ଯୁବକଙ୍କ ଉନ୍ମକ୍ତ କାଣ୍ଡ, ହୁତୁ ହୁତୁ ହୋଇ ଜଳୁଥିଲା ଘର ହେଲେ ଲିଭାଇବାକୁ କାହାକୁ ଛାଡ଼ିଲେନି

Published By : Prameya-News7 Bureau | April 08, 2021 IST

ନୀଳଗିରି, ୮/୪ : ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଯାଇଛି । ଜଣେ ଯୁବକ ଘର ପୋଡ଼ିଦେବା ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ନୀଳଗିରି ବ୍ଲକ ଅଧିନ ନରଣପୁର ପଂଚାୟତ ବଡ଼ ନୂଆଗାଁ ଅଂଚଳରେ ବୁଦ୍ଧିରାମ ବିନ୍ଧାଣିଙ୍କ ଘର ଜଳୁଥିବା ଦେଖାଯାଇଥିଲା । ସେହି ଗ୍ରାମର କାହ୍ନୁ ସିଂ ନିଆଁ ଲିଭାଇବାକୁ କାହାରିକୁ ଛାଡୁନଥିବା ବେଳେ ପାଲଟା ଗାଳି ଗୁଳଜ କରି ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲା । ସେହି ଅଂଚଳର କିଛି ଯୁବକ ତାଙ୍କୁ କାବୁ କରି ବାନ୍ଧିବା ସହ ଉତ୍ତମ ମଧ୍ୟମ ଦେଇଥିଲେ । ସମ୍ପୃକ୍ତ ଯୁବକ ଜଣକ ମାନସିକ ବିକାର ନା ପୂର୍ବ ଶତ୍ରୁତାକୁ ନେଇ ଏପରି ଘଟାଇଛି ତାହା ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ନୀଳଗିରି ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିବା ବେଳେ ପରିବାର ଲୋକ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି ।

ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ତତ୍ତ୍ୱାବଧାନରେ ବିଜେଡି ଯୁବନେତା ଫ୍ରାନ୍ସସିସ ବେକନ ସପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ବସ୍ତ୍ର, ଖାଦ୍ୟ ସାମଗ୍ରୀ, ତିନି ପିଲାଙ୍କ ପାଇଁ ପାଠ୍ୟକ୍ରମ ଯୋଗାଇ ଦେଇଛନ୍ତି । ସେହିପରି ବିଜେପି ନେତା ଚିତ୍ତରଞ୍ଜନ ଚୌଧୁରୀ  ମଧ୍ୟ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.