ଆଧାରକାର୍ଡ଼ଧାରୀଙ୍କ ସହଜରେ ହୋଇପାରିବ ପ୍ୟାନ କାର୍ଡ଼ : ଡ଼କ୍ୟୁପମେଣ୍ଟ ଜମା କରିବା ଅନାବଶ୍ୟକ

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ ୨/୯: ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଆଧାର କାର୍ଡ଼ ରହିଛି,କିନ୍ତୁ ପ୍ୟାନ କାର୍ଡ଼ ନାହିଁ ତେବେ ଏପରି ବ୍ୟକ୍ତିଙ୍କ ପାଇଁ ପ୍ୟାନ କାର୍ଡ଼ କରିବା ସହଜ ହୋଇଯାଇଛି। ତେବେ ଏଥିପାଇଁ ଅନ୍ୟ କୌଣସି ଡକ୍ୟୁପମେଣ୍ଟ ଜମା କରିବାର ଆବଶ୍ୟକତା ପଡ଼ିବ ନାହିଁ। ଆୟକର ବିଭାଗ ଏନେଇ ଗତକାଲିଠୁ ନିୟମରେ ପରିବର୍ତ୍ତନ କରିଛି।

ଆୟକର ବିଭାଗ କହିଛି ଯେ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ପ୍ୟାନ କାର୍ଡ଼ ନାହିଁ ଏବଂ ସେ ଆର୍ଥିକ ଟ୍ରାଞ୍ଜାକ୍ସନରେ ଆଧାର ନମ୍ବର ଦେଇଛନ୍ତି ତେବେ ଧରି ନିଆଯିବ ଯେ ସେ ପ୍ୟାନ କାର୍ଡ଼ କରିବାକୁ ଆବେଦନ କରି ସାରିଛନ୍ତି। କେନ୍ଦ୍ର ପ୍ରତ୍ୟେକ୍ଷ କର ବୋର୍ଡ଼ (ସିବିଡିଟି) ତରଫରୁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ ସେପ୍ଟେମ୍ବର ୧ତାରିଖରୁ ଏହି ନିୟମ ପୂରା ଭାରତରେ ଲାଗୁ ହୋଇଯାଇଛି। ଏବେ ଲୋକମାନଙ୍କୁ ପ୍ୟାନ କାର୍ଡ଼ କରିବା ପାଇଁ କେବଳ ଆଧାର ନମ୍ବର ଦେବାକୁ ପଡ଼ିବ। ଏହା ବ୍ୟତୀତ ଅନ୍ୟ ଡକ୍ୟୁପମେଣ୍ଟର ଆବଶ୍ୟକତା ପଡ଼ିବ ନାହିଁ।

କିନ୍ତୁ ଏହି ବ୍ୟକ୍ତିଙ୍କୁ ନିଜର ଆଧାର ନମ୍ବର ପ୍ରମାଣିତ କରିବାକୁ ପଡ଼ିବ। ଏଥର ବଜେଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ଲୋକେ ପ୍ୟାନ କାର୍ଡ଼ ପରିବର୍ତେ ଆଧାର କାର୍ଡ଼ ବ୍ୟବହାର କରି ପାରିବେ। ଯେଉଁ ବ୍ୟକ୍ତିଙ୍କ ପାଖରେ ପୂର୍ବରୁ ପ୍ୟାନ କାର୍ଡ଼ ଏବଂ ଆଧାର କାର୍ଡ଼ ରହିଛି,ତାଙ୍କୁ କେବଳ ନିଜର ପ୍ୟାନ କାର୍ଡ଼ କହିବାକୁ ହେବ।

ଅଗଷ୍ଟ ୩୧ରେ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ବ୍ୟତୀତ ପ୍ୟାନ କାର୍ଡ଼କୁ ଆଧାର ସହ ଲିଙ୍କ କରିବା ପାଇଁ ମଧ୍ୟ ଶେଷ ତାରିଖ ଥିଲା। ଯଦି ଆପଣ ଏବେ ଯାଏଁ ନିଜର ପ୍ୟାନ କାର୍ଡ଼କୁ ଆଧାର ସହ ଲିଙ୍କ କରି ନାହାନ୍ତି, ତେବେ ତୁରନ୍ତ ଏହା କରନ୍ତୁ। ଆୟକର ବିଭାଗ ସୁପ୍ରିମ କୋର୍ଟର ଆଦେଶନୁସାରେ ଏହି କାର୍ଯ୍ୟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.