୮ମାସ ତଳେ ଗୁଳି କରି ବାପାଙ୍କୁ କରାଯାଇଥିଲା ହତ୍ୟା : ଏବେ ପୁଅଙ୍କୁ ଗୁଳି କରି ହତ୍ୟା

Published By : Prameya-News7 Bureau | November 26, 2019 IST

ହରିୟାଣା ୨୬/୧୧: ଛତେହରା ଗାଁରେ ଥିବା ସର୍ଭିସ୍ ଷ୍ଟେସନରେ କାର୍ ଧୋଇବାକୁ ଆସିଥିବା ଜଣେ ଯୁବକଙ୍କୁ ଗତକାଲି ଦ୍ବିପହରରେ ୧୬ରାଉଣ୍ଡ ଗୁଳି କରାଯାଇ ହତ୍ୟା କରାଯାଇଛି। ବାଇକରେ ହେଲମେଟ ପିନ୍ଧି ଆସିଥିବା ଜଣେ ଦୁର୍ବୃତ୍ତ ଦୁଇଟି ପିସ୍ତଲରେ ଯୁବକଙ୍କୁ ଗୁଳି କରି ଫେରାର ହୋଇଯାଇଛି। ଯୁବକଙ୍କ ବାପାଙ୍କୁ ମଧ୍ୟ ୮ମାସ ତଳେ ନାହାରା ଗାଁରେ ୧୦ରାଉଣ୍ଡ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏଯାଏଁ ଫେରାର ରହିଛି। ପୋଲିସ୍ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ଅଜଣା ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ନାହରାର ମୂଳ ବାସିନ୍ଦା ଅନିଲ (୧୯) ଦିଲ୍ଲୀର ଓ୍ବଜିରାବାଦରେ ରହି କୋଚିଙ୍ଗ ନେଉଥିଲେ। କିନ୍ତୁ ସେ ରବିବାର ମା,ଭାଇ ଏବଂ ଭଉଣୀ ସହ ନରେଲାକୁ ଦାଦା ପୁଅ ଭାଇ ସୋନୁଙ୍କ ବିବାହରେ ଯୋଗ ଦେବାକୁ ଆସିଥିଲେ। ଗତକାଲି ସୋନୁଙ୍କ ରିସେପ୍ସନ ଥିଲା। ଦ୍ବିପ୍ରହରରେ ଅନିଲ କାର ନେଇ ନାହରାକୁ ନିଜ ବନ୍ଦ ଥିବା ଘରକୁ ଦେଖିବାକୁ ଯାଇଥିଲେ।

ଏହା ପରେ ସେ ଛତେହରା ଗାଁ ନିକଟରେ ଥିବା ଥ୍ରୀ-ଡି ସର୍ମିସ୍ ଷ୍ଟେସନରେ କାର ଧୋଇବାକୁ ଯାଇଥିଲେ। ଏହି ସମୟରେ ହେଲମେଟ ପିନ୍ଧିଥିବା ଜଣେ ଯୁବକ ବାଇକରେ ସର୍ଭିସ୍ ଷ୍ଟେସନକୁ ପହଞ୍ଚିଥିଲା ଏବଂ ଆସିବା କ୍ଷଣି ଅନିଲଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ପୋଲିସଙ୍କ କହିବାନୁସାରେ ହତ୍ୟାକାଣ୍ଡରେ ଦୁଇଟି ପିସ୍ତଲର ବ୍ୟବହାର ହୋଇଛି। ଗୋଟିଏ ୯ଏମଏମ ପିସ୍ତଲ ଏବଂ ଅନ୍ୟଟି ଦେଶୀ ପିସ୍ତଲ। ଆକ୍ରମଣକାରୀ ଯୁବକ ସର୍ଭିସ୍ ଷ୍ଟେସନରେ ବୁଲୁଥିବାର ସିସିଟିଭିରେ କଏଦ ହୋଇଛି। ସୂଚନା ମିଳିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ହେପାଜତକୁ ନେଇଥିଲା।

ବାପାଙ୍କ ହତ୍ୟାର ୮ମାସ ପରେ ପୁଅଙ୍କୁ ହତ୍ୟା କରାଯାଇଥିଲା। ଅନିଲଙ୍କ ବାପା ଜଗବୀରଙ୍କୁ ମାର୍ଚ୍ଚ ୯ତାରିଖରେ ଗାଁରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ସ୍କୁଲ୍ ବସ୍ ଡ୍ରାଇଭର ଥିଲେ। ତାଙ୍କୁ ସକାଳେ ଆଖିବୁଜା ଗୁଳି କରି ହତ୍ୟା କରି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.