Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଲିଙ୍କ୍ କରି ନାହାନ୍ତି କି ପାନ୍-ଆଧାର୍ ? ଲାଗିପାରେ ୧୦ ହଜାର ଟଙ୍କାର ଜୋରିମାନା

2/03/2020 at 3:39 PM

ନୂଆଦିଲ୍ଲୀ୦୨।ମାର୍ଚ୍ଚ- ମାର୍ଚ୍ଚ ମାସ ଆରମ୍ଭ ହୋଇ ସାରିଛି। ପାନ ଓ ଆଧାରକୁ ସଂଯୋଗ କରିବା ଲାଗି ଏବେ ଆପଣଙ୍କ ପାଖରେ ମାତ୍ର ୨୯ ଦିନର ସମୟ ବାକି ରହିଛି। ଆୟକର ବିଭାଗ ପୂର୍ବରୁ ମଧ୍ୟ ଘୋଷଣା କରି ସାରିଛି ଯେ, ଯଦି ନିର୍ଦ୍ଧାରିତ ସମୟରେ ଆପଣ ପାନ୍ ଓ ଆଧାରକୁ ସଂଯୋଗ ନକରନ୍ତି ତେବେ ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ। ମାତ୍ର ଏବେ ଆପଣଙ୍କର ମୁସ୍କିଲ ଦ୍ଵିଗୁଣିତ ହୋଇପାରେ। ବର୍ତ୍ତମାନ ଆୟକର ବିଭାଗ ନୂତନ ଅଧିସୂଚନା ଜାରି କରି କହିଛି ଯେ, ଯଦି ପାନ୍ ଓ ଆଧାର ସଂଯୋଗ କାମ ମାର୍ଚ୍ଚ ୩୧ ସୁଦ୍ଧା ପୂରା ନହୁଏ ତେବେ ଆୟକର ଆକ୍ଟ ଆଧାରରେ ଆପଣଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ। ଏପରିକି ଆପଣଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇପାରେ।

ତେବେ କାମ କରିବ ନାହିଁ ପାନ

ଆୟକର ବିଭାଗ ଅନୁଯାୟୀ ଯଦି ମାର୍ଚ୍ଚ ୩୧ ପରେ କେହି ନିଷ୍କ୍ରିୟ କିମ୍ବା ବାତିଲ  ପାନ କାର୍ଡ ବ୍ୟବହାର କରୁଥିବା ଜଣା ପଡେ ତେବେ ଉକ୍ତ ବ୍ୟକ୍ତିଙ୍କ ଉପରେ ଆୟକର ଆକ୍ଟର ସେକ୍ସନ ୨୭୨ ବି ଆଧାରରେ ୧୦ ହଜାର ଟଙ୍କାର ଜୋରିମାନା ଲଗାଯାଇପାରେ। ଫେବୃଆରୀ ୧୩ରେ ଜାରି ବିଜ୍ଞପ୍ତିରେ ବିଭାଗ କହିଥିଲା ଯେ, ମାର୍ଚ୍ଚ ୩୧ ସୁଦ୍ଧା କରଦାତା ଯଦି ପାନ ଓ ଆଧାର କାର୍ଡକୁ ସଂଯୋଗ ନ କରନ୍ତି ତେବେ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ।

ପାନ୍ ରଦ୍ଦ ହେଲେ କଣ ହେବ ?

ପାନ୍ କାର୍ଡ ରଦ୍ଦ ହେଲେ ଆପଣଙ୍କୁ ଅନେକ ପ୍ରକାରର ସମସ୍ୟା ହୋଇପାରେ। ଅର୍ଥାତ ଆପଣ ବ୍ୟାଙ୍କିଙ୍ଗ୍ ନେଣଦେଣ କରି ପାରିବେ ନାହିଁ, ଧନ ସଂପତ୍ତି କିଣିବା ବା ବିକି ପାରିବେ ନାହିଁ, ଅଂଶଧନ ଓ ମ୍ୟୁଚଲ ଫଣ୍ଡରେ ନିବେଶ କରି ପାରିବେ ନାହିଁ।

ପାନ୍ ଓ ଆଧାରକୁ ସଂଯୋଗ କରିବାର ଅନ୍ତିମ ତାରିଖକୁ ଅନେକ ଥର ବଢାଯାଇଛି। ସଂପ୍ରତି ଏହାର ସମୟସୀମା ୨୦୨୦ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଯାଉଛି। ଏହା ପରେ ଏହାର ଅବଧି ବୃଦ୍ଧି ହେବାର ସମ୍ଭାବନା ଖୁବ୍ କମ୍ ରହିଛି। ଆୟକର ବିଭାଗ ଅନୁଯାୟୀ, ୨୦୨୦ ଜାନୁଆରୀ ୨୭ ସୁଦ୍ଧା ୩୦.୭୫ କୋଟି ପାନ  ଆଧାର ସହ ସଂଯୋଗ ହୋଇ ସାରିଛି। ମାତ୍ର ୧୭.୫୮ କୋଟି ପାନ୍ ଏବେ ମଧ୍ୟ ଆଧାର ସହ ସଂଯୋଗ ହେବାର ବାକି ରହିଛି।

କରଦାତାଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭାଗ ପାନ୍ ପରିବର୍ତ୍ତେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ମାତ୍ର ଏମିତି କରିବା ସମୟରେ ଆପଣଙ୍କୁ ବହୁ ସାବଧାନ ରହିବାର ଆବଶ୍ୟକତା ରହିଛି, କାରଣ ଯଦି ଆପଣ ଭୁଲ ଆଧାର ନମ୍ବର ଦେଇ ଦିଅନ୍ତି ତେବେ ଆପଣଙ୍କୁ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିପାରେ।

ଏହି କାରଣରୁ ଆପଣଙ୍କ ଉପରେ ଲାଗିପାରେ ଜୋରିମାନା

୧ ଯଦି ଆପଣ ପାନ୍ ବଦଳରେ ଭୁଲ ଆଧାର ନମ୍ବର ଦିଅନ୍ତି।

୨ ଯଦି ଆପଣ କୌଣସି ବିଶେଷ ନେଣଦେଣ ସମୟରେ ପାନ୍ କିମ୍ବା ଆଧାର ନମ୍ବର ଦେବାରେ ବିଫଳ ହୁଅନ୍ତି।

୩ କେବଳ ଆଧାର ନମ୍ବର ଦେବା ପର୍ଯ୍ୟାପ୍ତ ନୁହଁ, ଆପଣଙ୍କୁ ବାୟୋମେଟ୍ରିକ ଆଇଡେଣ୍ଟିଟିକୁ ମଧ୍ୟ ଯାଞ୍ଚ କରିବାକୁ ପଡିବ। ଯଦି ଏହା ଫେଲ୍ ହୁଏ ତେବେ ଆପଣଙ୍କ ଉପରେ ଜୋରିମାନା ଲାଗିପାରେ।

   Related Posts