Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

ମୋବାଇଲରେ କଥାହୋଇ ଗାଡି ଚଲାଉଥିଲେ , ପୋଲିସ କାଟିଲା ୬ ହଜାର ଟଙ୍କାର ଚାଲାଣ

3/03/2021 at 8:17 PM

ଭଦ୍ରକ, ୦୩/୦୩: ବାଇକ ଚଲାଇବା ବେଳେ ମୋବାଇଲ ରେ କଥା ହେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଏନେଇ ବାଇକ ଚାଳକକୁ ପୋଲିସ୍‌ ଫାଇନ ୬ ହଜାର ଟଙ୍କାର ଫାଇନ୍‌ ଲଗାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଟାଉନ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୋଲିସ ବୁଧବାର ଜୋର୍‌ଜାର୍‌ ଚେକିଂ କରୁଥିଲା । ଏହି ସମୟରେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଯୁବକ ବାଇକ ଚଳାଉଥିବା ବେଳେ ମୋବାଇଲରେ କଥା ହେଉଥିଲେ ।

ପୋଲିସ ଯୁବକଙ୍କୁ ଅଟକାଇଥିଲା । ତେବେ ନିୟମ ଉଲଂଘନ ପାଇଁ ୧୮୪ସିରେ ଗାଡି ଚଲାଇବା ବେଳେ ମୋବାଇଲରେ କଥା ହେଉଥିବା କାରଣରୁ ୫ ହଜାର ଓ ୧୯୪ ଡିରେ ବିନା ହେଲମେଟରେ ଗାଡି ଚାଳନା ପାଇଁ ୧ ହଜାର ଟଙ୍କାର ଫାଇନ କଟାଯାଇଛି । ତେବେ ଏହି ଫାଇନ ବିଷୟ ରେ ଟାଉନ ଥାନାଧିକାରି ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି ।

   Related Posts