲେ।
ସରକାରଙ୍କ ନିଦ୍ଦେଶ ଅନୁସାରେ ଯେକୌଣସି ଆଧାର କାର୍ଡ଼ ଏବେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍ ଦ୍ବାରା ପ୍ରସ୍ତୁତ କରାଯାଉଛି। କିନ୍ତୁ ଏମାନଙ୍କୁ ପଚରାଉଚୁରା କରିବା ପରେ ଜଣାପଡ଼ିଛି ଯେ ଏମାନେ ଦୀର୍ଘ ଦିନରୁ ଏହି ଧନ୍ଦାରେ ଲିପ୍ତ ଥିଲେ।